ETV Bharat / health

ଦୈନିକ କେତେ ଲୁଣ ଖାଇବା ଉଚିତ୍ ? ଅଧିକ ଖାଇଲେ କଣ ହେବ, ଜାଣନ୍ତୁ - WHO SALT ALERT

ଖାଇବା ସମୟରେ ଅଧିକ ଲୁଣ ଖାଉଛନ୍ତି କି ? ଦିନକୁ କେତେ ପରିମାଣର ଲୁଣ ଖାଇବା ଉଚିତ। ଜାଣନ୍ତୁ କଣ କହୁଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

HOW MUCH SALT EAT PER DAY
HOW MUCH SALT EAT PER DAY (FREEPIK)
author img

By ETV Bharat Odisha Team

Published : Feb 27, 2025, 4:23 PM IST

ହାଇଦ୍ରାବାଦ: ଲୁଣ ବିନା ଖାଦ୍ୟର ସ୍ୱାଦ ନାହିଁ । ଅନେକ ଲୋକ ନିଜ ଜାଣତରେ ହେଉ ବା ଅଜାଣତରେ ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଇଥାନ୍ତି । କିଛି ଲୋକ ଅଧିକ ଲୁଣିଆ ଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ଅଧିକ ଲୁଣ ଖାଇବା ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ । ଏହାଦ୍ୱାରା ବ୍ୟକ୍ତି ଗୁରୁତର ରୋଗର ଶିକାର ମଧ୍ୟ ହୋଇପାରନ୍ତି ।

ଅଧିକ ଲୁଣ ଖାଇଲେ ଦେଖାଯାଇପାରେ ଏହି ସମସ୍ୟା:

  • ଅତ୍ୟଧିକ ଲୁଣ ଖାଇଲେ ଉଚ୍ଚ ରକ୍ତଚାପ (ହାଇ ବ୍ଲଡ ପ୍ରେସର) ଭଳି ଗୁରୁତର ରୋଗ ଦେଖାଯିବାର ସମ୍ଭାବନା ରହିଥାଏ ।
  • ଅଧିକ ଲୁଣ ଖାଇବା ଦ୍ୱାରା ଡିମେନ୍ସିଆ ଭଳି ଗୁରୁତର ସମସ୍ୟାରେ ପଡିପାରନ୍ତି । ଏହା ମସ୍ତିଷ୍କର ତନ୍ତ୍ର କୋଷିକାକୁ ଗଭୀର ପ୍ରଭାବିତ କରିଥାଏ । ଡିମେନ୍ସିଆରେ ପୀଡିତ ବ୍ୟକ୍ତିଙ୍କ ଚିନ୍ତାକରିବା, ମନେ ରଖିବା, ତର୍କ ବିତର୍କ କରିବା କ୍ଷମତା କମିଯାଏ । ଜାପାନରେ ଅନେକ ଲୋକଙ୍କ ଠାରେ ଏହି ସମସ୍ୟା ଦେଖାଯାଏ । ଡିମେନ୍ସିଆରେ ପୀଡିତ ବ୍ୟକ୍ତି ମସ୍ତିଷ୍କ ବିକୃତ ମଧ୍ୟ ହୋଇପାରେ ।

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଡିମେନ୍ସିଆକୁ ରୋଗ ଭାବେ ଗ୍ରହଣ କରାଯାଇନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ଏହାଦ୍ୱାରା ମସ୍ତିଷ୍କ ଉପରେ ପଡୁଥିବା ପ୍ରଭାବକୁ ଠିକ କରିବା ପାଇଁ କୌଣସି ଚିକିତ୍ସା ବାହାରି ନାହିଁ । ଡିମେନ୍ସିଆକୁ ଠିକ କରିବା ପାଇଁ କୌଣସି ଔଷଧ ଉପଲବ୍ଧ ନାହିଁ ।

ପ୍ରତିଦିନ କେତେ ପରିମାଣ ଲୁଣ ଖାଇବା ଆବଶ୍ୟକ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଆଲର୍ଟ:

ବିଶେଷଜ୍ଞଙ୍କ କହିବାନୁଯାୟୀ, ଡିମୋସିଆ ସମସ୍ୟା ପଛର ମୁଖ୍ୟ କାରଣ ଅତ୍ୟଧିକ ଲୁଣ ସେବନ କରିବା । ଅଧିକ ଲୁଣ ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ମଧ୍ୟ ହୋଇପାରେ । ପ୍ରତିକୂଳ ସ୍ୱାସ୍ଥ୍ୟ ଅବସ୍ଥାକୁ ରୋକିବା ପାଇଁ , ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତି ଦିନ ୫ ଗ୍ରାମରୁ କମ ଲୁଣ ଖାଇବା ପାଇଁ ପରାମର୍ଶ ଦେଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଅନୁଯାୟୀ, ବୟସ୍କଙ୍କୁ ପ୍ରତିଦିନ ୫ଗ୍ରାମରୁ କମ ଲୁଣ ଖାଇବା ଉଚିତ୍ । ହାର୍ଟ ସମ୍ବନ୍ଧୀୟ ରୋଗକୁ ରୋକିବା ପାଇଁ କିମ୍ବା ରକ୍ତ ଚାପ ନିୟନ୍ତ୍ରଣରେ ରଖିବାକୁ ହେଲେ ପ୍ରତିଦିନ ୨ ହଜାର ମିଲିଗ୍ରାମରୁ କମ ସୋଡିୟମ ସେବନ କରିବା ଆବଶ୍ୟକ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ମଡେଲିଙ୍ଗ ଅଧ୍ୟୟନ ଅନୁଯାୟୀ, ଯଦି ପ୍ରତ୍ୟେକ ଭାରତୀୟ ପ୍ରତିଦିନ ୫ ଗ୍ରାମରୁ କମ ଲୁଣ ସେବନ କରିଥାନ୍ତେ ତେବେ ୧୦ ବର୍ଷ ମଧ୍ୟରେ ହୃଦୟ ରୋଗ (CVD) ଓ କ୍ରୋନିକ କିଡନୀ ରୋଗ (CKD)ରେ ପୀଡିତ ହୋଇ ମୃତ୍ୟୁମୁଖରେ ପଡିଥିବା ୩ଲକ୍ଷ ଜୀବନ ବଞ୍ଚି ପାରିଥାନ୍ତା ।

ଦି ଲାନସେଟ୍ ପବ୍ଲିକ୍ ହେଲ୍ଥରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୫ଗ୍ରାମରୁ କମ ଲୁଣ ଖାଇବା ଦ୍ୱାରା ୧୦ ବର୍ଷ ମଧ୍ୟରେ ଯଥେଷ୍ଟ ସ୍ୱାସ୍ଥ୍ୟ ଲାଭ ଏବଂ ଖର୍ଚ୍ଚ ବଞ୍ଚିପାରିବ । ୧.୭ ନିୟୁତ CVD ମୃତ୍ୟୁକୁ ଏଡାଯାଇପାରିବ ଓ ୭ ଲକ୍ଷ CKD ନୂଆ ମାମଲାକୁ ରୋକାଯାଇପାରିବ । ବର୍ତ୍ତମାନ ସମୟରେ ଜଣେ ଭାରତୀୟ ପ୍ରତ୍ୟେକ ଦିନ ଅତିକମରେ ୧୧ ଗ୍ରାମ ଲୁଣ ସେବନ କରୁଛି । ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଦିଆଯାଇଥିବା ପରିମାଣ ଠାରୁ ୨ ଗୁଣରୁ ଅଧିକ ।

ଗବେଷଣାରୁ କଣ ବାହାରିଥିଲା ନିଷ୍କର୍ସ:

ଆଞ୍ଜିଓଟେନସିନ୍ II (Ang II), ଏକ ହରମୋନ୍ ଯାହା ରକ୍ତଚାପ ଏବଂ ଦ୍ରବ ସନ୍ତୁଳନ (Fluid Balance) କୁ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ଏବଂ ଏହାର ରିସେପ୍ଟର 'AT1', ଏବଂ ଶାରୀରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଲିପିଡ୍ ଅଣୁ ପ୍ରୋଷ୍ଟାଗ୍ଲାଣ୍ଡିନ୍ E2 (PGE2) ଏବଂ ଏହାର ରିସେପ୍ଟର 'EP1'ର ଉଚ୍ଚ ରକ୍ତଚାପ ଏବଂ ନ୍ୟୁରୋଟକ୍ସିସିଟିରେ ସେମାନଙ୍କର ସମ୍ପୃକ୍ତି ପାଇଁ ସୁପରିଚିତ । ତଥାପି, ଅଧିକ ଲୁଣ (HS) ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ଏବଂ ଭାବପ୍ରବଣ/ଜ୍ଞାନାତ୍ମକ ଦୁର୍ବଳତାରେ ଏହି ସିଷ୍ଟମଗୁଡ଼ିକର ସମ୍ପୃକ୍ତି ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ଡିମେନ୍ସିଆର ଲକ୍ଷଣ:

  • ଡିପ୍ରେସନର ଶିକାର ହେବା
  • ଅଯଥା ଚିନ୍ତା ମନକୁ ଆସିବା
  • ଅସାଧାରଣ ଆଚରଣ
  • ଦୁଃଖଦ ସ୍ୱପ୍ନର ସମସ୍ୟା
  • ବ୍ୟକ୍ତିଗତ ଆଚରଣରେ ପରିବର୍ତ୍ତନ
  • ସ୍ମୃତିଶକ୍ତି ହ୍ରାସ
  • କଥାବାର୍ତ୍ତା କିମ୍ବା ତର୍କବିତର୍କ କରିବାରେ ଅସୁବିଧା

ଏହାମଧ୍ୟ ପଢନ୍ତୁ...

ମାସ ସାରା ଚା' ପିଇବା ବନ୍ଦ କଲେ କଣ ହେବ ? ଶରୀରକୁ କେତେ ଫାଇଦା ଜାଣନ୍ତୁ ...

ଅଧିକ ପେନକିଲର ଖାଉଥିଲେ ସାବଧାନ ! କିଡନୀ ସୁସ୍ଥ ରଖିବାକୁ ମାନନ୍ତୁ ଏହି ଟିପ୍ସ

ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଅଧିକ ମାରାତ୍ମକ ମଦ, ବିଶେଷଜ୍ଞ କହିଲେ ବଡ କାରଣ - Women and Alcohol

Disclaimer: ଏଠାରେ ଉଲ୍ଲେଖ କରାଯାଇଥିବା ସୂଚନା ନିର୍ଦ୍ଦିଷ୍ଟ ଗବେଷଣାରୁ ପ୍ରାପ୍ତ ହୋଇଛି । ଏହା ETV Bharatର ନିଜସ୍ବ ମତ ନୁହେଁ । ଦିଆଯାଇଥିବା କୌଣସି ପରାମର୍ଶ ପାଳନ କରିବା ପୂର୍ବରୁ, ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ । ଯଦି ଆପଣଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ଆପଣଙ୍କୁ ପ୍ରଥମେ ଡାକ୍ତରଙ୍କୁ ଜଣାଇବା ଜରରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.