ହାଇଦ୍ରାବାଦ: ରିଅଲମି ବିଦାୟୀ ବର୍ଷ 2024 ଶେଷ ହେବା ପୂର୍ବରୁ ଖୁବଶୀଘ୍ର ଆଉ ଏକ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ରିଅଲମି 14x ଆସନ୍ତା ଡିସେମ୍ବର 18ରେ ଭାରତରେ ଲଞ୍ଚ ହେବ । 15,000 ଟଙ୍କା ତଳେ ଭାରତର ପ୍ରଥମ IP69 ରେଟେଡ୍ ହ୍ୟାଣ୍ଡସେଟ୍ ଭାବେ ଏହି ଫୋନ ହେବାକୁ ଯାଉଛି ବୋଲି ଦାବି କରାଯାଇଛି । କମ୍ପାନୀର ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୂଲ୍ୟ, ମୁଖ୍ୟ ଫିଚର, ରଙ୍ଗ ଏବଂ ଡିଜାଇନ ସମ୍ବନ୍ଧୀୟ ବିବରଣୀ ଉଲ୍ଲେଖ ରହିଛି ।
ଅଫିସିଆଲ୍ ଘୋଷଣା ପୂର୍ବରୁ ରିଅଲମି 14x ଲଞ୍ଚ ବିଷୟରେ ଅନଲାଇନରେ ଲିକ୍ ଏବଂ ରିପୋର୍ଟ ସାମ୍ନାକୁ ଆସୁଥିଲା । ଚଳିତ ବର୍ଷ ଆରମ୍ଭରେ ରିଲିଜ ହୋଇଥିବା ରିଅଲମି 12xର ଉତ୍ତରାଧିକାରୀ ଭାବରେ ଏହି ହ୍ୟାଣ୍ଡସେଟ୍ ଲଞ୍ଚ ହେବ ବୋଲି ଆଶା କରାଯାଉଛି ।
Realme 14x: ଦାମ, ଲଞ୍ଚ ଡେଟ୍, ସେଲ ଓ ଉପଲବ୍ଧତା
ରିଅଲମି 14x 18 ଡିସେମ୍ବର 2024ରେ ଲଞ୍ଚ ହେବାକୁ ଥିବାବେଳେ ସେହି ଦିନ ହିଁ ଏହା ବିକ୍ରି ପାଇଁ ଉପଲବ୍ଧ ହେବ । ଅଧିକ RAM ଏବଂ ଷ୍ଟୋରେଜ୍ କନଫିଗିରେସନ ସହିତ ଏହି ହ୍ୟାଣ୍ଡସେଟର ମୂଲ୍ୟ 15,000 ଟଙ୍କା ହେବ ବୋଲି ଆଶା କରାଯାଉଛି । ଫୋନ ଫ୍ଲିପକାର୍ଟରେ ଏବଂ ଏହାର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଉପଲବ୍ଧ ହେବ ।
ଏହା ବି ପଢନ୍ତୁ |
Realme 14x: ସ୍ପେଶିଫିକେସନ ଓ ଫିଚର
- ରିଅଲମି ନିଶ୍ଚିତ କରିଛି ଯେ ରିଅଲ୍ 14x 45W ୱେୟାର୍ଡ ଚାର୍ଜିଂ ସପୋର୍ଟ ସହିତ 6000mAh ବ୍ୟାଟେରୀ ସହିତ ଆସିବ ।
- ବ୍ରାଣ୍ଡ ଦ୍ବାରା ପ୍ରକାଶିତ ଅଫିସିଆଲ୍ ପୋଷ୍ଟରେ ମଧ୍ୟ ଏକ IP69 ରେଟିଂ ବିଶିଷ୍ଟ ଡିଭାଇସକୁ ନିଶ୍ଚିତ କରାଯାଇଛି, ଯାହାକି ପାଣି ଓ ଧୂଳିରୁ ଫୋନକୁ ରକ୍ଷା କରିବ ।
- ରିଅଲମି ଦାବି କରିଛି ଯେ ଏହି ଉପକରଣ ଭାରତରେ ପ୍ରଥମ, ଯେଉଁଥିରେ 15,000 ଟଙ୍କା ତଳେ ଧୂଳି ଏବଂ ଜଳ ପ୍ରତିରୋଧ ମୂଲ୍ୟାୟନ ସହିତ ଆସିଛି ।
- ରିଅଲମି ଦ୍ବାରା ଅନଲାଇନରେ ପ୍ରକାଶିତ ଫଟୋଗୁଡ଼ିକୁ ଦେଖିଲେ ଫୋନରେ ଏକ 'ଡାଇମଣ୍ଡ ପ୍ରେରିତ ଡିଜାଇନ' ସହିତ ଏଲଇଡି ଫ୍ଲାସ ଟ୍ରିପଲ-ରିଅର କ୍ୟାମେରା ସେଟଅପ୍ ରହିବ । ରିଅଲ୍ 14x ତିନୋଟି ରଙ୍ଗ ଅପସନ ଆସିବ ସେଗୁଡ଼ିକ ହେଉଛି ଜୁଏଲ୍ ରେଡ୍, କ୍ରିଷ୍ଟାଲ୍ ବ୍ଲାକ୍ ଏବଂ ଗୋଲଡେନ୍ ଗ୍ଲୋ ।
- ରିଅଲମିର ଏହି ସ୍ମାର୍ଟଫୋନ 6GB + 128GB, 8GB + 128GB ଏବଂ 8GB + 256GB RAM ଏବଂ ଷ୍ଟୋରେଜ ଭାରିଏଣ୍ଟ ସହିତ ଆସିପାରେ ।
- ଏହା ସହିତ ଫୋନରେ 6.67-ଇଞ୍ଚ୍ HD + IPS LCD ସ୍କ୍ରିନ୍ ସହିତ ଆସିପାରେ ।