ETV Bharat / bharat

କାର-ଟ୍ରକ ମୁହାଁମୁହିଁ, 9 ମୃତ

ମହାରାଷ୍ଟ୍ରର ପୁଣେରେ ଟ୍ରକ-କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jul 20, 2019, 9:32 AM IST

ମୁମ୍ବାଇ: ମହାରାଷ୍ଟ୍ରର ପୁଣେରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କଦମବାକ ଗ୍ରାମ ନିକଟସ୍ଥ ପୁଣେ-ସୋଲାପୁର ହାଇୱେରେ ଟ୍ରକ-କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ମୃତକଙ୍କ ଶବ ଉଦ୍ଧାର କରିଛି । ସମସ୍ତ ମୃତକ ପୁଣେର ୟାବତ ଗ୍ରାମର ବୋଲି ଜଣାପଡିଛି ।

ସୂଚନା ମୁତାବକ, ଶୁକ୍ରବାର ରାତି ପ୍ରାୟ 1ଟାରେ କାରଟି ସୋଲାପୁର ଅଭିମୁଖେ ଯାଉଥିଲା । ଏହି ସମୟରେ କାରଟି ନିୟନ୍ତ୍ରଣ ହରାଇ ପ୍ରଥମେ ଡିଭାଇଡରରେ ପିଟି ହୋଇଥିଲା ଏବଂ ପୁଣେ ଅଭିମୁଖେ ଯାଉଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.