ETV Bharat / bharat

ଚଳନ୍ତା ଟ୍ରେନରେ ମହିଳଙ୍କୁ ଦୁଷ୍କର୍ମ, ଦୁଇ ଗିରଫ

ଚଳନ୍ତା ଟ୍ରେନ୍‌ରେ ମହିଳଙ୍କୁ ଦୁଷ୍କର୍ମ । ଜଣେ ମହିଳା ତାଙ୍କ ଝିଅ ସହତ ଟ୍ରେନରେ ଯାତ୍ରା କରିବା ସମୟରେ 2 ଯୁବକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ପ୍ରତିବାଦ କରିବାରୁ ତାଙ୍କ ଝିଅକୁ ଚଳନ୍ତା ଟ୍ରେନରୁ ଫୋପାଡି ଦେବାକୁ ଧମକ ଦେଇଥିଲେ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ପଶ୍ଚିମବଙ୍ଗର ଆଲିପୁରଦୁଆର ଠାରେ । ଅଧିକ ପଢ଼ନ୍ତୁ

ଚଳନ୍ତା ଟ୍ରେନରେ ମହିଳଙ୍କୁ ଦୁଷ୍କର୍ମ
ଚଳନ୍ତା ଟ୍ରେନରେ ମହିଳଙ୍କୁ ଦୁଷ୍କର୍ମ
author img

By

Published : Aug 7, 2023, 7:52 PM IST

କୋଲକତା: ଚଳନ୍ତା ଟ୍ରେନରେ ମହିଳଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଜଣେ ମହିଳା ତାଙ୍କ ଝିଅ ସହତ ଟ୍ରେନରେ ଯାତ୍ରା କରିବା ସମୟରେ 2 ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ପ୍ରତିବାଦ କରିବାରୁ ତାଙ୍କ ଝିଅକୁ ଚଳନ୍ତା ଟ୍ରେନରୁ ଫୋପାଡି ଦେବାକୁ ଧମକ ଦେଇଥିଲେ । ଏଭଳି ଏକ ଘଟଣା ଘଟିଛି ପଶ୍ଚିମବଙ୍ଗର ଆଲିପୁରଦୁଆର ଠାରେ । ଶନିବାର ଦିନ ଜଣେ ମହିଳା ନିଜ ଝିଅ ସହିତ ସିଫଙ୍ଗ ଏକ୍ସପ୍ରେସ୍‌ରେ ଆଲିପୁରଦୁଆର ଆସୁଥିଲେ । ଟ୍ରେନଟି ଆସାମର ଫକିରଗ୍ରାମରୁ ଆଲିପୁରଦୁଆର ଅଭିମୁଖେ ବାହାରିଥିଲା । ଟ୍ରେନ୍‌ଟି ଫକିରଗ୍ରାମରୁ ଛାଡ଼ିବା ପରେ ପ୍ରାୟ ଅଧିକାଂଶ ଯାତ୍ରୀ ଓଲ୍ହାଇ ଯାଇଥିଲେ ଯାହାଫଳରେ ବଗିଗୁଡିକ ପ୍ରାୟ ଫାଙ୍କା ହୋଇଯାଇଥିଲା ଏବଂ ଜଣେ ବି ସୁରକ୍ଷା କର୍ମୀ ସେଠାରେ ନଥିଲେ । ଏହାର ସୁଯୋଗ ନେଇ 2 ଜଣ ଯୁବକ ମହିଳାଙ୍କ ସହ ଦୁଷ୍କର୍ମ କରିଥଲେ ।

ଏହା ମଧ୍ୟ ପଢନ୍ତୁ.... ସଙ୍କଟମୋଚନ ସାଜିଲେ ରେଳବାଇ ଅଧିକାରୀ, ବଞ୍ଚାଇଲେ ବୃଦ୍ଧଙ୍କ ଜୀବନ

ସୂଚନାଯୋଗ୍ୟ ମହିଳା ଜଣକ ଟ୍ରେନରେ ଯାତ୍ରା କରିବା ସମୟରେ ଜଣେ ଯୁବକ ମହିଳାଙ୍କ ସହିତ ଅସଦାଚରଣ କରିଥିଲେ । ମହିଳା ଜଣକ ଏହାର ପ୍ରତିବାଦ କରାବାରୁ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ମାଡ ମାରିବା ସହ ତାଙ୍କ କଥାରେ ଯଦି ସେ ରାଜି ନ ହେଲେ ତାହାଲେ ତାଙ୍କ ଝିଅକୁ ଚଳନ୍ତା ଟ୍ରେନରୁ ଫୋପାଡି ଦେବେ ବୋଲି ଧମକ ଦେଇଥିଲେ । ସେହି ସମୟରେ ଅନ୍ୟ ଜଣେ ଯୁବକ ଆସି ମହିଳାଙ୍କୁ ନିର୍ଯାତନା ଦେବା ସହ ତାଙ୍କ ସହ ଦୁଷ୍କର୍ମ କରିଥଲେ ଏବଂ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ......ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ, ଚାଲିଛି ଜିଓଟେକ୍ନିକାଲ ସର୍ଭେ

ଟ୍ରେନଟି ଯେତେବେଳେ ଆଲିପୁରଦୁଆର ଷ୍ଟେସନରେ ପହଞ୍ଚିଥିଲା ମହିଳା ଜଣକ ରେଳବାଇ ପୋଲିସକୁ ସମସ୍ତ କଥା ଜଣାଇ ଥିଲେ । ରେଳବାଇ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ଅବଂ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି । ଦୁଇ ଅଭିଯୁକ୍ତ ହେଲେ 25 ବର୍ଷୀୟ ନାଇନାଲ୍ ଅବଦୁଲ ଓ 26 ବର୍ଷୀୟ ମାଇନୁଲ୍ ହକ୍ ବୋଲି ଜଣା ପଡ଼ିଛି । ସେହିଦିନ ରାତିରେ ଉଭୟଙ୍କୁ ପୋଲିସ କୋକରାଝରଗଡ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛି । ରବିବାର ଦିନ 2 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ 5 ଦିନିଆ ରିମାଣ୍ଡରେ ଆଣିଥିବା ସୂଚନା ମଳିଛି ।

ବ୍ୟୁରୋ ରିୁପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.