ETV Bharat / snippets

ଡିଆରଡିଓର ଆଉ ଏକ ସଫଳତା, ରୁଦ୍ରମ-2ର ସଫଳ ପରୀକ୍ଷଣ

RUDRAM AIR TO SURFACE MISSILE
RUDRAM AIR TO SURFACE MISSILE (ANI)
author img

By ETV Bharat Odisha Team

Published : May 30, 2024, 10:12 AM IST

ହାଇଦ୍ରାବାଦ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ର ଆଉ ଏକ ସଫଳତା । ଭାରତୀୟ ବାୟୁସେନା (IAF)ର ଲଢୁଆ ବିମାନ ସୁଖୋଇ -30 MKI ପ୍ଲାଟଫର୍ମରୁ ଆଣ୍ଟିରେଡିଏସନ୍ ରୁଦ୍ରାମ-୨ର ସଫଳ ପରୀକ୍ଷଣ କରାଯାଇଛି । ବୁଧବାର ଓଡିଶା ଉପକୂଳରୁ ସକାଳ 11ଟା 30 ମିନିଟ ସମୟରେ ଏହାର ପରୀକ୍ଷଣ କରାଯାଇଛି । ଏନେଇ ଡିଆରଡିଓ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ତେବ ପରୀକ୍ଷଣର ଉଦ୍ଦେଶ୍ୟ ସଫଳ ହୋଇଥିବା ନେଇ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଡିଆରଡିଓର ସଫଳତା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି । ଏହି ପରୀକ୍ଷଣର ସଫଳତାରୁ ରୁଦ୍ରମ 2ର ଭୂମିକା ମଜଭୁତିର ସ୍ପଷ୍ଟ ହୋଇଥିବା ନେଇ ସେ କହିଛନ୍ତି । ରୁଦ୍ରାମ-୨ ହେଉଛି ଏକ ସ୍ୱଦେଶୀ ବିକଶିତ କଠିନ-ପ୍ରୋପେଲାଣ୍ଟ ଏୟାର-ଟୁ ସର୍ଫେସ ମିଶାଇଲ ସିଷ୍ଟମ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.