ନୂଆଦିଲ୍ଲୀ: ଭାରତରେ ଗୋଟିଏ ଦିନରେ ସର୍ବାଧିକ 56 ହଜାରରୁ ଉର୍ଦ୍ଧ୍ବ କୋରୋନା ପଜିଟିଭ ରିପୋର୍ଟ ହୋଇଛି । ତେବେ ଆଜିର ଏହି ରିପୋର୍ଟରେ ଥିବା ସଂକ୍ରମଣ ସଂଖ୍ୟାକୁ ଦେଖିଲେ, ଦୈନିକ ରିପୋର୍ଟ ମୁତାବକ ଆମେରିକା ଓ ବ୍ରାଜିଲକୁ ପଛରେ ପକାଇଛି ଭାରତ ।
ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ମୁତାବକ, ଗତ 24 ଘଣ୍ଚାରେ ଦେଶରେ 56 ହଜାର 282 କୋରୋନା ପଜିଟିଭ ରିପୋର୍ଟ ହୋଇଥିବାବେଳେ, ଏଥିରେ 904 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା 19 ଲକ୍ଷ 64 ହଜାର 537ରେ ପହଞ୍ଚିଛି । ସେହିପରି ଏଥିରେ 13 ଲକ୍ଷ 28 ହଜାର 337 ଜଣ ସୁସ୍ଥ ହୋଇଥିବାବେଳେ, 40 ହଜାର 699 ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା 5 ଲକ୍ଷ 95 ହଜାର 501ଜଣ ଚିକିତ୍ସାଧୀନ ଅଛନ୍ତି ।
ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ମୋଟ 4 ଲକ୍ଷ 68 ହଜାର 265ଟି କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ, ଏଥିରେ 16 ହଜାର 476 ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ 1 ଲକ୍ଷ 45 ହଜାର 961 ଜଣ ଚିକିତ୍ସାଧୀନ ଥିବାବେଳେ,
3 ଲକ୍ଷ 5 ହଜାର 521ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାପରେ 2 ନମ୍ବରରେ ତାମିଲନାଡୁ ରହିଛି । ଯେଉଁଠି ସର୍ବମୋଟ 2 ଲକ୍ଷ 73 ହଜାର 460ଟି ପଜିଟିଭ ରିପୋର୍ଟ ହୋଇଛି । 4 ହଜାର 461 ଜଣଙ୍କର ମୃତ୍ୟୁ ଘଟିଛି ।
ତେବେ ବର୍ତ୍ତମାନ ସୁଦ୍ଧା 6ଟି ରାଜ୍ୟରେ 1 ଲକ୍ଷ ରୁ ଅଧିକ ସଂକ୍ରମଣ ସଂଖ୍ୟା ରିପୋର୍ଟ ହୋଇଛି ।