ETV Bharat / state

ସେୟାର ବଜାର ନିବେଶ ନାଁରେ 15 କୋଟି ଠକେଇ, ତାମିଲନାଡୁରୁ ଧରାପଡିଲା ଅଷ୍ଟମ ଅଭିଯୁକ୍ତ

author img

By ETV Bharat Odisha Team

Published : Feb 23, 2024, 9:46 AM IST

Cyber Fraud Racket: ରାଉରକେଲା ସମେତ ସାରା ଭାରତରେ ସେୟାର ବଜାର ବଜାରରେ ପୁଞ୍ଜି ଲଗାଣ ନାଁରେ ୧୫କୋଟି ଟଙ୍କା ଠକେଇ ଅଭିଯୋଗରେ ରାଉରକେଲା ସାଇବରର ପୋଲିସ ପୁଣି ଗତକାଲି ଜଣକୁ ଗିରଫ କରିଛି । ଏହି ଘଟଣାରେ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

ତାମିଲନାଡୁରୁ ଧରାପଡିଲା ଅଷ୍ଟମ ଅଭିଯୁକ୍ତ, ସେୟାରବଜାରରେ ନିବେଶ ନାଁରେ ୧୫ କୋଟି ଠକେଇ ମାମଲା

ରାଉରକେଲା: ରାଉରକେଲା ପୋଲିସକୁ ପୁଣି ବଡ ସଫଳତା । ରାଉରକେଲା ସମେତ ସାରା ଭାରତରେ ସେୟାର ବଜାର ବଜାରରେ ପୁଞ୍ଜି ଲଗାଣ ନାଁରେ ୧୫କୋଟି ଟଙ୍କା ଠକେଇ ଅଭିଯୋଗରେ ରାଉରକେଲା ସାଇବରର ପୋଲିସ ପୁଣି ଗତକାଲି ଜଣକୁ ଗିରଫ କରିଛି । ଏହି ଘଟଣାରେ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ପୂର୍ବରୁ ଗିରଫ ହୋଇଥିବା ଅନ୍ୟ ୭ ଜଣ ରାଉରକେଲା କାରାଗାରରେ ଅଛନ୍ତି । ତେବେ ଏହି ଠକେଇ ଘଟଣାରେ ଆହୁରି ୫ ଜଣ ଠକ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି ।

ସୂଚନା ଅନୁସାରେ ରାଉରକେଲାରେ ରହୁଥ‌ିବା କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀ ଗତ ଡିସେମ୍ବର ମାସ ୩୦ ତାରିଖରେ ରାଉରକେଲା ସାଇବର ଥାନାରେ ଠକେଇ ଘଟଣାକୁ ନେଇ ଏତଲା ଦେଇଥିଲେ । ଏକ ଠକ ଦଳ ତାଙ୍କୁ ସେୟାର ମାର୍କେଟରେ ଟଙ୍କା ବିନିଯୋଗ କରିବାକୁ ମୋବାଇଲ ଆପ୍ ଜରିଆରେ ପ୍ରବର୍ତ୍ତାଇଥିଲେ । ଅଳ୍ପଦିନ ଭିତରେ ବିନିଯୋଗ ଅର୍ଥ ଦୁଇ ଗୁଣା, ତିନିଗୁଣା ହୋଇଯିବ ବୋଲି ସେମାନେ କହିଥିଲେ । ସେମାନଙ୍କ ପ୍ରଲୋଭନରେ ପଡ଼ି ଅଧିକାରୀ ଜଣକ ପ୍ରଥମେ ଅଳ୍ପ କିଛି ଅର୍ଥ ବିନିଯୋଗ କରିଥିଲେ । ସତକୁ ସତ ଅଧିକାରୀ ଜଣକ ଯେତିକି ଅର୍ଥ ଲଗାଇଥିଲେ ତା'ଠାରୁ ଅଧିକ ଲାଭ ମିଳିଥିଲା । ତେଣୁ ଏଥିରେ ସେ ଅଧିକ ଉତ୍ସାହିତ ହୋଇ ପ୍ରାୟ ୬୭ ଲକ୍ଷ ୭୦ହଜାର ଟଙ୍କା ସେୟାର ବଜାରରେ ଲଗାଇ ଦେଇଥିଲେ । ଏତେ ପରିମାଣର ଟଙ୍କା ବିନିଯୋଗ ପରେ ଠକ ଦଳ ଆଉ ଦେଖା ଦେଇ ନ ଥିଲେ । ସେମାନେ ଯେଉଁସବୁ ମୋବାଇଲ ଆପ୍ ବ୍ୟବହାର କରୁଥିଲେ ସେମାନେ ସେ ସବୁ ସାଇଟ୍ ବନ୍ଦ କରି ଦେଇଥିଲେ । ତେବେ ଏହାକୁ ପିଗ ବୁଚରିଂ ସ୍କାମ କୁହାଯାଏ ଯେଉଁଥିରେ ଆକାଉଣ୍ଟ, ଡିଜିଟାଲ ବିଜ୍ଞାପନର ବ୍ୟବହାର ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ... କ୍ରିପ୍ଟୋ କରେନ୍ସି ନାଁରେ ଅନଲାଇନ ଠକେଇ; କମ୍ବୋଡ଼ିଆରୁ ହେଉଥିଲା ଅପରେଟ୍, 6 ଠକ ଗିରଫ

ପୋଲିସ ଘଟଣାର ତଦନ୍ତ କରି ରାୟପୁର ଅନ୍ତର୍ଗତ ତେଲିବନ୍ଧା ଥାନା ଅନ୍ତର୍ଗତ ଶତାବ୍ଦୀ ନଗରର ବାସିନ୍ଦା ସନ୍ଦୀପ ଜୈନ ଓରଫ୍ ବିଟୁ, ଦୁର୍ଗ ଜିଲାର ବୈଶାଳୀ ନଗର ଥାନା ଅନ୍ତର୍ଗତ ଜବାହର ନଗର ବାସିନ୍ଦା ପଙ୍କଜ ରାଓ ଓରଫ୍ ରିଓ, ଜାମୁଲ ଭିଲାଇ ଥାନା ଅନ୍ତର୍ଗତ ଆମ୍ରପାଲି କଲୋନୀ ବାସିନ୍ଦା ଏମ୍‌ଡି ନସୀମୁଦ୍ଦିନ ଓରଫ୍ ନିସାମ, ବୈଶାଳୀ ନଗର ଥାନା ଅନ୍ତର୍ଗତ ଜବାହର ନଗର ବାସିନ୍ଦା ନବୀନ ରାଓ ଓରଫ୍ ସୋନୁ, ସେହି ଜବାହର ନଗରବାସିନ୍ଦା ଉଜ୍ଜ୍ଵଲ ଉତ୍କର୍ଷ, ଉତ୍ତର ପ୍ରଦେଶ ଆଜମଗଡ଼ର ବାସିନ୍ଦା ଶିଭମ ରାୟ ସମେତ ୭ ଜଣଙ୍କୁ ଗିରଫ କରିଥିଲା ।

ତେବେ ଏହି ଠକେଇ ଘଟଣାରେ ତାମିଲନାଡ଼ୁ କନ୍ୟାକୁମାରୀ ଅଞ୍ଚଳର ରୁବେନ ଧୁରାଇ ସମ୍ପୃକ୍ତ ଥିଲା । ସେ ପ୍ରାୟ ୧ ମାସ ହେଲା କାମ୍ବୋଡ଼ିଆରେ ରହୁଥିଲା । ରୁବେନ ଘରକୁ ଆସିଥିବା ଖବର ପାଇ ରାଉରକେଲା ସାଇବର ଥାନା ଅଧିକାରୀ ନିରଞ୍ଜନ ସେଠୀଙ୍କ ନେତୃତ୍ବରେ ଟିମ୍ ତାକୁ ସେଠାରୁ ଗିରଫ କରିଥିଲେ । ତେବେ ଏହି ଠକେଇ ଗ୍ୟାଙ୍ଗ ଅନ୍ତର୍ଜାତୀୟ ସ୍ତରରେ କରୁଥିଲା ଠକେଇ ।

ଏହି ଠକ ଗ୍ୟାଙ୍ଗ ୨୦ ରୁ ୨୫ ଜଣ ଭାରତର ବିଭିନ୍ନ ଭାଷାଭାଷୀର ଯୁବକଙ୍କୁ ଫ୍ରଣ୍ଟ ଅଫିସରେ ଚାକିରି ଦେଇଥିଲା । ଫ୍ରଣ୍ଟ ଅଫିସରେ ଚାକିରି କରିଥିବା ଏହି ଯୁବକମାନେ ଭାରତୀୟ ଭାଷାଭାଷୀ ଲୋକଙ୍କୁ ଫୋନ ଓ ହ୍ବାଟସ୍‌ଆପ୍‌ରେ ଚାଟିଂ କରି ସେୟାର ବଜାରରେ ପୁଞ୍ଜି ନିବେଶ କରିବାକୁ କହୁଥିଲେ । ୧୫ ରୁ ୨୦ ଏବଂ ୩୦ ହଜାର ଟଙ୍କା ଜମା କରୁଥିବା ଲୋକଙ୍କୁ ତତ୍‌କ୍ଷଣାତ ଲାଭ ଦେଉଥିଲେ । ଏଥିରେ ଲୋଭାନ୍ବିତ ହୋଇ ଯଦି ସେହି ଲୋକ ଲକ୍ଷାଧିକ ଟଙ୍କା ଜମା କରୁଥିଲା ତା'ପରେ ଟଙ୍କା ବୁଡ଼ିଯାଉଥିଲା । ଏହି ରାକେଟ ସାରା ଭାରତରେ ୨୦୦ରୁ ଅଧିକ ଠକେଇ ମାମଲାରେ ଜଡ଼ିତ ରହିଛନ୍ତି । ଲୋକଙ୍କ ଠାରୁ ୧୫ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.