ETV Bharat / opinion

ଧର୍ମ ଆଳରେ ଆତ୍ମଘୋଷିତ ବାବା; ଏମିତି ଅନ୍ଧଭକ୍ତି କେତେ ଦୂର ଠିକ୍, କାହିଁକି ଦେଶରେ ବଢୁଛି ବାବାଙ୍କ ପ୍ରଭାବ ? - The stranglehold of the Godmen

author img

By ETV Bharat Odisha Team

Published : Jul 18, 2024, 2:23 PM IST

Updated : Jul 18, 2024, 2:35 PM IST

The Stranglehold Of The Godmen In India: ଜପ, ତପ ଓ ଧର୍ମର ସ୍ଥଳୀ ଭାରତରେ ବାବା ତଥା ଧର୍ମଗୁରୁଙ୍କ ଲୋକେ ଭଗବାନ ସମ ମର୍ଯ୍ୟାଦା ଦିଅନ୍ତି ଓ ଭକ୍ତି କରନ୍ତି । କିନ୍ତୁ କିଛି ଅସାଧୁ ଆତ୍ମଘୋଷିତ ବାବା ସାଜି ଲୋକଙ୍କୁ ଦୁଃଖ ଜଞ୍ଜାଳରୁ ମୁକ୍ତି ଦେବା ଆଳରେ ସେମାନଙ୍କ ଭାବାବେଗ ସହ ଖେଳ ଖେଳନ୍ତି । ଏହିପରି ବାବାଙ୍କ ପ୍ରତି ଅନ୍ଧଭକ୍ତିର ପରିଣାମ କେତେ ଯେ, ଭୟଙ୍କର ହୋଇପାରେ, ତାହା ନିକଟରେ ଘଟିଥିବା ହାଥରସ୍ ଟ୍ରାଜେଡିରୁ ଅନୁମେୟ । ପଢନ୍ତୁ ଏହାକୁ ନେଇ ମିିଲିନ୍ଦ କୁମାର ଶର୍ମାଙ୍କ ଆଲେଖ୍ୟ

ଧର୍ମ ଆଳରେ ଆତ୍ମଘୋଷିତ ବାବା, ଏମିତି ଅନ୍ଧଭକ୍ତି କେତେ ଦୂର ଠିକ୍ ?
ଧର୍ମ ଆଳରେ ଆତ୍ମଘୋଷିତ ବାବା, ଏମିତି ଅନ୍ଧଭକ୍ତି କେତେ ଦୂର ଠିକ୍ ? (ETV Bharat Odisha)

ହାଇଦ୍ରାବାଦ: ଜପ, ତପ, ଆସ୍ଥାର ଭୂମି ଭାରତବର୍ଷ । ନାନାଦି ମୁନିଋଷି ଓ ଧର୍ମଗୁରୁଙ୍କ ପବିତ୍ର ଭୂମି । ମାତ୍ର ଏହି ମାଟିରେ ଧର୍ମ ଆଳରେ କିଛି ଅସାଧୁ ତତ୍ତ୍ବ ନିଜର ବେପାର ଚଳାଉଥିବା ଅନେକ ସମୟରେ ଦେଖାଯାଉଛି । ଛତୁ ଫୁଟିଲା ଭଳି ଚାରିଆଡେ ଆତ୍ମଘୋଷିତ ବାବା ଉଭା ହେଉଛନ୍ତି । ମଠ, ମନ୍ଦିର, ଆଶ୍ରମ ତୋଳି ନିଜକୁ ଇଶ୍ବରଙ୍କ ଦୂତ ସଜାଇ ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି । ପ୍ରବଚନ ଦେଇ ଚମତ୍କାରିତ ଦେଖାଇବା ଆଳରେ ନିରୀହ ଲୋକଙ୍କୁ ମାୟାଜାଲରେ ଫସାଉଛନ୍ତି । ଫଳରେ ଲୋକଙ୍କ ମଧ୍ୟରେ ଥିବା ଆସ୍ଥା କ୍ରମଶଃ ଅନ୍ଧଭକ୍ତିର ରୂପ ନେଉଛି । ଆଉ ଏହାର କୁପରିଣାମ କେତେ ଯେ, ଭୟଙ୍କର ହୋଇପାରେ, ତାହା ହାଥରସ୍ ଦଳଚକଟା ଘଟଣାରୁ ଅନୁମେୟ ।

ଉତ୍ତରପ୍ରଦେଶର ହାଥରସରେ ଜଣେ ଆତ୍ମଘୋଷିତ ବାବାଙ୍କ ସତସଙ୍ଗରେ ଦଳଚକଟି ଘଟି ୧୨୦ ଜଣ ଲୋକଙ୍କ ଅକାଳରେ ମୃତ୍ୟୁ ହୋଇଥିଲା । ଶତାଧିକ ଆହତ ହୋଇଥିଲେ । ସତସଙ୍ଗ ଥିଲା ଭୋଲେ ବାବା ନାମକ ଜଣ ଆତ୍ମଘୋଷିତ ବାବାଙ୍କର, ଯିଏକି ସାଧାରଣ କନେଷ୍ଟବଳରୁ ବାବା ପାଲଟିଥିଲା । ସେଦିନ ସତ୍‌ସଙ୍ଗ ସରିବା ପରେ ବାବାଙ୍କ ପାଦଧୂଳି ନେବାକୁ ଲୋକଙ୍କ ମଧ୍ୟରେ ଦଳଚକଟା ହୋଇଥିଲା, ଆଉ ଏମିତି ଏକ ଭୟଙ୍କର ଅଘଟଣ ଘଟିଯାଇଥିଲା । ଏହା ସତ ଯେ, ଅଘଟଣ ପଛରେ ପ୍ରଶାସନିକ ଅବହେଳା ମଧ୍ୟ ଦାୟୀ ।

ବର୍ତ୍ତମାନ ଭାରତରେ ବଢୁଥିବା ଆତ୍ମଘୋଷିତ ବାବାଙ୍କ ସଂଖ୍ୟା ଏକ ଉଦବେଗଜନକ ବିଷୟ ପାଲଟିଛି । କିନ୍ତୁ ସମାଜ ତାଙ୍କୁ ଇଶ୍ବରଙ୍କ ଦୂତ ତଥା ଦୈବୀଶକ୍ତି ସମ୍ପନ୍ନ ଆଲୌକିକ ପୁରୁଷର ଯେଉଁ ମର୍ଯ୍ୟାଦା ଦେଉଛି, ତାହା ବିଚଳିତ କଲାଭଳି । ନିରୀହ ଲୋକଙ୍କ ଉପରେ ଏହିପରି ଆତ୍ମଘୋଷିତ ବାବାଙ୍କ ସମ୍ମୋହନକାରୀ ପ୍ରଭାବ ହାଥରସରେ ଘଟିଥିବା ଅଘଟଣ ପାଇଁ ଆଶିଂକ ରୂପେ ଦାୟୀ । କାରଣ ହାଥରସରେ ସେହି ଆତ୍ମଘୋଷିତ ଭୋଲେ ବାବାଙ୍କୁ ଲୋକେ ଇଶ୍ବରୀୟ ଶକ୍ତି ମାନି ତାଙ୍କର ପାଦଧୂଳି ପାଇଁ ଦଳଚକଟା ହୋଇଥିଲେ । ଯେଉଁ କାରଣରୁ ଅନେକ ନିରୀହ ଜୀବନ ଅକାଳରେ ଝଡିଯାଇଥିଲା ।

ତେବେ ଭାରତ ଭଳି ଧାର୍ମିକ ଓ ସଂସ୍କୃତି ସମୃଦ୍ଧି ଦେଶରେ ଆଧ୍ୟାତ୍ମିକ ମୋକ୍ଷ କାମନାରେ ସତସଙ୍ଗ ଭଳି ସାମୁହିକ କାର୍ଯ୍ୟକ୍ରମରେ ସାମିଲ୍ ହେବା କିଛି ଅସ୍ବାଭାବିକ ଘଟଣା ନୁହେଁ । କିନ୍ତୁ ଏହା ମଧ୍ୟ ସତ ଯେ, କିଛି ଆତ୍ମଘୋଷିତ ବାବା ଏମିତି ଭୁଲ୍ କାମ କରିଛନ୍ତି ଯାହା ସମାଜର ନୈତିକ ଚେତନାକୁ ଶକ୍ତ ଆଘାତ ଦେଇଛି । ଦେଶରେ ଅନେକ ବାବାଙ୍କ ନାଁରେ ହତ୍ୟା, ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧମାନ ରହିଛି । କିଛି ପ୍ରଭାବଶାଳୀ ବାବା ଏବେ ଜେଲର ଅନ୍ଧାର କୋଠରୀରେ ସଜ୍ଜା କାଟୁଛନ୍ତି । ହେଲେ ଏହିଭଳି ବାବାଙ୍କ ପାଇଁ ସବୁ ଧର୍ମଗୁରୁଙ୍କ ଭଣ୍ଡ ଏବଂ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମକୁ ଭୁଲ୍ ବୋଲି ଅଭିହିତ କରାଯାଇପାରିବ ନାହିଁ । କାରଣ ଏହିସବୁ କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ସହ ସମାଜକୁ ଏକତ୍ର କରିବାରେ ସାହାଯ୍ୟ କରେ ।

କିନ୍ତୁ ସମସ୍ୟା ସେତେବେଳେ ହୁଏ ଯେବେ ଜନସାଧାରଣଙ୍କ ଆସ୍ଥା, ଅନ୍ଧଭକ୍ତିର ରୂପ ନୁହେଁ । ଯାହାକି ତର୍କ ଓ ବୈଜ୍ଞାନିକ ସିଦ୍ଧାନ୍ତଗୁଡିକୁ ଦୁର୍ବଳ କରିଦିଏ । ଅନେକ ଅସାଧୁ ଲୋକ ଭଗବାନଙ୍କ ମୁଖା ପିନ୍ଧି କଟ୍ଟରତାକୁ ସମର୍ଥନ କରନ୍ତି । ଏହା ମାନବ ଚେତନାକୁ ଅନ୍ଧ କରି ରୁଢିବାଦୀରେ ଭରିଦିଏ । ସଂସାରର ଦୁଃଖ ଜଞ୍ଜାଳରୁ ମୁକ୍ତି ଦେବାର ଗ୍ୟାରେଣ୍ଟର ସାଜି ଏହିଭଳି ଭଣ୍ଡ ବାବା ତଥା ଧର୍ମଗୁରୁ ଲୋକଙ୍କ ଚେତନା ଶକ୍ତିକୁ ଆୟତ୍ତ କରିନିଅନ୍ତି । ଫଳରେ ଲୋକଙ୍କ ମଧ୍ୟରେ ବୌଦ୍ଧିକ ଓ ଆଧ୍ୟାତ୍ମିକ ବିକାଶ ବ୍ୟାହତ ହୁଏ ।

ତେଣୁ ହାଥରସ୍‌ ଟ୍ରାଜେଡି ପାଇଁ କ'ଣ ସେହି ତଥାକଥିତ ବାବାଙ୍କୁ ଦାୟୀ କରାଯାଇପାରିବ ନାହିଁ ? ଏମିତି ବାବାଙ୍କୁ ଆଧ୍ୟାତ୍ମିକ ଧର୍ମଗୁରୁ ତଥା ମହାନ ସନ୍ଥ ସ୍ବାମୀ ବିବେକାନନ୍ଦ ଓ ଶ୍ରୀ ଅରବିନ୍ଦଙ୍କ ଭଳି ଚରିତ୍ରଙ୍କଠାରୁ ସମ୍ପୂର୍ଣ୍ଣ ପୃଥକ୍ କରାଯିବା ଉଚିତ୍ । ଯେଉଁଠି ଏହି ମହାପୁରୁଷମାନେ ଅଜ୍ଞାନତାର ଅନ୍ଧକାର ଦୂର କରି ମନକୁ ଆଲୋକିତ କରି ଆତ୍ମାର ମୁକ୍ତି ପାଇଁ ମାର୍ଗ ପ୍ରଶସ୍ତ କରିଥାନ୍ତି, ସେଠି ଆତ୍ମଘୋଷିତ ବାବାମାନେ ମଠ ଆଶ୍ରମ ଖୋଲି ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି । ଲୋକଙ୍କ ମଧ୍ୟରେ ଅଜ୍ଞାନତାର ପ୍ରସାର କରୁଛନ୍ତି । ତେଣୁ ଧାର୍ମିକ ଓ ସାମାଜିକ ନେତାମାନଙ୍କ ଏହା ଦାୟିତ୍ବ ଯେ, ସେମାନେ ଅନ୍ଧବିଶ୍ବାସ ବଦଳରେ ଲୋକଙ୍କ ମଧ୍ୟରେ ବୌଦ୍ଧିକ ତର୍କର ବିକାଶ କରନ୍ତୁ ।

ସମ୍ପ୍ରତ୍ତି ସ୍ଥିତିକୁ ବିଚାର କଲେ, ସମାଜର ଦୁର୍ବଳ ବର୍ଗଙ୍କ ଉପରେ ଏହି ଗଡମେନ (ଆତ୍ମଘୋଷିତ ବାବା)ଙ୍କ ପ୍ରଭାବ ଅନୁଧ୍ୟାନ କରିବ ସମୟ ଆହ୍ବାନ ଅଟେ । ସମୟ ଆସିଛି, ସମାଜରେ ସଦାଚାର ଓ ନୈତିକ ମେରୁଦଣ୍ଡକୁ ମଜଭୁତ କରିବାର । ସମାଜ ନିଜର ଚେତନାକୁ ସେହି ସ୍ତର ଯାଏଁ ନେଇଯିବା, ଯେଉଁଠି ବିଶ୍ବକବି ରବୀନ୍ଦ୍ରନାଥ ଟାଗୋରଙ୍କ ଶବ୍ଦରେ ''ମନରେ ଭୟ ନଥିବ, ଆମର ମସ୍ତକ ଉଚ୍ଚ ରହୁଥିବ, ଜ୍ଞାନ ବନ୍ଧନଠାରୁ ମୁକ୍ତ ଥିବ... ସ୍ବତନ୍ତ୍ରତାର ସେହି ସ୍ବର୍ଗରେ'' ଦେଶ ଜାଗ୍ରତ ହୋଇପାରିବ ।

Last Updated : Jul 18, 2024, 2:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.