ETV Bharat / state

ବଢ଼ିଲା ଗଣଶିକ୍ଷକଙ୍କ ପାରିଶ୍ରମିକ, OTET ପାସଙ୍କୁ ବାର୍ଷିକ ଇନକ୍ରିମେଣ୍ଟ

author img

By ETV Bharat Odisha Team

Published : Mar 1, 2024, 10:34 AM IST

Odisha govt hikes pay of Gana Sikhyak:ବଢ଼ିଲା ଗଣଶିକ୍ଷକଙ୍କ ଦରମା । ସେମାନଙ୍କ ମାସିକ ଦରମା ୭ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

Gana Sikhyaks pay hike
Gana Sikhyaks pay hike

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଗଣଶିକ୍ଷକମାନଙ୍କ ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବଢିଲା ଗଣଶିକ୍ଷକଙ୍କ ଦରମା । OTET ପାସ୍ କରିନଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ ବଢାଇଲେ ରାଜ୍ୟ ସରକାର । ସେମାନଙ୍କ ମାସିକ ଦରମା ୭ ହଜାରରୁ ୧୦ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି OTET ପାସ କରିଥିବା ଗଣଶିକ୍ଷକମାନେ ହେବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ । OTET ପାସ୍ କରିଥିବା ଏକ୍ସ କ୍ୟାଡ଼ର ସହକାରୀ ଶିକ୍ଷକମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ଦିଆଯିବ । 5T ଅଧ୍ୟକ୍ଷଙ୍କ ଜିଲ୍ଲ ଗସ୍ତ ସମୟରେ ଏହି ପ୍ରସ୍ତାବ ମିଳିଥିଲା । ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ୧୨,୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ OTET ପାସ୍ କରିଥିବା ଗଣଶିକ୍ଷକମାନଙ୍କୁ Med ଶିକ୍ଷକ ବା ଏକ୍ସ କ୍ୟାଡର ଭାବରେ ନିୟମିତ କରାଯିବ । ଏହାଦ୍ୱାରା ରାଜ୍ୟର ୧୪୭୨ ଗଣଶିକ୍ଷକ ଉପକୃତ ହେବେ । ସେହିପରି OTET ପାସ୍ କରିନଥିବା ଗଣଶିକ୍ଷକମାନଙ୍କ ମାସିକ ପାରିତୋଷିକ ୭ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ୧୧୨୧ ଜଣ ଗଣଶିକ୍ଷକ ଉପକୃତ ହେବେ । ଯେଉଁ ସହକାରୀ ଶିକ୍ଷକ ବା ଏକ୍ସ କ୍ୟାଡରମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ମିଳୁନାହିଁ, ସେମାନଙ୍କ ମଧ୍ୟରୁ OTET ପାସ କରିଥିବା ସହକାରୀ ଶିକ୍ଷକ ବା ଏକ୍ସ କ୍ୟାଡରମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ପ୍ରଦାନ କରାଯିବ । ଏହାଦ୍ୱାରା ୯୫୨୦ ସହକାରୀ ଶିକ୍ଷକ ବା ଏକ୍ସ କ୍ୟାଡର ଉପକୃତ ହେବେ । 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଗଣଶିକ୍ଷକମାନେ ଏଥିପାଇଁ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି, ବର୍ଷକୁ ଖର୍ଚ୍ଚ ହେବ ୩୫୦ କୋଟି

ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଓଡ଼ିଶାରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାପୂର୍ବରୁ ସବୁବର୍ଗର କର୍ମଚାରୀଙ୍କୁ ଖୁସି କରିବା ପାଇଁ ଏବଂ ଆନ୍ଦୋଳନରତ କର୍ମଚାରୀଙ୍କୁ ଶାନ୍ତ କରିବା ପାଇଁ ବଡ଼ ବଡ଼ ଘୋଷଣା କରୁଛନ୍ତି ନବୀନ ସରକାର । ଗତକାଲି ରାଜ୍ୟ ସରକାର ଅଙ୍ଗନବାଡି କର୍ମୀଙ୍କ ମାସିକ ଦରମା ୭,୫୦୦ରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରିଥିଲେ । ସେହିପରି ମିନି ଅଙ୍ଗନବାଡି କର୍ମୀଙ୍କ ପାରଶ୍ରମିକ ୫୩୭୫ ଟଙ୍କା ଓ ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ ୫ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.