ETV Bharat / state

ଓଡ଼ିଶାରେ ଜେପି ନଡ୍ଡା: ଉତ୍ସାହିତ ବିଜେପି କ୍ୟାମ୍ପ, କିଏ ନୂଆ ରାଜ୍ୟ ସଭାପତି, କାହା ନାମରେ ମାରିବେ ମୋହର ? - JAGAT PRAKASH NADDA ODISHA TOUR

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଦେଖନ୍ତୁ କଣ କଣ ରହିଛି କାର୍ଯ୍ୟକ୍ରମ ।

Jagat Prakash Nadda
Jagat Prakash Nadda (ETV Bharat Odisha)
author img

By ETV Bharat Odisha Team

Published : Feb 27, 2025, 7:09 PM IST

Updated : Feb 27, 2025, 8:12 PM IST

ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । 27 ତାରିଖ (ଗୁରୁବାର) ସନ୍ଧ୍ୟା 7 ଟା 55 ବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିଛନ୍ତି । ସେଠାରୁ ସିଧାସଳଖ ପୁରୀ ଯାଇ ରାତ୍ରି ଯାପନ କରିବେ । ରାତିରେ କୋଣାର୍କ ଇକୋ ରିସର୍ଟରେ ରହିବେ ନଡ୍ଡା । ପରଦିନ ଅର୍ଥାତ 28 ରେ 10 ଟା ବେଳେ ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ । ପରେ 2 ଟାରେ ଶ୍ରମନ୍ଦିର ଯାଇ ମହାପ୍ରଭୁଙ୍କର ଦର୍ଶନ କରିବେ। ତାପରେ ଭୁବନେଶ୍ୱର ଆସି ରାଜ୍ୟ ଅତିଥି ଭବନରେ ପାଖାପାଖି ଅଢେଇ ଘଣ୍ଟା ରହିବେ ନଡ୍ଡା । ସନ୍ଧ୍ୟା 7 ଟାରେ ବିମାନ ବନ୍ଦର ଯାଇ ଦିଲ୍ଲୀ ଫେରିଯିବେ ।

ଏହା ବି ପଢନ୍ତୁ- ଦୁଇ ଦିନ ମଧ୍ୟରେ ରାଜ୍ୟ ବିଜେପି ସଭାପତି ଚୟନ, ରିପିଟ୍‌ ହେବେ କି ମୋହନ ? - BJP CORE COMMITTEE MEETING

ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତକୁ ନେଇ ଉତ୍ସାହିତ ରାଜ୍ୟ ବିଜେପି । ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, "ଆସନ୍ତାକାଲି ରାଜ୍ୟ ଅତିଥି ଭବନରେ ନଡ୍ଡା ଅଢେଇ ଘଣ୍ଟା ରହିବେ । ବିଜେପିର ରାଜ୍ୟ ନେତୃତ୍ୱଙ୍କୁ ଭେଟି ଆଲୋଚନା କରିବେ । ସଂଗଠନ ଆଉ ସରକାର ସମନ୍ଵୟ ନେଇ ବିଭିନ୍ନ ଦିଗରୁ କରିବେ ଆଲୋଚନା । ରାଜ୍ୟ ସଭାପତି ଚୟନ ନେଇ ହୋଇ ପାରେ ଆଲୋଚନା । ବିଜେପି ରାଜ୍ୟ ନେତୃତ୍ବକୁ ସଂଗଠନ କିପରି ବଢିବ ସେ ନେଇ ନଡ଼ା ଦେବେ ପରାମର୍ଶ ।"

ରାଜ୍ୟରେ ଏକାକୀ ବିଜେପି ସରକାର ଗଠନ ପରେ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ପାଇଁ ସଂକଳ୍ପବଦ୍ଧ । ଏନେଇ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ପୂର୍ଣ୍ଣ ସହଯୋଗ କରୁଛନ୍ତି । ମୋଦି ଓଡ଼ିଶାକୁ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି । ତାଙ୍କ ନେତୃତ୍ୱରେ ଜାତୀୟସ୍ତରର ଅନେକ କାର୍ଯ୍ୟକ୍ରମ ତଥା ଗୁରୁତ୍ୱପୂର୍ଣ୍ଣ ବୈଠକ ଗତ ୩ ମାସ ମଧ୍ୟରେ ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି । ପୋଲିସ ମହାନିର୍ଦ୍ଦେଶକ ସମ୍ବିଳନୀଠାରୁ ଆରମ୍ଭ କରି ନୌସେନା ଦିବସ, ପ୍ରବାସୀ ଭାରତୀୟ ଦିବସ ଆଦି ଅନୁଷ୍ଠିତ ହୋଇଯାଇଛି । ୨୮ ତାରିଖରେ ପ୍ରଥମ ଥର ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ପୁରୀରେ ଆୟୋଜନ କରାଯାଉଛି ।

ସେପଟେ ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, "ବିଜେପି ଗୋଟେ ସଂଗଠନ ଆଧାରିତ ଦଳ । ସଭାପତି ଚୟନ ପାଇଁ ସଞ୍ଜୟ ଜୟସ୍ୱାଲଙ୍କୁ ଦାୟିତ୍ଵ ଦିଆଯାଇଛି । ସେ ଓଡିଶା ଆସୁଛନ୍ତି, ବୈଠକ ପରେ ନିଷ୍ପତ୍ତି ନେବେ ।"

ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ କହିଛନ୍ତି, "ଜେପି ନଡ୍ଡା ରାଜ୍ଯରେ ପଦାଧିକାରୀ ମାନଙ୍କ ସହିତ କରିବେ ଆଲୋଚନା । ବିଜେପି ଏକ ରାଷ୍ଟ୍ରୀୟ ଦଳ ବହୁ ବିଚାର ବିମର୍ଶ ପରେ ସବୁ କାର୍ଯ୍ୟ କରାଯାଏ । ଓଡ଼ିଶାରେ ସରକାର 8 ମାସ ଭିତରେ ବଡ ବଡ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଓଡିଶାରେ କରାଯାଉଛି । ପ୍ରଧାନମନ୍ତ୍ରୀ ଓଡିଶାକୁ ସବୁବେଳେ ଫୋକସରେ ରଖିଛନ୍ତି ।"

ବିଜେପି ପାଇଁ ଟେନସନ୍ ରାଜ୍ୟ ସଭାପତି ପଦବୀ-

କିଏ ହେବେ ରାଜ୍ୟ ବିଜେପି ସଭାପତି ? ଚୟନ ପ୍ରକ୍ରିୟା ଡେଡଲାଇନ ପାର ହୋଇସାରିଥିଲେ ସୁଦ୍ଧା ଏଯାଏଁ ଛିଣ୍ଡୁନି ସଭାପତି ଅଙ୍କ । ଏହାରି ଭିତରେ 37 ଟି ସାଂଗଠନିକ ଜିଲ୍ଲା ସଭାପତିରୁ 36ଟି ଘୋଷଣା ହୋଇସାରିଛି । ସେପଟେ ବିଜେପି ସରକାରକୁ 8 ମାସ ପୂରିବା ପରେ ନିଗମ ଓ ପରିଷଦ ମୁଖିଆଙ୍କ ନାମ ଘୋଷଣା ହୋଇଛି । ରାଜ୍ୟରେ ବିଜେପି ସରକାରକୁ ୮ ମାସ ପୂରିବାକୁ ବସିଲାଣି । ଚୟନ ପ୍ରକ୍ରିୟା ଡେଡଲାଇନ ପାର ହୋଇଯାଇଥିଲେ ସୁଦ୍ଧା ଏଯାଏ ନୂଆ ରାଜ୍ୟ ସଭାପତିଙ୍କୁ ବାଛି ପାରିନି ବିଜେପି । ଏହି ରେସରେ ବର୍ତ୍ତମାନର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ସେ ନିଜେ ବ୍ରେକ ଲଗାଇଛନ୍ତି । ଦଳର ନିୟମ ଅନୁଯାୟୀ ଜଣେ ଲଗାତର ୨ ଥର ଏହି ପଦବୀରେ ବସିପାରିବେ ଏହାପରେ ବ୍ରେକ ନେଇ ଆଉ ଥରେ ହୋଇପାରିବେ ବୋଲି ମନମୋହନ ସାମଲ ସ୍ପଷ୍ଟ କରିଥିଲେ । ଦଳ ଭିତରେ ସାଂଗଠନିକ ନିର୍ବାଚନ ଚାଲିଥିବା ବେଳେ ଫେବୃଆରୀ ସୁଦ୍ଧା ରାଜ୍ୟ ସଭାପତି ପଦବୀ ପୂରଣ ହେବ ବୋଲି ଆଗରୁ କହିଥିଲେ ବିଜେପି ନେତୃତ୍ୱ । ତେବେ ନଡ୍ଡାଙ୍କ ଏହି ଗସ୍ତ ସମୟରେ ରାଜ୍ୟ ସଭାପତି ପଦବୀରେ ମୋହର ବାଜିବ ବୋଲି ଆଲୋଚନା ଜୋର ଧରିଛି ।

Last Updated : Feb 27, 2025, 8:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.