ETV Bharat / sports

ପାକିସ୍ତାନ କେଚ ବନିବେ କି ପୂର୍ବତନ ଭାରତୀୟ କ୍ରିକେଟର ? କହିଲେ ଗୋଟିଏ ବର୍ଷରେ ବଦଳିଯିବ ଟିମ୍ ଭାଗ୍ୟ - PAKISTAN CRICKET TEAM COACH

ଭାରତର ପୂର୍ବତନ ତାରକା କ୍ରିକେଟର ଚାମ୍ପିଅନ୍ସ ଟ୍ରଫି 2025 ମଧ୍ୟରେ ପାକିସ୍ତାନ କ୍ରିକେଟ୍ ଦଳର କୋଚ୍ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

pakistan cricket team
pakistan cricket team (IANS Photo)
author img

By ETV Bharat Odisha Team

Published : Feb 27, 2025, 4:26 PM IST

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମକୁ ଟ୍ରେନିଂ ଦେବେ ପୂର୍ବତନ ଭାରତୀୟ କ୍ରିକେଟର । ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫି 2025ରୁ ଆୟୋଜକ ପାକିସ୍ତାନ ଗ୍ରୁପ୍ ଷ୍ଟେଜରୁ ବିଦାୟ ନେବା ପରେ ଚାରିଆଡୁ ଟିମ୍ ପାକିସ୍ତାନର ସମାଲୋଚନା ଏବଂ ନିନ୍ଦା ହେଉଛି । ଏହା ସମୟରେ ପାକିସ୍ତାନ କ୍ରିକେଟ ଟିମକୁ ସହଯୋଗର ହାତ ବଢାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର । ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ବାପା ତଥା ପୂର୍ବତନ କ୍ରିକେଟର ଯୋଗରାଜ ସିଂ ଦାବି କରିଛନ୍ତି, ମାତ୍ର ଗୋଟିଏ ବର୍ଷରେ ପାକିସ୍ତାନ କ୍ରିକେଟ୍ ଦଳକୁ ସେ ସୁଧାରି ଦେବେ । ଦଳର ପ୍ରଦର୍ଶନରେ ମାତ୍ର ବର୍ଷକ ମଧ୍ୟରେ ଆସିବ ଉନ୍ନତି । ଖାଲି ସେତିକି ନୁହେଁ, ଯୁବରାଜ ସିଂଙ୍କ ପିତା ଯୋଗରାଜ ସିଂ ମଧ୍ୟ ଶୋଏବ ଅଖତର ଏବଂ ୱାସିମ ଆକ୍ରାମଙ୍କୁ ଟାର୍ଗେଟ କରିଛନ୍ତି । କମେଣ୍ଟ୍ରି ବକ୍ସରୁ ବାହାରକୁ ଆସି ପାକିସ୍ତାନୀ ଖେଳାଳିଙ୍କୁ ପଡ଼ିଆରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ଯୋଗରାଜ ସିଂ।

ପୂର୍ବତନ ଭାରତୀୟ କ୍ରିକେଟର ତଥା ଯୁବରାଜ ସିଂଙ୍କ ପିତା ଯୋଗରାଜ ସିଂ ୱାସିମ ଆକ୍ରାମ ଏବଂ ଶୋଏବ ଅଖତରଙ୍କ ସହ ପାକିସ୍ତାନୀ ପୂର୍ବତନ ଖେଳାଳିଙ୍କୁ ଟାର୍ଗେଟ କରୁଥିବା ବେଳେ ତାଙ୍କ ଦଳର କ୍ରମାଗତ ପରିହାସ କରିଥିବାରୁ ସେ ନିରାଶ ହୋଇଛନ୍ତି।

ଏହା ବି ପଢନ୍ତୁ- ଚାମ୍ପିଅନ୍ସ ଟ୍ରଫିରୁ ପାକିସ୍ତାନ ବିଦା, ସେମିରେ ଭାରତ-ନ୍ୟୁଜିଲାଣ୍ଡ - NEW ZEALAND QUALIFY FOR SEMIFINAL

ୱାସିମ ଆକ୍ରାମ ଏବଂ ଶୋଏବ ଅଖତରଙ୍କୁ ଟାର୍ଗେଟ-

ଯୋଗରାଜ ସିଂ ସ୍ପୋର୍ଟସ ନେକ୍ସଟକୁ କହିଛନ୍ତି, "ୱାସିମ ଆକ୍ରାମଙ୍କ ପରି ବଡ ଖେଳାଳି - ଦଳର ପ୍ରଦର୍ଶନ ନେଇ ଏପରି ଘୃଣ୍ୟ କଥା କହୁଛନ୍ତି । ଆଉ ତାଙ୍କ ଆଖପାଖର ଲୋକମାନେ ହସୁଛନ୍ତି । ଏହା ସେମାନଙ୍କ ପାଇଁ ଲଜ୍ଜା । ଶୋଏବ ଅଖତର, ଆପଣ ବି ଏତେ ବଡ ଖେଳାଳି ହୋଇ ପାକିସ୍ତାନ ଖେଳାଳିଙ୍କୁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସହ ତୁଳନା କରୁଛନ୍ତି କି ?"

ସେ ଆହୁରି ମଧ୍ୟ କହିଥିଲେ, "ୱାସିମ ଜୀ, ଆପଣ ବସି କି ଟଙ୍କା ରୋଜଗାର କରୁଛନ୍ତି ? ନିଜ ଦେଶକୁ ଫେରି ଟ୍ରେନିଂ କ୍ୟାମ୍ପ ପକାନ୍ତୁ । ମୁଁ ଦେଖିବାକୁ ଚାହେଁ ତୁମ ମଧ୍ୟରେ କେଉଁ ମହାନ ଖେଳାଳି ପାକିସ୍ତାନକୁ ବିଶ୍ୱକପ ଜିତାଇ ପାରିବେ । ଯଦି ନୁହେଁ, ଇସ୍ତଫା ଦିଅନ୍ତୁ । କମେଣ୍ଟ୍ରି ବକ୍ସରେ ବସି ବଡ଼ କଥା କହିଲେ କୌଣସି ଫରକ ପଡିବ ନାହିଁ ।"

ପାକିସ୍ତାନର କୋଚ୍ ହେବାକୁ ଇଚ୍ଛା ପ୍ରକାଶ-

ଯୋଗରାଜ ସିଂ ମଧ୍ୟ ଏକ ବଡ ଦାବି କରିଛନ୍ତି ଯେ ସେ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ପାକିସ୍ତାନ କ୍ରିକେଟକୁ ସୁଧାରି ଦେବେ ଏବଂ ସେମାନଙ୍କ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତ ଆସିବ । ସେ କହିଛନ୍ତି, 'ଯଦି ମୁଁ ସେଠାକୁ (ପାକିସ୍ତାନ) ଯାଏ, ତେବେ ମୁଁ ଏକ ବର୍ଷ ମଧ୍ୟରେ ଦଳର ଭାଗ୍ୟ ବଦଳାଇ ଦେବି । ତୁମେ ସମସ୍ତେ ମୋତେ ମନେ ରଖିବ । ଏହା ସବୁ ଜୋଶ ଜୁନୁନ୍ କଥା । ଯୋଗରାଜ ସିଂ ତାଲିମ ପାଇଁ ଦିନକୁ 12 ଘଣ୍ଟା ଦିଅନ୍ତି । ଆପଣଙ୍କୁ ଦେଶବାସୀ ଏବଂ ଖେଳାଳିଙ୍କ ପାଇଁ ଝାଳ ବୁହାଇବାକୁ ପଡିବ ।

ଯୋଗରାଜ ସିଂଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ମହମ୍ମଦ ରିଜୱାନଙ୍କ ନେତୃତ୍ୱରେ ପାକିସ୍ତାନ ଦଳ କଡ଼ା ସମାଲୋଚନାର ସମ୍ମୁଖୀନ ହେଉଛନ୍ତି । ରାପ ପ୍ରଦର୍ଶନ ହେତୁ ଆୟୋଜକ ପାକିସ୍ତାନ ଦଳ, ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତଠୁ ହାରି ଚାମ୍ପିଅନ୍ସ ଟ୍ରଫି 2025 ରେ ସେମିଫାଇନାଲ ରେସରୁ ବାଦ ପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.