ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ଦେଖନ୍ତୁ LIVE - CM LIVE - CM LIVE
🎬 Watch Now: Feature Video


Published : May 4, 2024, 11:53 AM IST
|Updated : May 4, 2024, 12:21 PM IST
କୋରାପୁଟ: ଆଜି ଦକ୍ଷିଣ ଓଡ଼ିଶାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ କୋରାପୁଟର ଜୟପୁର ଗସ୍ତ କରିଛନ୍ତି ନବୀନ ପଟ୍ଟନାୟକ । ଜୟପୁରରେ ସାଧାରଣ ସଭା କରିବା ପରେ ନବରଙ୍ଗପୁରରେ ପହଞ୍ଚି ନିର୍ବାଚନ ପ୍ରଚାର କରିବେ । ଏହାପରେ ସେଠାରେ ଗେଷ୍ଟ ହାଉସରେ ବିଶ୍ରାମ ନେବେ । ସନ୍ଧ୍ୟାରେ ରାୟଗଡା ବିଧାନସଭା କ୍ଷେତ୍ରରେ ଏକ ସାଧାରଣ ସଭାରେ ଯୋଗଦେବେ । ମାରାଥନ ପ୍ରଚାର ସହ ବିଭିନ୍ନ ଜିଲ୍ଲା ଗସ୍ତ ଏଠାରେ କାର୍ଯ୍ୟକ୍ରମ ସାରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିର୍ବାଚନ ପ୍ରଚାର କରିବେ । ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା 13 ତାରିଖ ରହିଥିବା ବେଳେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ୩ଟି ଲୋକସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବେ । ଦେଖନ୍ତୁ ଜୟପୁରରୁ ଲାଇଭ
Last Updated : May 4, 2024, 12:21 PM IST