ବେଙ୍ଗାଲୁରୁ: ପୁଣି ଚିନ୍ତା ବଢାଇଲା କୋରୋନା ମହାମାରୀ(Covid 19) । ଗତ କିଛିଦିନ ପରେ ପୁଣି ମୁଣ୍ଡ ଟେକିଛି କୋରୋନା ମହମାରୀ । ଚୀନରେ ଆତଙ୍କ ଖେଳାଇଥିବା ନୂଆ ଭାରିଏଣ୍ଟ BF.7 (New Corona Variant BF7) ଏବେ ଭାରତରେ ଚିନ୍ତାର କାରଣ ପାଲଟିଛି । କର୍ଣ୍ଣାଟକରେ ୧୯ ଜଣ ବିଦେଶୀ କୋରୋନା ସଂକ୍ରମିତ ହୋଇଛନ୍ତି(19 Passengers Coming from Abroad Tested Covid-19 Positive) ।
ତେବେ ୫ଟି ଦେଶରୁ ଫେରିଲେ କୋରୋନା ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଏହି ପରିପ୍ରେକ୍ଷୀରେ ଯାତ୍ରୀମାନଙ୍କ କୋରୋନା ପରୀକ୍ଷା କରାଯାଉଛି । ବେଙ୍ଗାଲୁରୁର କେମ୍ପାଗୁଡା ବିମାନ ବନ୍ଦରରେ(Kempegowda International Airport in Bengaluru) ପରୀକ୍ଷା କରାଯିବା ସମୟରେ ୧୯ ଜଣ ବିଦେଶ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ସଂକ୍ରମିତ ଚିହ୍ନଟ ପରେ ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ: କଥା ହେବାକୁ ମନା କରିଦେଲା ପ୍ରେମିକା, ସ୍କ୍ରୁ ଡାଇଭର୍ରେ ୫୧ଥର ଭୁସି ହତ୍ୟା କଲା ପ୍ରେମିକ
ପ୍ରକାଶଯୋଗ୍ୟ ଯେ, ଚୀନରେ ଏବେ ଆତଙ୍କ ଖେଳାଇଥିବା ନୂଆ ଭାରିଏଣ୍ଟ BF.7କୁ ନେଇ ସତର୍କତା ଅବଲମ୍ବନ କରିଛନ୍ତି କର୍ଣ୍ଣାଟକ ସରକାର ( Wearing masks made compulsory in Karnataka) । ଦେଶରେ ମଧ୍ୟ କିଛି ପଜିଟିଭ ଚିହ୍ନଟ ହେବାପରେ ରାଜ୍ୟରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏୟାରପୋର୍ଟରେ କୋଭିଡ ପରୀକ୍ଷା କରାଯାଉଛି । ନଭେମ୍ବର ୨୭ ତାରିଖରେ ସମସ୍ତ ଯାତ୍ରୀଙ୍କର କୋଭିଡ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୯ ଜଣ ରିପୋର୍ଟ ପଜିଟିଭ ଆସିଛି ।
ତେବେ ଏହି ଘଟଣାକୁ ନେଇ ବେଙ୍ଗାଲୁରୁର ରୁରାଲ ଡିଏଚଓ (District Health Officer) ବିଜୟେନ୍ଦ୍ର କହିଛନ୍ତି, "ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ସମସ୍ତଙ୍କ ଚିକିତ୍ସା ଉପରେ ଗୁରିତ୍ବ ଦିଆଯାଉଛି । ଦେଶରେ କୋରୋନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଟେଷ୍ଟିଂ ସେଣ୍ଟରକୁ ଅଧିକ କରିବା ପାଇଁ ଯୋଜନା କରାଯାଉଛି ।"
କର୍ଣ୍ଣାଟକର କୋପାଲ ଜିଲ୍ଲାରେ ପ୍ରଥମେ ଆମେରିକା ଫେରାନ୍ତା ମହିଳା କୋଭିଡ ପଜିଟିଭ ହୋଇଥିଲେ । ଉକ୍ତ ମହିଳା ଜଣକ ଗଙ୍ଗବତୀ ତାଲୁକର ହୋଇଥିବା ସୂଚନା ମିଳିଛି । କୋରୋନା ନେଇ ତାଙ୍କର କୌଣସି ଲକ୍ଷଣ ନଥିବା ବେଳେ ସେ ସୁସ୍ଥ ରହିଥିବା ସୂଚନା ଦେଇଛନ୍ତି ଡାକ୍ତର ।
ଏହା ମଧ୍ୟ ପଢନ୍ତୁ: ଡରାଇଲାଣି କୋରୋନା, କର୍ଣ୍ଣାଟକରେ ମାସ୍କ ପରିଧାନ ବାଧ୍ୟତାମୂଳକ
ପ୍ରକାଶଯୋଗ୍ୟ ଯେ, କର୍ଣ୍ଣାଟକରେ ହୋଟେଲ, ବାର୍, ରେସ୍ତୋରାଁ, ରିଜର୍ଟରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯିବା ସହ ମାଲିକ ଓ ହୋଟେଲ କର୍ମଚାରୀଙ୍କ ଲାଗି ୨ ଡୋଜ ଟୀକାକରଣ ବାଧ୍ୟତାମୂଳକ କରାଯାଇଛି। ହୋଟେଲରେ ଯେତିକି ସିଟ୍ ରହିଛି ସେଥିରେ ହିଁ ବସିବା ଲାଗି କୁହାଯାଇଛି । ଅଧିକ ଗ୍ରାହକ ହେଲେ ସେମାନଙ୍କ ଲାଗି ଅଧିକ ସିଟ୍ର ବ୍ୟବସ୍ଥା କରିବ ଲାଗି ମଧ୍ୟ ବାରଣ କରାଯାଇଛି । ଆଗକୁ ନୂଆ ବର୍ଷ ଆସୁଥିବାରୁ ରାତି ୧ଟା ପର୍ଯ୍ୟନ୍ତ ସେଲିବ୍ରେସନ ପାଇଁ କଟକଣା ଜାରି କରାଯାଇଛି। ଏହାସହିତ ଏହି ସେଲିବ୍ରେସନରେ ଗର୍ଭବତୀ ଓ ଶିଶୁଙ୍କୁ ସାମିଲ ହେବା ଲାଗି ବାରଣ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ