ETV Bharat / sports

ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନର ଲଜ୍ଜାଜନକ ରେକର୍ଡ; ଡିଫେଣ୍ଡିଂ ଚାମ୍ପିଅନ୍ ହୋଇ ବି ଗୋଟିଏ ମ୍ୟାଚ ଜିତିପାରିଲାନି - PAKISTAN HOST CHAMPIONS TROPHY

ହୋଷ୍ଟ ନେସନ୍ ଭାବେ ଟୁର୍ଣ୍ଣାମେଣ୍ଟ ଆୟୋଜନ କଲା ପାକିସ୍ତାନ । କିନ୍ତୁ କେନିଆ ପରେ ଦ୍ୱିତୀୟ ଦଳ ଭାବେ ଗୋଟିଏ ବି ମ୍ୟାଚ ଆଇସିସି ଇଭେଣ୍ଟରେ ଜିତିପାରିଲାନି ।

Pakistan team
Pakistan team (AP)
author img

By ETV Bharat Odisha Team

Published : Feb 27, 2025, 7:43 PM IST

ହାଇଦ୍ରାବାଦ: 29 ବର୍ଷ ପରେ ପାକିସ୍ତାନରେ ଆୟୋଜନ ହେଲା କୌଣସି ଏକ ଆଇସିସି ଇଭେଣ୍ଟ । କିନ୍ତୁ ଭାଙ୍ଗିଲା 25 ବର୍ଷର ରେକର୍ଡ । ନାଜ ନାଁରେ ଲଜ୍ଜାଜନକ ରେକର୍ଡ କଲା ପାକିସ୍ତାନ ଟିମ୍ । ଆଇସିସି ଚାମ୍ପିଅନ୍ସ ଟ୍ରଫି 2025ରେ କୌଣସି ବି ଗୋଟିଏ ମ୍ୟାଚ ଜିଜି ପାରିଲାନି ହୋଷ୍ଟ ନେସନ୍ ପାକିସ୍ତାନ । ଆଉ ଏପରି ଲଜ୍ଜାଜନକ ରେକର୍ଡ କରିବାରେ ଦ୍ୱିତୀୟ ଦଳ ବା ଦେଶ ହୋଇଛି ପାକିସ୍ତାନ । ତେବେ ବର୍ଷା କାରଣରୁ ଆଜି ବାଂଲାଦେଶ ବନାମ ପାକିସ୍ତାନ ଗ୍ରୁପ୍-ଏ ଲିଗ୍ ମ୍ୟାଚ ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫି 2025 ରେ ଧୋଇଯାଇଛି । ଆଉ ଆଜିର ମ୍ୟାଚ ବାତିଲ ହେବା ପରେ ପାକିସ୍ତାନ ଏକ ଲଜ୍ଜାଜନକ ରେକର୍ଡର ମାଲିକ ବନିଛି । 2002 ସଂସ୍କରଣରେ ଗ୍ରୁପ୍ ପର୍ଯ୍ୟାୟ ଆରମ୍ଭ ହେବା ପରଠାରୁ ପାକିସ୍ତାନ ପ୍ରଥମ ଆୟୋଜକ ରାଷ୍ଟ୍ର ଭାବେ ଗ୍ରୁପର ଶେଷରେ ରହିଛି । ପାକିସ୍ତାନ ମାତ୍ର 1 ପଏଣ୍ଟ ପାଇଛି ଏବଂ ନେଟ୍ ରନ୍ ହାର -1.087 ରହିଛି ।

2000 ମସିହାରେ କେନିଆ ପରେ ଟୁର୍ଣ୍ଣାମେଣ୍ଟ ଇତିହାସରେ ପାକିସ୍ତାନ ଦ୍ୱିତୀୟ ଆୟୋଜକ ଦଳ ଭାବେ ଗୋଟିଏ ବି ବିଜୟ ବିନା ଟୁର୍ନାମେଣ୍ଟରୁ ବାଦ ପଡିଛି । 2009 ରେ ଦକ୍ଷିଣ ଆଫ୍ରିକା ପରେ ଦ୍ୱିତୀୟ ଦଳ ଭାବେ ଗ୍ରୁପର ଶେଷରେ ରହିଛି ପାକିସ୍ତାନ । ଅଷ୍ଟ୍ରେଲିଆ ପରେ ପାକିସ୍ତାନ ଦ୍ୱିତୀୟ ଦଳ ଭାବେ ଡିଫେଣ୍ଡିଂ ଚାମ୍ପିଅନ୍ ଭାବରେ ବିଜୟହୀନ ରହିଛନ୍ତି । 2013 ଚାମ୍ପିଅନ୍ସ ଟ୍ରଫିରେ, 2009 ଚାମ୍ପିଅନ୍ ଅଷ୍ଟ୍ରେଲିଆ ତିନିଟି ମ୍ୟାଚରୁ ଗୋଟିଏ ପଏଣ୍ଟ ପାଇଥିଲା ।

ଏହା ବି ପଢନ୍ତୁ- ପାକିସ୍ତାନ କେଚ ବନିବେ କି ପୂର୍ବତନ ଭାରତୀୟ କ୍ରିକେଟର ? କହିଲେ ଗୋଟିଏ ବର୍ଷରେ ବଦଳିଯିବ ଟିମ୍ ଭାଗ୍ୟ - PAKISTAN CRICKET TEAM COACH

ପାକିସ୍ତାନ ଏବଂ ବାଂଲାଦେଶ ଗୁରୁବାର ଦିନ ଗୋଟିଏ ବି ବିଜୟ ବିନା ଆଇସିସି ଚାମ୍ପିଅନ୍ସ ଟ୍ରଫି ଅଭିଯାନକୁ ସମାପ୍ତ କରିଛନ୍ତି । କାରଣ ବର୍ଷା ହେତୁ ସେମାନଙ୍କ ମଧ୍ୟରେ ମ୍ୟାଚ ଖେଳାଯାଇପାରିନାହିଁ । ମ୍ୟାଚ୍ ବାତିଲ ହେବା ପରେ ଉଭୟ ଦଳକୁ ଗୋଟିଏ ପଏଣ୍ଟ ପ୍ରଦାନ କରାଯାଇଥିଲା ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ 60 ରନରେ ହାରି ପାକିସ୍ତାନ ତାର ଚାମ୍ପିଅନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିଥିଲା । ପରବର୍ତ୍ତୀ ମ୍ୟାଚ୍‌ରେ ଭାରତ ବିପକ୍ଷରେ 6 ଓ୍ବିକେଟରେ ମାତ ଖାଇଥିଲା ଘରୋଇ ତଳ । ଅନ୍ୟପକ୍ଷରେ ବାଂଲାଦେଶ ଭାରତ ବିପକ୍ଷ ମ୍ୟାଚକୁ 6 ୱିକେଟରେ ହରିଥିଲା । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚରେ ପାଞ୍ଚ ୱିକେଟରେ ହାରିଥିଲା ବାଲଂଦେଶ ।

29 ବର୍ଷ ଧରି ଆଇସିସି ଇଭେଣ୍ଟ ଆୟୋଜନ କରିବାକୁ ପାକିସ୍ତାନ ଅପେକ୍ଷା କରିଥିଲା । ଦଳ ଗୋଟିଏ ମ୍ୟାଚ ଜିତିବାରେ ସଫଳ ହୋଇନଥିଲା ଏବଂ ଟୁର୍ନାମେଣ୍ଟ ଆରମ୍ଭ ହେବାର ମାତ୍ର ପାଞ୍ଚ ଦିନ ପରେ ଟୁର୍ନାମେଣ୍ଟରୁ ବାଦ ପଡିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.