ETV Bharat / politics

ଟିକେଟ ବଣ୍ଟନରେ ଷଡଯନ୍ତ୍ର ହୋଇନାହିଁ: ପିସିସି ସଭାପତି - Congress Ticket Issue

Congress Ticket Issue: ରାଜ୍ୟରେ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଗମାଙ୍ଗ ଏବଂ ପାଙ୍ଗି ପରିବାରକୁ ନିରାଶ ହେବାକୁ ପଡିଛି । ଏନେଇ ଷଡ଼ଯନ୍ତ୍ର ହୋଇଛି ବୋଲି ଅଭିଯୋଗ ହୋଇଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ପିସିସି ସଭାପତି ।

Congress Ticket Issue
Congress Ticket Issue
author img

By ETV Bharat Odisha Team

Published : Apr 3, 2024, 10:42 PM IST

Congress Ticket Issue

ଭୁବନେଶ୍ବର: ଗତକାଲି (ମଙ୍ଗଳବାର) କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। 47 ଟି ବିଧାନସଭା ପ୍ରାର୍ଥୀ ଏବଂ 8 ଟି ଲୋକସଭା ପ୍ରାର୍ଥୀ ଘୋଷଣା କରିଛି ଦଳ। 2024 ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟୟ ତାଲିକାରେ ଦକ୍ଷିଣ ଓ ପଶ୍ଚିମ ଓଡିଶାର ତୁଙ୍ଗ ନେତାମାନଙ୍କୁ ଟିକେଟ ମିଳିଛି। ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡାରୁ , ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାଶ ନର୍ଲାରୁ , ବିଜୟ ପଟ୍ଟନାୟକ ପାରଳାଖେମୁଣ୍ଡିରୁ, ତାରା ବାହିନୀପତି ଜୟପୁରରୁ , ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ରଙ୍କୁ ବଲାଙ୍ଗୀର ବିଧାନସଭାରୁ ପ୍ରାର୍ଥୀ କରାଯାଇଛି । ସେହିପରି ସନ୍ତୋଷ ସିଂହ ସାଲୁଜାଙ୍କୁ କଣ୍ଟାବାଞ୍ଜି, ରମେଶ ଜେନାଙ୍କୁ ସାନଖେମୁଣ୍ଡି , ଦାସରଥୀ ଗମାଙ୍ଗଙ୍କୁ ମୋହନାରୁ ପ୍ରାର୍ଥୀ କରିଛି ଦଳ। ନବରଙ୍ଗପୁରରୁ ଉଭୟ ବାପ ଝିଅ ଭୁଜବଳ ମାଝୀ ଏବଂ ତାଙ୍କ ଝିଅ ଲିପିକା ମାଝୀଙ୍କୁ ଦଳ ଟିକେଟ ଦେଇଛି। ହେଲେ ଦକ୍ଷିଣ ଓଡିଶାରେ ଏକଦା ଚର୍ଚ୍ଚାରେ ଥିବା ଗମାଙ୍ଗ ଏବଂ ପାଙ୍ଗି ପରିବାରକୁ ନିରାଶ ହେବାକୁ ପଡିଛି ।

ଉଭୟ ଆଦିବାସୀ ନେତାଙ୍କୁ ଟିକେଟ ଦେଇନାହିଁ ଦଳ। ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ତେବେ ଗିରିଧାରୀ ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ ମୁହଁ ଖୋଲି ଅସନ୍ତୋଷ ଝାଡ଼ିବା ପରେ ପିସିସି ସଭାପତି ଏହାକୁ ଖଣ୍ଡନ କରିଛନ୍ତି। ଟିକେଟ କଟିଥିବାରୁ ଷଡଯନ୍ତ୍ର ହୋଇଛି ବୋଲି ଶିଶିର ଗମାଙ୍ଗ କହିବା ପରେ ଶରତ କହିଛନ୍ତି, "ଷଡଯନ୍ତ୍ର ହୋଇନାହିଁ । ପ୍ରଗମନ ଆପ୍ ଏବଂ ଜିଲ୍ଲା ଏବଂ ବ୍ଲକ ସ୍ତରରୁ ଆସିଥିବା ରିପୋର୍ଟ ଆଧାରରେ ମିଳିଛି ଟିକେଟ୍।"

ଏହା ମଧ୍ୟ ପଢନ୍ତୁ...ଟିକେଟ ନଦେବା ପାଇଁ ଷଡ଼ଯନ୍ତ୍ର ହୋଇଛି: ଶିଶିର ଗମାଙ୍ଗ - No Ticket To Gamang Family

ସେ ଆହୁରି ମଧ୍ୟ କହିଛନ୍ତି, "ଜିତିବାର ସମ୍ଭାବନା ଥିବାର ପ୍ରାର୍ଥୀମାନଙ୍କୁ ଟିକେଟ ଦିଆଯାଇଛି। ଅପପ୍ରଚାର କରି କଂଗ୍ରେସକୁ ବଦନାମ କରୁଛନ୍ତି। କୌଣସି ନେତା ସୁପାରିଶ କରିନାହାନ୍ତି। ଜିଲ୍ଲା, ବ୍ଲକ ସ୍ତରରୁ ଆସିଥିବା ନାଁକୁ ସିଇସି ଚୂଡାନ୍ତ କରିଛି।ରାଜନୀତିରେ କେବେ ଗୋଟିଏ ବାଟ ନଥାଏ। ଧର୍ଯ୍ୟ ଧରି ରହିଲେ ଆଗକୁ ଭଲ ହେବ। କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିବା ଦରକାର।ଯେଉଁମାନେ ଷଡଯନ୍ତ୍ର କହୁଛନ୍ତି, ସେମାନେ ସତ୍ୟତା ପ୍ରମାଣିତ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଟିକେଟ ପାଇଁ ଟଙ୍କା ପ୍ରଚାର ମିଛ। ଯେଉଁମାନେ ଉପଯୁକ୍ତ ସେମାନଙ୍କୁ ଟିକେଟ ଦେଇଛି ଦଳ।"

ସୂଚନା ଅନୁସାରେ, ନିର୍ବାଚନ ପୂର୍ବରୁ ଜାନୁଆରୀ ମାସରେ ଗମାଙ୍ଗ ପରିବାର ଦିଲ୍ଲୀ AICC କାର୍ଯ୍ୟାଳୟରେ କଂଗ୍ରେସକୁ ଫେରିଥିଲେ। ଗିରିଧାରୀ ଗମାଙ୍ଗ , ହେମା ଗମାଙ୍ଗ, ଶିଶିର ଗମାଙ୍ଗ, ଜୟରାମ ପାଙ୍ଗି ଓ ତାଙ୍କ ପୁଅ , ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳଙ୍କୁ ଟିକେଟ ଦେଇନାହିଁ ଦଳ। ସେମାନଙ୍କ ସ୍ଥାନରେ ନୂଆ ଚେହେରାକୁ ଗୁରୁତ୍ୱ ଦିଆଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.