ପୁରୀ: ମହାପ୍ରଭୁଙ୍କ ମୂର୍ତ୍ତିକୁ ଅସମ୍ମାନ ଘଟଣା । ଭଦ୍ରକ ଜିଲ୍ଲାପାଳ ଓ ବିଧାୟକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି । ଏନେଇ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି। ଜଗନ୍ନାଥ ସେନା ଆବାହକ ପ୍ରତିକ୍ରିୟା ରଖି କହିଛନ୍ତି, "ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ମୂର୍ତ୍ତିକୁ ପୂଜା କରି ଉତ୍ସବ କଲେ ଭଦ୍ରକ ଜିଲ୍ଲା ପ୍ରଶାସନ। ହେଲେ ଉତ୍ସବ ଶେଷ ପରେ ଅଳିଆ ଗଦାରେ ମହାପ୍ରଭୁଙ୍କ ମୂର୍ତ୍ତି ଛାଡ଼ି ଦେଲା ପ୍ରଶାସନ। ଏହି ଘଟଣା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି ।"
ସୂଚନା ଅନୁସାରେ, ଭଦ୍ରକ ନେହେରୁ ଷ୍ଟାଡିୟମରେ 'ଭଦ୍ରାୟଣୀ ଉତ୍ସବ' ଶେଷ ପରେ ଅଳିଆ ଗଦାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ପଡ଼ିରହିଥିଲା । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଜଗନ୍ନାଥଙ୍କ ମୂର୍ତ୍ତି ଏପରି ପରିତ୍ୟକ୍ତ ଭାବେ ପଡି ରହିବା ଘଟଣାକୁ ନେଇ ବିରୋଧ ବଢିବାରେ ଲାଗିଛି। ମହାପ୍ରଭୁଙ୍କୁ ଅପମାନ ଦେବା ଘଟଣାରେ ଭଦ୍ରକ ଜିଲ୍ଲାପାଳ ଓ ଭଦ୍ରକ ବିଧାୟକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛି ଜଗନ୍ନାଥ ସେନା । ଏନେଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ମଧ୍ୟ ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ...'ଅର୍ପଣ ରଥରେ ନବୀନ ବାବୁ ଓ ଅନ୍ୟର ଫଟୋ ଲାଗିବା ଜଗନ୍ନାଥ ସଂସ୍କୃତିର ଅପମାନ'
ଏହା ମଧ୍ୟ ପଢନ୍ତୁ...ଜଗନ୍ନାଥ ସଂସ୍କୃତିକୁ ବିକୃତ କରିଥିବା ଅଭିଯୋଗ, IAS ବାବା ଆପ୍ ନାମରେ ଏତଲା
ଏହା ମଧ୍ୟ ପଢନ୍ତୁ...ରାମ ଲହର ବନାମ ଜଗନ୍ନାଥ ଲହର, 2024 ନିର୍ବାଚନରେ ଓଡିଶାରେ କାହାର ରହିବ ପ୍ରଭାବ ?
ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି, "ଭଦ୍ରକ ଜିଲ୍ଲାପାଳ ଜଣେ ଅଣ ଓଡି଼ଆ ହୋଇଥିବାରୁ ସେ ଜଗନ୍ନାଥ ସଂସ୍କୃତି ବିଷୟରେ ଜାଣିନାହାନ୍ତି । ଜଣେ ଉଚ୍ଚଶିକ୍ଷିତ ହୋଇ ମଧ୍ୟ କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତାଙ୍କୁ ହତାଦର କରିବା ଅତି ଦୁର୍ଭାଗ୍ୟର କଥା। ଯାହାକି କ୍ଷମା ଯୋଗ୍ୟ ନୁହେଁ। ଭଦ୍ରକ ବିଧାୟକ ସଞ୍ଜୀବ ମଲିକ ଜଣେ ଓଡିଆ ହୋଇଥିବାବେଳେ ମହାପ୍ରଭୁଙ୍କ ମୂର୍ତ୍ତିକୁ ଅପମାନ ଘଟଣାରେ ମୁହଁ ଖୋଲୁନାହାନ୍ତି । ବିଧାୟକ ଚୁପ୍ ରହିବା ଦୁଃଖର ବିଷୟ। ଯଦି ମୁଖ୍ୟମନ୍ତ୍ରୀଙ୍କୁ ଅବା ଭଦ୍ରକ ବିଧାୟକଙ୍କ ବାପାକୁ ଅପମାନ ହୋଇଥାନ୍ତା ତାହାଲେ କ'ଣ ସେ ସହିଥାନ୍ତେ କି? ମହାପ୍ରଭୁଙ୍କ ପ୍ରତି ଅପମାନକୁ ଆଦୌ ବି ବରଦାସ୍ତ କରାଯିବନି।" ଏହାକୁ ନେଇ ଜୋରଦାର ବିରୋଧ ହେବ ବୋଲି ଜଗନ୍ନାଥ ସେନା ଆବାହକ ଚେତାବନୀ ଦେଇଛନ୍ତି।
ଇଟିଭି ଭାରତ, ପୁରୀ