ମୁମ୍ବାଇ: ଆସନ୍ତା ଅକ୍ଟୋବରରେ ହେବାକୁ ଯାଉଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଏନେଇ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନିର୍ବାଚନ ମୈଦାନରେ ଗୋଟିଏ ପଟେ ବିଜେପି ଶିବସେନା ଥିବାବେଳେ ଆଉ ଗୋଟିଏ ପଟେ ଅଛନ୍ତି କଂଗ୍ରେସ ଏନସିପି । ତେବେ ନିର୍ବାଚନ ପୂର୍ବରୁ ଆସନ ବୁଝାମଣାକୁ ନେଇ ବଡ ବୟାନ ଦେଇଛନ୍ତି ଏନସିପି ପ୍ରମୁଖ ଶରଦ ପାୱାର ।
289 ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଆସନ ମଧ୍ୟରୁ 240 ଆସନକୁ ନିଜ ନିଜ ମଧ୍ୟରେ ଭାଗବଣ୍ଟା କରିବେ କଂଗ୍ରେସ ଏବଂ ଏନସିପି । ଆସନ୍ତା 8-10 ଦିନ ମଧ୍ୟରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଶରଦ ପାୱାର କହିଛନ୍ତି । ତେବେ ବଳକା ଆସନକୁ ସେମାନେ ଅନ୍ୟ ଦଳ ପାଇଁ ଛାଡିଛନ୍ତି ।
ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପାୱାର । ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ନିଜ ଶକ୍ତିର ଦୂରୁପଯୋଗ କରୁଥିବା ଅଭିଯୋଗ କରିଛନ୍ତି ସେ । ନେତାଙ୍କ ଉପରେ ଚାପ ପକାଇ ସେମାନଙ୍କୁ ନିଜ ଦଳରେ ସାମିଲ କରିବାକୁ ବିଜେପି ବାଧ୍ୟ କରୁଥିବା ସେ କହିଛନ୍ତି ।