ହାଇଦ୍ରାବାଦ: ଆମାଜନ ଏହାର ଭଏସ ଆସିଷ୍ଟାଣ୍ଟ ଆଲେକ୍ସାକୁ ଅନ୍ୟ ଏକ ସ୍ତରକୁ ନେଇଛି । 2025 ଆମାଜନ ଡିଭାଇସ ଓ ସର୍ଭିସ ଇଭେଣ୍ଟରେ ଏହି ଟେକ୍ ଜାଏଣ୍ଟ ଆଲେକ୍ସାର ଏଆଇ ଭର୍ସନ Alexa+କୁ ଲଞ୍ଚ କରିଛି । ଏହି ଅପଗ୍ରେଡେସନ ଭଏସ ଆସିଷ୍ଟାଣ୍ଟକୁ ଆହୁରି ସ୍ମାର୍ଟ ଓ ଉପଯୋଗୀ ଯେପରିକି ବାସ୍ତବ କଥାକୁ ବୁଝିବା, ପ୍ରତିଟି କଥାକୁ ମନେ ରଖିବା ଓ କାର୍ଯ୍ୟକୁ ନିଜ ସ୍ତରରେ କରିପାରିବ ବୋଲି କମ୍ପାନୀ କହିଛି ।
ଆପଣଙ୍କ ମନରେ ଏବେ ପ୍ରଶ୍ନ ଆସୁଥିବ ପୂର୍ବ ଭଏସ ଆସିଷ୍ଟାଣ୍ଟଠାରୁ ଏହି ଏଆଇ ଆଧାରିତ ଆସିଷ୍ଟାଣ୍ଟ କିପରି ଭିନ୍ନ ଓ ଲାଭଦାୟକ ? ଆମାଜନର ଏକ ବ୍ଲଗ ପୋଷ୍ଟ ଅନୁସାରେ, Alexa+କୁ ଅଧିକ ଉପଯୋଗୀ କରିବା ଲାଗି ଏଥିରେ ବଡ଼ ଭାଷା ମଡ୍ୟୁଲ (LLM)କୁ ଏକୀକୃତ କରାଯାଇଛି । କମ୍ପାନୀ ଆଲେକ୍ସା ପ୍ଲସରେ କଣ ନୂଆ ଅପଗ୍ରେଡ୍ ଆଣିଛି ନିମ୍ନରେ ଜାଣନ୍ତୁ:
- କଷ୍ଟୋମାଇଜ୍ ସହଯୋଗ: Alexa+ ଆପଣଙ୍କ ରୁଚି, ଅଭ୍ୟାସକୁ ସମୟ ସହିତ ସମ୍ପୂର୍ଣ୍ଣ ଭାବରେ ବୁଝିପାରିବ । ଯେପରିକି ଆପଣଙ୍କ ପସନ୍ଦର ରେସ୍ତୋରାଁ ଜାଣିବା, ଆପଣଙ୍କ ଲାଗି ମହତ୍ତ୍ବପୂର୍ଣ୍ଣ ରଖୁଥିବା ତାରିଖ ଓ ସପିଂ ପର୍ଯ୍ୟନ୍ତ ସବୁକିଛି ଜାଣିପାରିବ ।
- ପ୍ରୋ-ଆକ୍ଟିଭ ଆସିଷ୍ଟାନ୍ସ: ଆପଣ ଡକ୍ୟୁମେଣ୍ଟ, ଇମେଲ୍ ଓ ଇମେଜକୁ Alexa+ ସହିତ ସେୟାର କରିପାରିବେ, ଯାହାକୁ ଆଲେକ୍ସା ପ୍ଲସ ବୁଝି ଆପଣଙ୍କୁ ସଠିକ ସମୟରେ ଉପଯୋଗୀ କରାଇବ । ଅର୍ଥାତ ଆପଣ କୌଣସି ଇଭେଣ୍ଟର ବିଜ୍ଞପ୍ତିର ଫଟୋ ଉଠାଇଛନ୍ତି, ଏହାକୁ ଆଲେକ୍ସା ପ୍ଲସ ନିଜ ସ୍ତରରେ କ୍ୟାଲେଣ୍ଡରରେ ଲଗାଇବ ।
- ଅଧିକ ସ୍ବାଭାବିକ ବାର୍ତ୍ତାଳାପ: ରୋବୋଟ୍ ପରି ଉତ୍ତର ଦିଏ ନାହିଁ । ଅର୍ଥାତ Alex+ ମଣିଷ ପରି ଆପଣଙ୍କ କଥାକୁ ସଠିକ ଢଙ୍ଗରେ ବୁଝି ଉତ୍ତର ଓ ତଦନୁଯାୟୀ କାମ କରିଥାଏ ।
- ଆଲେକ୍ସା ସହ ସ୍ମାର୍ଟ ହୋମ୍: ଆଲେକ୍ସା ପ୍ଲସ ସହିତ ଆପଣଙ୍କ ଦୈନନ୍ଦିନ ଜୀବନ ମଧ୍ୟ ଆହୁରି ସହଜ ହୋଇପାରିବ । ଯଦି ଆପଣଙ୍କ ଘର ଏକ ସ୍ମାର୍ଟ୍ ହୋମ୍, ତେବେ ଅନ୍ୟ ଡିଭାଇସକୁ Alexa+ କମାଣ୍ଡ ଦେଇପାରିବ । ଏହାଦ୍ବାରା ଟେଲିଭିଜନ ଓ ସିକ୍ୟୁରିଟି ଉପରେ ନିୟନ୍ତ୍ରଣ ଅଧିକ ସହଜ ହେବ । ଏଥିଲାଗି ଅତିରିକ୍ତ ଆପ୍ର ଆବଶ୍ୟକ ପଡ଼ିବ ନାହିଁ ।
The latest evolution of generative AI is here. Meet Alexa+, our smartest, most conversational, and personalized AI assistant to date.
— Amazon (@amazon) February 26, 2025
Alexa+ is designed to leverage state-of-the-art architecture that connects LLMs, agentic capabilities, third-party services, and more to your… pic.twitter.com/yJ9IoPeVj0
ସୁରକ୍ଷା ବାବଦକୁ କିପରି ଫିଟ୍ Alexa+ ?
ଯେତେବେଳେ ଆମେ AIକୁ ଆମର ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ଯାଉଛୁ ସେତେବେଳେ ଗୋପନୀୟତା ଏକ ବଡ଼ ପ୍ରସଙ୍ଗ ରହିଛି । ତେବେ ଆମାଜନ୍ ବ୍ୟବହାରକାରୀଙ୍କୁ ପ୍ରତିଶ୍ରୁତି ଦେଇଛି ଯେ Alexa+ରେ ସୁରକ୍ଷା ଫିଚର ରହିଛି । ଏହି ସିଷ୍ଟମ ବ୍ୟବହାରକୀରଙ୍କୁ 'ଆଲେକ୍ସା ଗୋପନୀୟତା ଡ୍ୟାସବୋର୍ଡ'ର ବ୍ୟବହାର କରି ନିଜର ଡେଟାକୁ ନିୟନ୍ତ୍ରଣ ରଖିବାରେ ସକ୍ଷମ କରାଏ ।
Alexa ପ୍ଲସ୍: ଦାମ ଓ ଉପଲବ୍ଧତା
ଆମେରିକା ଗତ ମାସରେ ଆଲେକ୍ସା ପ୍ଲସ୍ ଲଞ୍ଚ ହୋଇସାରିଛି । ଆଗାମୀ ଦିନରେ ଏହା ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଲଞ୍ଚ ହେବ । ଏହାର ସବସ୍କ୍ରିପସନ ମୂଲ୍ୟ ପ୍ରତି ମାସ ପିଛା $19.99 (ପାଖାପାଖି ₹1743) ରହିଛି । କିନ୍ତୁ ଯଦି ଆପଣ ଜଣେ ପ୍ରିମିୟମ ସଦସ୍ୟ, ତେବେ ଏହାକୁ ଆପଣ ମାଗଣାରେ ପାଇପାରିବେ । ଏହି AI ଆସିଷ୍ଟାଣ୍ଟ ଲାଗି ସବୁଠୁ ଭଲ ଅନୁଭବ ଆମାଜନର ନୂଆ ସ୍ମାର୍ଟ ଡିସପ୍ଲେରେ ମିଳିବ । ଏଥିଲାଗି ପ୍ରାରମ୍ଭିକ ଆକ୍ସେସ ଭାବେ ଏହାକୁ କେବଳ Echo Show 8, 10, 15 ଓ 21ରେ ଦିଆଯାଇଛି ।