ETV Bharat / bharat

ମହୁଆ ମୋଇତ୍ରାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା, ଆବେଦନ ପତ୍ର ଖାରଜ

Mahua Moitra plea rejected from HC: ମିଡିଆ ହାଉସକୁ ନିଜ ଗୋପନୀୟ ତଥ୍ୟ ଇଡି ଦ୍ବାରା ସେୟାର କରାଯାଉଥିବା ଅଭିଯୋଗ ଆଣି ଏହା ଉପରେ ରୋକ ଲଗାଇବା ଲାଗି ଟିଏମସି ନେତ୍ରୀ ମହୁଆ ମୋଇତ୍ରା ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । ଅଧିକ ପଢନ୍ତୁ

ମହୁଆ ମୋଇତ୍ରା
ମହୁଆ ମୋଇତ୍ରା
author img

By ETV Bharat Odisha Team

Published : Feb 23, 2024, 7:34 PM IST

Updated : Feb 23, 2024, 7:48 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଆବେଦନ ପତ୍ରକୁ ଖାରଜ କରିଛନ୍ତି । ମୋଇତ୍ରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ୧୦ଟି ଗଣମାଧ୍ୟମ ସଂସ୍ଥାକୁ ତାଙ୍କର କିଛି ଗୋପନୀୟ ତଥ୍ୟ ଓ ଅନ୍ୟ ସୂଚନା ଲିକ୍‌ କରିବା ଉପରେ ରୋକ ଲଗାଇବା ଲାଗି ଏହି ଆବେଦନ କରିଥିଲେ । ମାତ୍ର ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ଆବେଦନ ପତ୍ରକୁ ଖାରଜ କରିଦେଇଛନ୍ତି ।

କୋର୍ଟ ଗତ ଫେବୃଆରୀ ୨୨ ତାରିଖରେ ଏହି ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ । ଏହି ଦିନ ଶୁଣାଣି ସମୟରେ ଇଡି ପକ୍ଷରୁ ଜଣେ ଆଇନଜୀବୀ କହିଥିଲେ ୟେ ଇଡି କୌଣସି ସୂଚନାକୁ ଲିକ୍‌ କରିନାହିଁ । ହେଲେ ଗଣମାଧ୍ୟମ ସଂସ୍ଥାରେ ପ୍ରସାରିତ ହେଉଥିବା ଖବର କେଉଁ ସୂତ୍ରରୁ ଆସିଛି ତାହା ଇଡିକୁ ଜଣାନାହିଁ ବୋଲି ସେ କହିଥିଲେ । ସେପଟେ ମହୁଆ ମୋଇତ୍ରାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରେବେକା ଜନ କହିଥିଲେ ଯେ ଇଡି ଫେମା (ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ) ଉଲ୍ଲଙ୍ଘନ ଯାଞ୍ଚ ସମ୍ବନ୍ଧରେ ଗୋପନୀୟ ସୂଚନା ଲିକ୍‌ କରିଛି ।

ଇଡି ମହୁଆ ମୋଇତ୍ରାଙ୍କୁ ଫେମା ଉଲ୍ଲଙ୍ଘନ ମାମଲାରେ ଫେବୃଆରୀ ୧୪ ଓ ୨୦ ତାରିଖରେ ପଚରାଉଚରା କରିବା ଲାଗି ସମନ ଜାରି କରିଥିଲେ । ମହୁଆ ଅଭିଯୋଗ କରି କହିଛନ୍ତି ଯେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ତାଙ୍କ ସମ୍ବନ୍ଧରେ ଯାହା ବି ଖବର ପ୍ରସାରିତ କରୁଛନ୍ତି ତାହା ଇଡିର ଫେମା ଉଲ୍ଲଙ୍ଘନ ମାମଲା ସହ ଜଡ଼ିତ । ମହୁଆଙ୍କ ଆଇନଜୀବୀ ଅଭିଯୋଗ କରିଥିଲେ ଯେ ଇଡି ପକ୍ଷରୁ ଏହି ଖବରଗୁଡିକ ଗଣମାଧ୍ୟମ ସଂସ୍ଥାକୁ ଦିଆଯାଉଛି । ଏଥିଲାଗି ଇଡି ଦ୍ବାରା ଗଣମାଧ୍ୟମ ସଂସ୍ଥାକୁ ଦିଆଯାଉଥିବା ତଥ୍ୟ ଉପରେ ରୋକ ନେଇ ସେ ଦାବି କରି କୋର୍ଟରେ ଆବେଦନ କରିଥିଲେ । ମାତ୍ର କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।

ଏହା ବି ପଢନ୍ତୁ-ଇଡିରେ ହାଜର ହେବାକୁ ମହୁଆ ମୋଇତ୍ରାଙ୍କୁ ସମନ

ସୂଚନା ଥାଉ କି ୨୦୨୩ ଡିସେମ୍ବର ୮ ତାରିଖରେ ମହୁଆ ମୋଇତ୍ରାଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା । ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେବା ମାମଲାରେ ତାଙ୍କୁ ଲୋକସଭା ଏଥିକ୍ସ କମିଟି ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କର ସାଂସଦ ପଦ ରଦ୍ଦ ହୋଇଥିଲା । ବିଜେପି ସାଂସଦ ନିଶିକାନ୍ତ ଦୁବେ ମହୁଆଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 23, 2024, 7:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.