ଭୁବନେଶ୍ବର: ଘରୋଇ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଓ ପରେ ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କୁ ଦୁର୍ବବ୍ୟବହାର ଘଟଣାରେ ଜାରି ରହିଛି ତଦନ୍ତ । ଆଜି ଘରୋଇ ବିଶ୍ବ ବିଦ୍ୟାଳୟର ଆଉ 6 ଜଣ କର୍ମଚାରୀ ଉଚ୍ଚସ୍ତରୀୟ କମିଟି ନିକଟରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି । ସେମାନେ ହେଲେ ସିନିୟର ହଷ୍ଟେଲ ଅଧୀକ୍ଷକ, ଆଡମିନିଷ୍ଟ୍ରେଟିଭ୍ ଅଧିକାରୀ, ଆଭ୍ୟନ୍ତରୀଣ କମିଟି ମୁଖ୍ୟ, ସହକାରୀ ନିର୍ଦ୍ଦେଶକ ପକ୍ଷ, ସ୍ପୋର୍ଟ୍ସ ନିର୍ଦ୍ଦେଶକ, ସିକ୍ୟୁରିଟି ମୁଖ୍ୟ । ପୂର୍ବରୁ ହାଜର ହୋଇସାରିଛନ୍ତି ବିଶ୍ବ ବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।
ଆଜି କମିଟି ଆଗରେ ହାଜରେ ହୋଇଛନ୍ତି ୬ ଅଧିକାରୀ:
ନୋଟିସ୍ ପାଇ ଆଜି(ଗୁରୁବାର) କମିଟି ଆଗରେ ହାଜର ହୋଇଛନ୍ତି ଘରୋଇ ବିଶ୍ବବିଦ୍ୟାଳୟର ୬ ଅଧିକାରୀ । ଦୀର୍ଘ ସମୟ ଧରି ୬ ଅଧିକାରୀଙ୍କୁ କରାଯାଇଥିଲା ପଚରାଉଚରା । ଘରୋଇ ବିଶ୍ବ ବିଦ୍ୟାଳୟର ଇଣ୍ଟରନାଲ୍ କମିଟି ମୁଖ୍ୟ ଇପ୍ସିତା ଶତପଥୀ, ସୁରକ୍ଷା ମୁଖ୍ୟ ପିକେ ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶିକା ସ୍ମରିକା ପତି, ସିନିୟର୍ ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ ସଂହିତା ମିଶ୍ର, ସିଦ୍ଧାର୍ଥ ରାୟ, ଅଧିକାରୀ ସମେତ ସ୍ପୋର୍ଟ ନିର୍ଦ୍ଦେଶକ ଗଗାନେନ୍ଦୁ ଦାସ ଆଜି ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଛନ୍ତି । ଏହି ୬ ଜଣଙ୍କୁ ହାଜର ହେବାକୁ ଗତ ୨୫ ତାରିଖରେ ନୋଟିସ୍ ଜାରି କରାଯାଇଥିଲା ।
କିଏ କିଏ ହେଲେ ହାଜର ?
- ଘରୋଇ ବିଶ୍ବ ବିଦ୍ୟାଳୟର ଇଣ୍ଟରନାଲ୍ କମିଟି ମୁଖ୍ୟ ଇପ୍ସିତା ଶତପଥୀ
- ସୁରକ୍ଷା ମୁଖ୍ୟ ପିକେ ପଟ୍ଟନାୟକ
- ସହକାରୀ ନିର୍ଦ୍ଦେଶିକା ସ୍ମରିକା ପତି
- ସିନିୟର୍ ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ ସଂହିତା ମିଶ୍ର
- ସିଦ୍ଧାର୍ଥ ରାୟ
- ସ୍ପୋର୍ଟ ନିର୍ଦ୍ଦେଶକ ଗଗାନେନ୍ଦୁ ଦାସ

ପୂର୍ବରୁ ପ୍ରତିଷ୍ଠାତା ସମେତ ଅନେକ ଅଧିକାରୀ ହାଜର ହୋଇଥିଲେ:
ଗତ ୨୧ ତାରିଖରେ ଦୀର୍ଘ ଅଢେଇ ଘଣ୍ଟା ଧରି ଜେରାର ସମ୍ମୁଖୀନ ହେବା ପରେ ବାହାରକୁ ବାହାରିଥିଲେ ଘରୋଇ ବିଶ୍ବ ବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ୮ ଜଣ ଅଧିକାରୀ । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଖୋଳତାଡ଼ ପରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି ଆଗରେ ହାଜର ହୋଇଥିଲେ ଘରୋଇ ବିଶ୍ବବିଦ୍ୟାଳୟର ଅଧିକାରୀ । ଏହା ସହ ଉଚ୍ଚସ୍ତରୀୟ କମିଟି ଆଗରେ ବିଶ୍ୱ ବିଦ୍ୟାଳୟର ଭିସି ଓ ରେଜିଷ୍ଟ୍ରାର ମଧ୍ୟ ହାଜର ହୋଇଥିଲେ ।
ବିଶ୍ଵବିଦ୍ୟାଳୟରୁ ହଷ୍ଟେଲରୁ ମିଳିଥିଲା ନେପାଳୀ ଛାତ୍ରୀଙ୍କ ମୃତଦେହ:
ଘରୋଇ ବିଶ୍ୱବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ବିଟେକ୍ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ ମିଳିଥିଲା । ଏହାର କିଛି ଘଣ୍ଟା ପରେ, ପୋଲିସ ତାଙ୍କ ପ୍ରେମିକ ଅଦ୍ଭିକ ଶ୍ରୀବାସ୍ତବଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗରେ ଗିରଫ ମଧ୍ୟ କରିଥିଲା ପୋଲିସ । ଏନେଇ କ୍ୟାମ୍ପସରେ ଉପସ୍ଥିତ ନେପାଳୀ ଛାତ୍ରଛାତ୍ରୀ ଭଙ୍ଗାରୁଜା କରିଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମାମଲାକୁ ନିୟନ୍ତ୍ରଣ କରିବା ଆଢୁଆଳରେ ଛାତ୍ରଛାତ୍ରୀଙ୍କ ଉପରେ ବଳ ପ୍ରୟୋଗ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏପରିକି ସିକ୍ୟୁରିଟି ଗାର୍ଡ ଛାତ୍ରଛାତ୍ରୀଙ୍କୁ ମାଡ ମାରୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହା ସହ ହଷ୍ଟେଲ ଅନ୍ତେବାସୀଙ୍କ ଦେଶ ବିଷୟରେ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ । ବଳ ପୂର୍ବକ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ କଟକ ଏବଂ ଭୁବନେଶ୍ବର ରେଳ ଷ୍ଟେସନରେ ଛଡା ଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଆନ୍ଦୋଳନ ଆହୁରି ବ୍ୟାପକ ହୋଇଥିଲା । ଏହି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ସରକାର । ଘଟଣାର ଏବେ ତଦନ୍ତ ଜାରି ଜାରିଛି ।
ଇଟିଭି ଭାରତ, ଭୁବନେଶ୍ବର