ହାଇଦ୍ରାବାଦ: ଏମଜି ମୋଟର୍ସ ଭାରତୀୟ ବଜାରରେ ନିଜର ସବୁଠୁ ଶସ୍ତା ଇଲେକଟ୍ରିକ୍ କାର MG Cometର ନୂଆ ସ୍ପେଶାଲ ବ୍ଲାକ୍ ଏଡିସନ୍କୁ ଲଞ୍ଚ କରିଛି । ଏହି ସ୍ପେଶାଲ ଏଡିସନ୍ରେ କାର କିଛି କସମେଟିକ୍ ପରିବର୍ତ୍ତନ ସହ ନୂଆ ସ୍ମାର୍ଟ ଫିଚର ସାମିଲ କରିଛି, ଯାହାଦ୍ବାରା ଏହି କାରଟି ରେଗୁଲାର୍ ମଡେଲ ମୁକାବିଲାରେ ଅଧିକ ଉନ୍ନତମାନର । ଏହାକୁ ଥରେ ଚାର୍ଜ କଲେ 230କିଲୋମିଟର ଯାଉଥିବାବେଳେ ଫଟାଫଟ୍ ଚାର୍ଜ ମଧ୍ୟ ହୋଇଥାଏ ।
MG Comet BlackStorm: ଡିଜାଇନ
କମେଟ୍ ବ୍ଲାକଷ୍ଟର୍ମ୍ (Comet Blackstorm)ର ଲୁକ୍ ଓ ଡିଜାଇନରେ ସବୁଠୁ ବଡ଼ ପରିବର୍ତ୍ତନ ହେଉଛି ଏହାକୁ ବ୍ଲାକ୍-ଆଉଟ୍ ଏକ୍ସଟିରିଅର ଓ ଇଣ୍ଟିରିଅର ଥିମ୍ରେ ସଜାଯାଇଛି, ୟେଉଁଥିରେ ଲାଲ ରଙ୍ଗର ଡିଜାଇନ ମଧ୍ୟ ରହିଛି । ଏହି ନୂଆ କଲର୍ ଥିମ୍ କାରକୁ ଅଧିକ ସ୍ପୋର୍ଟି ଓ ବୋଲ୍ଡ ଲୁକ୍ ଦେଉଛି ।
MG Comet BlackStorm: ଦାମ ଓ ବୁକିଂ
କମ୍ପାନୀ ଏହି ଇଲେକଟ୍ରିକ୍ କାରର ସ୍ପେଶାଲ ଏଡିସନର ଦାମ 9.81 ଲକ୍ଷ ଟଙ୍କା (ଏକ୍ସଶୋରୁମ)ରେ ଲଞ୍ଚ କରିଛି, ଯାହାକି ଏହି କାରର ଟପ୍-ସ୍ପେକ୍ ଭାରିଏଣ୍ଟ ଉପରେ ଆଧାରିତ । BaaS ସର୍ଭିସ ସହିତ ଏହି କାରର ଦାମ 7.50ଲକ୍ଷ ଟଙ୍କା ପ୍ରାରମ୍ଭିକ ମୂଲ୍ୟ ରହିଛି, ଯେଉଁଥିରେ ପ୍ରତି କିଲୋମିଟର ପିଛା ବ୍ୟାଟେରୀ ଭଡ଼ା 2.50 ଟଙ୍କା ସାମିଲ । ଏହାର ଲଞ୍ଚ୍ ସହିତ କମ୍ପାନୀ ନୂତନ MG Comet EV BlackStorm ଏଡିସନ୍ର ବୁକିଂ ଆରମ୍ଭ କରିଦେଇଛି ଏବଂ ଏହାକୁ 11,000 ଟଙ୍କାରେ ଗ୍ରାହକ ଆଗୁଆ ବୁକ୍ କରିପାରିବେ ।
ବ୍ୟାଟେରୀ ପ୍ୟାକ୍ ଓ ଡ୍ରାଇଭିଂ ରେଞ୍ଜ
କମେଟ୍ ବ୍ଲାକ୍ଷ୍ଟର୍ମ ଏଡିସନର ପାୱାରଟ୍ରେନ୍ରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ । ଏହି କାର ପୂର୍ବପରି 17.3 କିଲୋୱାଟ୍ର ଲିଥିଅମ ଆୟନ ବ୍ୟାଟେରୀ ପ୍ୟାକ୍ ସହ ଆସିଛି । ଏହା ଗୋଟିଏ ଥରେ ଚାର୍ଜ କଲେ 230କିମି ଡ୍ରାଇଭିଂ ରେଞ୍ଜ ପ୍ରଦାନ କରିଥାଏ । ଏହାର ଇଲେକ୍ଟ୍ରିକ୍ ମୋଟର 42ଏଚପି ପାୱାର ଓ 110 ନ୍ୟୁଟନ ମିଟର ଟର୍କ ଜେନେରେଟ କରିଥାଏ । କମ୍ପାନୀର ଦାବି ଅନୁସାରେ 3.3 କିଲୋୱାଟ୍ ଚାର୍ଜରରେ ଏହି ବ୍ୟାଟେରୀକୁ ଚାର୍ଜ କଲେ ପୂରା ଚାର୍ଜ ହେବା ପାଇଁ ପ୍ରାୟ 7ଘଣ୍ଟା ସମୟ ଲାଗିଥାଏ । 5ଘଣ୍ଟାରେ ଏହାର ବ୍ୟାଟେରୀ 80% ପର୍ଯ୍ୟନ୍ତ ଚାର୍ଜ ହୋଇପାରିଥାଏ ।

କଣ ମିଳିଥାଏ ଫିଚର ?
କମେଟ୍ ବ୍ଲାକଷ୍ଟର୍ମ ଏଡିସନ୍ରେ କିଛି ଖାସ୍ ଫିଚର ମଧ୍ୟ ମିଳିଥାଏ ଯେଉଁଥିରେ ଡୁଆଲ୍ 10.25 ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଟଚସ୍କ୍ରିନ ଇନଫୋଟେନମେଣ୍ଟ, ୱେୟାରଲେସ୍ ଆଣ୍ଡ୍ରଏଡ ଅଟୋ, ଆପଲ୍ କାରପ୍ଲେ, କନେକ୍ଟେଡ୍ କାର ଫିଚର, LED ହେଡଲ୍ୟାମ୍ପ ଓ ଟେଲ୍ ଲ୍ୟାମ୍ପ, ରିଅର ପାର୍କିଂ କ୍ୟାମେରା, Keyless ଲକ୍/ଅନଲକ୍ ଓ ଡୁଆଲ୍ ଏୟାରବ୍ୟାଗ୍ ଦିଆଯାଇଛି । ଖାସ କଥା ହେଉଛି ଏହା କମ୍ପାନୀର ପ୍ରଥମ ଇଲେକଟ୍ରିକ୍ କାର ଯେଉଁଥିରେ ବ୍ଲାକ୍ଷ୍ଟର୍ମ ଭାରିଏଣ୍ଟ ଦିଆଯାଇଛି । ଏହାପୂର୍ବରୁ କମ୍ପାନୀର କେବଳ ପେଟ୍ରୋଲ-ଇଞ୍ଜିନ ମଡେଲରେ ବ୍ଲାକ୍ଷ୍ଟର୍ମ ଏଡିସନ ପ୍ରଦାନ କରାୟାଉଥିଲା ।