ETV Bharat / state

ମାଲକାନଗିରି ପରେ ଯାଜପୁର, ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ - MATRIC STUDENT DELIVERS BABY

ଦଶମ ଶ୍ରେଣୀ ଛାତ୍ରୀ ଜନ୍ମ କଲେ ଶିଶୁ କନ୍ୟା । ଉଭୟ ନାବାଳିକା ଓ କନ୍ୟା ଶିଶୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ।

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ETV Bharat Odisha)
author img

By ETV Bharat Odisha Team

Published : Feb 27, 2025, 5:58 PM IST

Updated : Feb 27, 2025, 6:25 PM IST

ଯାଜପୁର: ମାଲକାନଗିରି ଚିତ୍ରକୋଣ୍ଡାରେ ଦଶମ ଶ୍ରେଣୀ ଛାତ୍ରୀ ଶିଶୁ ଜନ୍ମ ଦେବା ଘଟଣାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଯାଜପୁରରେ ଦେଖିବାକୁ ମିଳିଛି ସମାନ ଘଟଣା । ମା’ ହୋଇଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ । ମେଡିକାଲରେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ନାବାଳିକା । ଯାଜପୁର ଜିଲ୍ଲା ବରୀ ଅଞ୍ଚଳରୁ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେପଟେ ଉଭୟ ମା’ ଓ ଶିଶୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ (ETV Bharat Odisha)

ପୁଣି ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ:

ନିକଟରେ ମାଲକାନଗିରିରେ ଏକ ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏ ଘଟଣା ମନରୁ ନଲିଭୁଣୁ ଏହାର ପୁନରାବୃତ୍ତି ଘଟଣା ଯାଜପୁରରେ ଘଟିଛି । ଗତକାଲି(ବୁଧବାର) ମହାଶିବରାତ୍ରୀ ଥିବା ବେଳେ ବରୀ ଥାନା ଅନ୍ତର୍ଗତ ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଅନାଚକ ଅସୁସ୍ଥ ହୋଇପଡିଥିଲେ । ଏନେଇ ପରିବାର ଲୋକେ ତାଙ୍କୁ ବରୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେଠାରେ ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମା’-ଛୁଆ ଭର୍ତ୍ତି:

ପ୍ରସବ ପରେ ବିଗିଡି ଥିଲା ତାଙ୍କ ସ୍ବାସ୍ଥ୍ୟବସ୍ଥା । ଗୁରୁତର ହେବାରୁ ପରିବାରଲୋକେ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ଉଭୟେ ସୁସ୍ଥ ଥିବା କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ।

ଆଜି ଦେଇଥାନ୍ତେ ପରୀକ୍ଷା:

ରାଜ୍ୟରେ ଚାଲିଛି ମାଟ୍ରିକ ପରୀକ୍ଷା । ପୂର୍ବରୁ ଦୁଇଟି ବିଷୟ ପରୀକ୍ଷା ସରିଥିବା ବେଳେ ଆଜି ବି ଥିଲା ପରୀକ୍ଷା । ହେଲେ ଗତକାଲି ଅସୁସ୍ଥ ହୋଇପଡିଥିଲେ ନାବାଳିକା । ଏ ସମ୍ପର୍କରେ ପରିବାର ଲୋକଙ୍କ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ସେପଟେ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇ ନଥିବା ବେଳେ ଜିଲ୍ଲା ଶିକ୍ଷା ବିଭାଗ ଓ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ମିଳିତ ଥାନାରେ ଏତଲା ଦେବା ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହେଇଛି l

ଘଟଣାର ତଦନ୍ତ କରୁଛି ପୋଲିସ:

ଏନେଇ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଏ.କେ ଶର୍ମା ଗଣମାଧ୍ୟମକୁ କହିଛନ୍ତି, ‘ନାବାଳିକା ମାଟ୍ରିକ ପରୀକ୍ଷା ଦେଉଥିଲେ । ଆଜି ପରୀକ୍ଷା ଥିଲା । ସେ ଗତକାଲି(ବୁଧବାର) ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ଆମେ ଏ ସମ୍ପର୍କରେ ପୋଲିସକୁ ଅବଗତ କରାଇଛୁ । ପୋଲିସ ଘଟଣାର ତଦନ୍ତ କରୁଛି । ପୋଲିସ ତଦନ୍ତ ପରେ ଯାହା କାର୍ଯ୍ୟାନୁଷ୍ଠାନ ନେବ ।’

ଏହା ମଧ୍ୟ ପଢନ୍ତୁ:

ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା: ମାଟ୍ରନ, ଏଏନଏମ ଏବଂ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ, କିପରି ହେଲେ ଗର୍ଭବତୀ? ପୋଲିସର ତଦନ୍ତ

ଥାନାରେ ଏତଲା, ତଦନ୍ତ ଜାରି:

ଘଟଣା ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଇଟିଭି ଭାରତକୁ ଫୋନୋ ଯୋଗେ କହିଛନ୍ତି, ‘ ଶିଶୁଟି କେଜିଏ 800 ଅଛି । ଆମେ ଭେଟିଲୁ ସମସ୍ତଙ୍କ ସହ ବରୀ ଥାନାରେ ଏତଲା ଦିଆଯାଇଛି । ଏ ସମ୍ପର୍କରେ ପରିବାର ଲୋକେ ମୁହଁ ଖୋଲି ନାହାନ୍ତି । ନାବାଳିକା ହଷ୍ଟେଲରେ ରହୁନଥିଲେ । ଘରେ ରହୁଥିଲେ । ଶିଶୁ ସୁରକ୍ଷା ଅଧିକାରୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏହି ଘଟଣା ସମ୍ପର୍କରେ ଆମେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛୁ । ଆମ ଏକ ଟିମ ଘଟଣାର ଅନୁସନ୍ଧାନ କରିବାକୁ ପଠାଯାଇଛି ।’

ଇଟିଭି ଭାରତ, ଯାଜପୁର

Last Updated : Feb 27, 2025, 6:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.