ETV Bharat / politics

ଝୁରୁଛି ରାଜବାଟୀ: ଅଫେରା ରାଇଜରେ ରାଣୀମା, ଶୋକରେ ରାଜ୍ୟବାସୀ

V Sugnana Kumari Deo Political Career: ଆଉ ନାହାଁନ୍ତି ଓଡିଶା ରାଜନୀତିର ବର୍ଷିୟାନ ରାଜନେତ୍ରୀ ଖଲ୍ଲିକୋଟ ରାଣୀ ସାହେବା ସୁଜ୍ଞାନ ଦେଓ । ଦୀର୍ଘ ଦିନ ଧରି ଅସୁସ୍ଥତା ଥିବା ରାଣୀ ମା’ ଚେନ୍ନାଇର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରାଣୀଙ୍କ ନିଧନ ଖବର ପାଇବା ପରେ ମ୍ରିୟମାଣ ଜନତା । ଶୋକରେ ରାଜ୍ୟବାସୀ । ଅଧିକ ପଢନ୍ତୁ

V Sugnana Kumari Deo
V Sugnana Kumari Deo
author img

By ETV Bharat Odisha Team

Published : Feb 10, 2024, 10:10 PM IST

Updated : Feb 11, 2024, 4:38 PM IST

ଝୁରୁଛି ରାଜବାଟୀ

ବ୍ରହ୍ମପୁର: ଆଉ ନାହାଁନ୍ତି ଓଡିଶା ରାଜନୀତିର ବର୍ଷିୟାନ ରାଜନେତ୍ରୀ ଖଲ୍ଲିକୋଟ ରାଣୀ ସାହେବା ସୁଜ୍ଞାନ ଦେଓ । ଦୀର୍ଘ ଦିନ ଧରି ଅସୁସ୍ଥତା ଥିବା ରାଣୀ ମା’ ଚେନ୍ନାଇର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରାଣୀଙ୍କ ନିଧନ ଖବର ପାଇବା ପରେ ମ୍ରିୟମାଣ ଜନତା । ଶୋକରେ ରାଜ୍ୟବାସୀ । ଦିନେ ଯେଉଁ ରାଜବାଟୀରେ ପ୍ରଜାଙ୍କ ଭାଗ୍ୟ ଭବିଷ୍ୟତ ନିର୍ଦ୍ଧାରଣ ହେଉଥିଲା, ଏବେ ସେହି ରାଜବାଟୀରେ ରାଣୀଙ୍କ ଶେଷ ଦର୍ଶନ ପାଇଁ ଲାଗିଛି ଭିଡ । ଓଡିଶା ବିଧାନସଭାକୁ 10 ଥର ନିର୍ବାଚିତ ହୋଇଥିବା ଅପ୍ରତିଦ୍ବନ୍ଦୀ ନେତ୍ରୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ କାର୍ଯ୍ୟଶୈଳୀ ଯେପରି ଭିନ୍ନ ଥିଲା ରାଜ୍ୟ ରାଜନୀତିରେ ବି ସେମିତି ପ୍ରଭାବ ଥିଲା । କାରଣ 10 ଥର ବିଧାୟକ ସତ୍ତ୍ବେ କେବେ କୌଣସି ସରକାରରେ ମନ୍ତ୍ରୀ ହୋଇନଥିଲେ । ମଜାରେ ମଜାରେ କହୁଥିଲେ ମୁଁ ପରା ରାଣୀ... ମନ୍ତ୍ରୀ କଣ ହେବି...ନାରୀ ଶିକ୍ଷାକୁ ଗୁରୁତ୍ବ ଦେଉଥିବା ରାଣୀ ଜିଲ୍ଲାର ଶିକ୍ଷା ସ୍ବାସ୍ଥ୍ୟ କ୍ଷେତ୍ରରେ କରିଯାଇଛନ୍ତି ଅନେକ ବିକାଶ ।

ଅଧିକ ପଢନ୍ତୁ- ଆରପାରିରେ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ

10 ଥର ହୋଇଥିଲେ ବିଧାୟକ: ଖଲ୍ଲିକୋଟ ରାଜପ୍ରସାଦର ରାଣୀ ସାହେବା ଭି. ସୁଜ୍ଞାନ କୁମାରୀ ଦେଓ । ସମସ୍ତଙ୍କର ଅତି ପରିଚିତ ସୁଜ୍ଞାନ ଦେଓ । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଏବଂ ପରବର୍ତ୍ତୀ ସମୟରେ ଜିଲ୍ଲାର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀକୁ ମିଶାଇ ୧୦ ଥର ବିଧାୟିକା ଭାବେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । କେବଳ ଜଣେ ବିଧାୟିକା ଭାବରେ ନୁହେଁ ରାଜ୍ୟ ରାଜନୀତିରେ ରାଣୀ ମା’ଙ୍କର ରହୁଥିଲା ପ୍ରମୁଖ ଭୂମିକା । ଓଡିଶାର ବିଭିନ୍ନ ମହିଳା ନେତ୍ରୀ ମାନଙ୍କ ମଧ୍ୟରେ ଖଲ୍ଲିକୋଟର ରାଣୀ ସାହେବାଙ୍କ ରାଜନୈତିକ ଜୀବନଶୈଳୀ ଦେଖିଲେ କେବଳ ଆମ ରାଜ୍ୟ କାହିଁକି ସମଗ୍ର ଦେଶରେ ଏକ ବିରଳ ।

ରାଜନୀତିରେ ପ୍ରବେଶ: ଖଲ୍ଲିକୋଟ ମର୍ଦ୍ଦରାଜ ରାବଂଶର କୁଳବଧୂ ଭାବରେ ରାଣୀ ହୋଇ ଜୀବନ ବିତାଇବା ଅପେକ୍ଷା ରାଜନୀତିକୁ ଆସି ସିଧାସଳଖ ସମାଜରେ ସାଧାରଣ ଜନତାଙ୍କ ସେବା କରିବାକୁ ସେ ନିଜର ବ୍ରତ ଭାବେ ଧରି ନେଇଥିଲେ l ନିଜ ଶ୍ବଶୁର ସ୍ବର୍ଗତ ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ବିୟୋଗ ପରେ 1963 ମସିହାରେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଓଡିଶା ବିଧାନସଭାସଭାକୁ ପ୍ରଥମେ ନିର୍ବାଚିତ ହୋଇଥିଲେ l ଏହା ପରେ 1974, 1977,1985,1990, 1995, 2000 ଓ 2004 ନିର୍ବାଚନରେ କ୍ରମାଗତ ଭାବରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ ରାଣୀ ସାହେବା l

କବି ସୂର୍ଯ୍ୟନଗରରୁ ବି ହୋଇଥିଲେ ବିଜୟୀ: 1963 ମସିହାରୁ 2004 ପର୍ଯ୍ୟନ୍ତ ଖଲ୍ଲିକୋଟ ବିଧାନସଭା ଆସନରୁ ନିର୍ବାଚିତ ହୋଇ ଆସୁଥିବା ରାଣୀ ସାହେବାଙ୍କ ଆସନ କିନ୍ତୁ 2009 ମସିହାରେ ବଦଳି ଯାଇଥିଲା। ସୀମା ପୁନଃ ନିର୍ଦ୍ଧାରଣ ପରେ ଖଲ୍ଲିକୋଟ ଆସନ ସଂରକ୍ଷିତ ରହିଥିଲା । ଫଳରେ ରାଣୀ ସୁଜ୍ଞାନ ଦେଓ 2009 ଓ 2014 ରେ କବିସୂର୍ଯ୍ୟନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ ବିଧାନସଭାକୁ । ଲଗାତର ଭାବେ ଓଡିଶା ବିଧାନସଭାକୁ ୧୦ ଥର ବିଧାୟିକା ଭାବେ ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି ।

ରାଣୀ ସୁଜ୍ଞାନ ଦେଓଙ୍କ ଜନ୍ମ: 1937 ମସିହା ଅଗଷ୍ଟ ମାସର 5 ତାରିଖରେ ଆନ୍ଧ୍ରପ୍ରଦେଶ ତତ୍କାଳୀନ ରାଜା ସ୍ବର୍ଗତ ଆରଭିଏମ ନୀଳାଦ୍ରି ରାଓ ମାତା ସାମ୍ରାଜ୍ୟ ଲକ୍ଷ୍ମୀଙ୍କ କୋଳମଣ୍ଡନ କରିଥିଲେ ସ୍ବର୍ଗତା ସୁଜ୍ଞାନ ଦେଓ l ପରାଧୀନ ଭାରତର ଶୈକ୍ଷିକ ବ୍ୟବସ୍ଥା ମଧ୍ୟରେ ମାନ୍ଦ୍ରାଜ ନଗରୀରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଶେଷ ପରେ ମାଡ୍ରାସର shella maris କଲେଜରେ ଆଇ.ଏ ପଢୁଥିବା ସମୟରେ 1955 ମସିହାରେ ଖଲ୍ଲିକୋଟର ଯୁବରାଜ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲା l ପାଠ ପଢିବାର ଆଗ୍ରହ ଯୋଗୁଁ ସେ ପରବର୍ତ୍ତୀ ସମୟରରେ ଷ୍ଟେନୋଗ୍ରାଫ, ହୋମିଓପାଥି, ଅନ୍ତଃପ୍ରକୋଷ୍ଠ ସଜ୍ଜିତ ପାଠ୍ୟକ୍ରମରେ ଡିପ୍ଲୋମା ହାସଲ କରିବା ସହ ସମାଜସେବାରେ ମାଡ୍ରାସ ବିଶ୍ବବିଦ୍ୟାଳୟରୁ ଏମଏ ପାସ କରିଥିଲେ l

ଅଧିକ ପଢନ୍ତୁ- ସ୍ୟାଣ୍ଡ ଆନିମେସନ୍‌ରେ ରାଣୀ ସାହେବା, ଶ୍ରଦ୍ଧାଞ୍ଜଳି ଜଣାଇଲେ ଯୁବ ବାଲୁକାଶିଳ୍ପୀ ସତ୍ୟ ମହାରଣା

ପି.ଭି.ନରସିଂହା ରାଓଙ୍କ ବିରୋଧରେ ଲଢିଥିଲେ ନିର୍ବାଚନ: ରାଣୀ ସୁଜ୍ଞାନ ଦେଓ ଭାରତର ସ୍ବର୍ଗତ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହା ରାଓଙ୍କ ବିରୋଧରେ ବ୍ରହ୍ମପୁର ଲୋକସଭା ଆସନରେ ପ୍ରତିଦ୍ବନ୍ଦିତା କରି କେନ୍ଦ୍ରବିନ୍ଦୁ ପାଲଟିଥିଲେ l ସର୍ବଦା ଲୋକଙ୍କ ସେବାକୁ ଅଗ୍ରାଧିକାର ଦେଇ ଦୀର୍ଘ 50 ବର୍ଷ ଧରି ନିରନ୍ତର କାର୍ଯ୍ୟ କରିବା ସହିତ ଗଞ୍ଜାମ ଜିଲ୍ଲାର ବିକାଶ ପ୍ରତି ନିରନ୍ତର ସାଧନା ଜାରି ରଖିବା ତାଙ୍କର ଲୋକପ୍ରିୟତା ସହିତ ଭୋଟରଙ୍କ ମନ ଜିଣୁଥିଲେ l

ଚେନ୍ନାଇରେ ଦେହାନ୍ତ: ଖଲ୍ଲିକୋଟ ମର୍ଦ୍ଦରାଜ ରାଜବଂଶର ଶେଷ ଦାୟାଦ ଭାବରେ ୮୬ ବର୍ଷରେ ତାଙ୍କର ଗତକାଲି ଚେନ୍ନାଇ ସ୍ଥିତି ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ବୟାସାଧିକ ଅସୁସ୍ଥତା ଯୋଗୁଁ କିଛି ଦିନ ହେଲା ଚେନ୍ନାଇରେ ରହୁଥିଲେ ରାଣୀ । ଗତକାଲି ତାଙ୍କ ଅସୁସ୍ଥତା ଖବର ପାଇ ସ୍ବାସ୍ଥ୍ୟବସ୍ଥା ବୁଝିବା ପାଇଁ ସଂଧ୍ୟାରେ ଚେନ୍ନାଇ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସମେତ ବରିଷ୍ଠ ବିଜେଡି ନେତା । ସେଠାର ମୁଖ୍ୟମନ୍ତ୍ରୀ ତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ଡାକ୍ତରଙ୍କ ସହ ଆଲୋଚନା କରି ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ରାତି 12 ଟା 44 ମିନିଟରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ଆଜି ହେବ ଅନ୍ତିମ ସଂସ୍କାର: ରାଣୀ ସୁଜ୍ଞାନ ଦେଓଙ୍କ ଅନ୍ତିମ ସଂସ୍କାର ଆଜି(ରବିବାର) ଖଲ୍ଲିକୋଟ ରାଜବାଟୀରେ ସଂପନ୍ନ ହେବ । ଗତକାଲି ତାଙ୍କ ମରଶରୀର ଚେନ୍ନାଇରୁ ବିମାନ ଯୋଗେ ଭୁବନେଶ୍ବର ଅଣାଯାଇଥିଲା । ଭୁବନେଶ୍ବର ବିମାନ ବନ୍ଦରରୁ ବିଜେଡି କାର୍ଯ୍ୟାଳୟ(ଶଙ୍ଖଭବନ) ପରେ ବିଧାନସଭା ନିଆଯାଇଥିଲା । ଏହାପରେ ତାଙ୍କ କର୍ମଭୂମି ତଥା ଖଲ୍ଲିକୋଟ ରାଜବାଟୀ ନିଆଯିବ । ସେଠାର ଶେଷ ଦର୍ଶନ କରିବେ ସାଧାରଣ ଜନତା । ଶେଷରେ ଅପରାହ୍ନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Feb 11, 2024, 4:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.