ETV Bharat / politics

ଭକ୍ତଙ୍କ କଡା ଚେତାବନୀ, ‘ଶାସନକୁ ନିୟନ୍ତ୍ରଣ କର ନହେଲେ..’ - CONGRESS SLAMS CM

ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି । ନାରୀଙ୍କୁ ନ୍ୟାୟ ଦେବାକୁ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ।

PCC President Bhakta Das
PCC President Bhakta Das (ETV Bharat Odisha)
author img

By ETV Bharat Odisha Team

Published : Feb 27, 2025, 7:43 PM IST

ଭୁବନେଶ୍ୱର: 'ଲୋକଙ୍କୁ ସୁଶାସନ ଦିଅ, ନହେଲେ ଲୋକସେବା ଭବନକୁ ପଶିବ କଂଗ୍ରେସ '। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି ଭକ୍ତ ଦାସ । ମୁଖ୍ୟମନ୍ତ୍ରୀଙ୍କୁ ଦେଲେ କଡା ଚେତାବନୀ । ସେପଟେ ନୂଆ ପିସିସି ସଭାପତି ପାଇବା ପରେ ଆକ୍ଟିଭ ମୋଡରେ କଂଗ୍ରେସ । ରାଜ୍ୟରେ ନିର୍ଯାତିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଗଠନ କଲା ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି । ତୃଣମୂଳ ସ୍ତରକୁ ଯାଇ ମହିଳାମାନଙ୍କୁ ଭେଟି ସେମାନଙ୍କ ପାଇଁ ଲଢିବ କଂଗ୍ରେସ ।

ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ପିସିସି ସଭାପତି:

ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ଯାତନା ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସ । ପ୍ରେସମିଟରେ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କଡା ସମାଲୋଚନା କରିବା ସହ ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, "ରାଜ୍ୟରେ ଆଦିବାସୀମାନେ ଅସୁରକ୍ଷିତ l ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ଦାୟିତ୍ୱହୀନ ଲୋକ ଦାୟିତ୍ୱବାନ ପଦବୀରେ ଅଛନ୍ତି । ସେମାନେ ରାଜ୍ୟରେ ମହିଳା ଓ ଶିଶୁମାନଙ୍କର ଜୀବନ ସହ ଖେଳୁଛନ୍ତି । ଏହିଦିନ ଚଳିବ ନାହିଁ ।"

PCC President Bhakta Das (ETV Bharat Odisha)

ସେ ଆଉ ମଧ୍ୟ କହିଛନ୍ତି," ସରକାର ଏନେଇ ଜଲଦି ଯତ୍ନ ନିଅନ୍ତୁ ଓ ଲୋକମାନଙ୍କୁ ସନ୍ତୁଷ୍ଟ ହେଲା ଭଳି ପଦକ୍ଷେପ ନିଅନ୍ତୁ । ଲୋକସେବା ଭବନରେ ଘେରାଉ ହେବ । କାହାରିକୁ ଛଡା ଯିବ ନାହିଁ । ଶାସନକୁ ନିୟନ୍ତ୍ରିତ କର । ନିଜକୁ ନିୟନ୍ତ୍ରିତ କର । ଭଲ ପ୍ରଶାସକ ହୁଅ । ନୂଆ କରି ମୁଖ୍ୟମନ୍ତ୍ରୀ ହୋଇଛ । ଏହିଭଳି ବିଫଳ ହୁଅନାହିଁ । ମୋର ଶେଷ ଚେତାବନୀ, ଏଭଳି ନହେଲେ ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିବ । ୮ ମାସରେ ୧୬ ଶହ ମହିଳାଙ୍କ ଉପରେ ନିର୍ଯାତନା ହୋଇଛି l ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ? ଏହାର ଜବାବ ଦେବାକୁ ପଡିବ l "

ନାରୀମାନଙ୍କ ପାଇଁ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ କମିଟି:
ସେପଟେ ନାରୀମାନଙ୍କୁ ନ୍ୟାୟ ଦେବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟରେ ନିର୍ଯାତିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଗଠନ କଲା ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି । ଏହି କମିଟିରେ ୭ ଜଣ ସଦସ୍ୟ ରହିଛନ୍ତି । ଏହି କମିଟି ପୀଡିତାଙ୍କ ନିକଟକୁ ଯାଇ ଘଟଣାର ଅନୁଧ୍ୟାନ କରିବା ସହ ପ୍ରଭାବିତଙ୍କ ପାଇଁ ଲଢେଇ କରିବ ।

ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ ଏହି କମିଟିର ଅଧ୍ୟକ୍ଷ ଥିବା ବେଳେ ପୂର୍ବତନ ବିଧାୟକ ସୁଜିତ ପାଢ଼ୀ, ବିଧାୟକ ସୋଫିଆ ଫିର୍ଦ୍ଦୋଶ, ବିଧାୟକ ସତ୍ୟଜିତ ଗମାଙ୍ଗ, ଏଆଇସିସି ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରା, କଂଗ୍ରେସ ନେତା ମାନସ ମଲ୍ଲିକ ଓ ଲିପିକା ମାଝୀ ପ୍ରମୁଖ ସଦସ୍ୟ ରହିଛନ୍ତି ।

ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଅଧ୍ୟକ୍ଷ ନଗେନ୍ଦ୍ର ପ୍ରଧାନ:

ଏନେଇ କମିଟି ଅଧ୍ୟକ୍ଷ ନଗେନ୍ଦ୍ର ପ୍ରଧାନ କହିଛନ୍ତି," ବିଜେପି ଶାସନର ୮ ମାସ ମଧ୍ୟରେ ରାଜ୍ୟରେ ୧୬୦୦ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଛି । ବର୍ତ୍ତମାନ ବି ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି । ଦିନକୁ ପ୍ରାୟ ୭ ଜଣ ମହିଳା ଅତ୍ୟାଚାରର ଶିକାର ହେଉଛନ୍ତି । ବିଜେଡି ଶାସନ କାଳର ମଧ୍ୟ ଅତ୍ୟାଚାର ହେଉଥିଲା, କିନ୍ତୁ ବିଜେପିର 8 ମାସ ଶାସନ ଭିତରେ ଏହା ବହୁତ ବୃଦ୍ଧି ପାଇଛି । କଂଗ୍ରେସ ଦଳ ନିଶ୍ଚିତ ରୂପରେ ଅନ୍ୟାୟ ବିରୋଧରେ ଲଢେଇ କରିବ । ଘଟଣାର ପରବର୍ତ୍ତୀ ପୃଷ୍ଠଭୂମିକୁ ନେଇ ପିସିସିର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରାଯାଇଛି । ଘଟଣାର ଗୁରୁତ୍ୱକୁ ଦେଖି ସ୍ଥାନୀୟ ବାସିନ୍ଦା, ପ୍ରଶାସନ ସହ ଆଲୋଚନା କରିବୁ । ବର୍ତ୍ତମାନ ଏ ସରକାର ଆସିବା ପରେ ବିଗତ 8 ମାସ ଭିତରେ 1600 ମାମଲା ପଞ୍ଜିକୃତ ହୋଇଛି । ଆମେ ପୀଡିତାଙ୍କ ପାଖକୁ ଯିବୁ । ସର ଜମିନ ଅନୁଧ୍ୟାନ କରିବୁ । ଏକ ରିପୋର୍ଟ ଆମ ସଭାପତିଙ୍କୁ ଦେବୁ । ଆବଶ୍ୟକ ପଡ଼ିଲେ ରାଜ୍ୟପାଳଙ୍କୁ ଭେଟିବୁ ।"

ଏହାମଧ୍ୟ ପଢନ୍ତୁ...

ପିସିସି ସଭାପତି ଭକ୍ତ ଦାସଙ୍କ ସଂକଳ୍ପ ପଦଯାତ୍ରା,' ଆମେ ପରିବର୍ତ୍ତନ ହେବୁ, ଅନ୍ୟକୁ କରାଇବୁ '

ଓଡ଼ିଶାବାସୀଙ୍କ ଅସ୍ମିତା ସହ ଖେଳୁଛି ବିଜେପି: ରାଜ୍ୟ କଂଗ୍ରେସ ପ୍ରଭାରୀ

ନୂଆ ପିସିସି ସଭାପତିଙ୍କ ନୂଆପଡ଼ା ଗସ୍ତ,'ଭୁବନେଶ୍ବରରୁ ପୁରୀ ପଦଯାତ୍ରା କରିବ କଂଗ୍ରେସ'

କଣ ରହିଛି ରାଜ୍ୟ କଂଗ୍ରେସର ଆକ୍ସନ ପ୍ଲାନ ? ରାହୁଲଙ୍କ ମଡେଲକୁ ଫଲୋ କରିବେ ଭକ୍ତ

ପିସିସି ମୁଖିଆ ହେଲେ ଭକ୍ତ ଦାସ; କଳାହାଣ୍ଡିରେ ଉତ୍ସବ ମାହୋଲ, କଂଗ୍ରେସ ମଜଭୁତ ହେବ କହିଲେ ସୋଫିଆ

ଅନ୍ୟପଟେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଶ କହିଛନ୍ତି, " ୧୮ ହଜାରରୁ ମାତ୍ର ୨୧୭ ମାମଲାର ସମାଧାନ ହୋଇଛି । ଦିନକୁ ଦିନ ନାରୀଙ୍କ ବିରୋଧରେ ନିର୍ଯାତନା ବଢୁଛି । ଯେଉଁଠି ମହିଳାମାନଙ୍କ ବିରୋଧରେ କିଛି ଅନ୍ୟାୟ ହେବ ସେଠି ଫ୍ୟାକ୍ଟ ଫାଇଣ୍ଡିଂ କମିଟି ପହଞ୍ଚି ଘଟଣାର ତଦନ୍ତ କରିବ, ସମୀକ୍ଷା କରିବ ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.