ETV Bharat / bharat

ନିଷ୍ପତ୍ତି ପଛରେ ଟିକେଟ ନମିଳିବା ଭୟ ! ଗମ୍ଭୀରଙ୍କ ପରେ ନିର୍ବାଚନ ନଲଢିବାକୁ ଆଉ ଜଣେ ବିଜେପି ସାଂସଦଙ୍କ ଘୋଷଣା

After Gautam Gambhir, Another BJP MP Tells Party not to Contest Polls: ଗୌତମ ଗମ୍ଭୀରଙ୍କ ପରେ ନିର୍ବାଚନ ନଲଢିବାକୁ ଆଉ ଜଣେ ବିଜେପି ସାଂସଦ ଜୟନ୍ତ ସିହ୍ନାଙ୍କ ଘୋଷଣା । ଅଧିକ ପଢନ୍ତୁ

ଗମ୍ଭୀରଙ୍କ ପରେ ନିର୍ବାଚନ ନଲଢିବାକୁ ଆଉ ଜଣେ ବିଜେପି ସାଂସଦଙ୍କ ଘୋଷଣା

author img

By ETV Bharat Odisha Team

Published : Mar 2, 2024, 4:18 PM IST

ନୂଆଦିଲ୍ଲୀ: କ୍ରିକେଟରୁ ରାଜନୀତିକୁ ଆସି ଭାରତୀୟ ଜନତା ପାର୍ଟି ଟିକେଟରେ ସାଂସଦ ହୋଇଥିବା ଗୌତମ ଗମ୍ଭୀର ଆଜି ରାଜନୈତିକ ଜୀବନରୁ ସନ୍ୟାସ ଘୋଷଣା କରିଛନ୍ତି । ଗମ୍ଭୀରଙ୍କ ଘୋଷଣାର ମାତ୍ର କେଇ ଘଣ୍ଟା ମଧ୍ୟରେ ଆଉ ଜଣେ ବିଜେପି ସାଂସଦ ମଧ୍ୟ ଚଳିତ ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଝାଡଖଣ୍ଡର ହଜାରୀବାଗ ସଂସଦୀୟ ଆସନରୁ ବିଜେପି ସାଂସଦ ଥିବା ଜୟନ୍ତ ସିହ୍ନା ଚଳିତ ନିର୍ବାଚନ ଲଢିବା ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି । ସେ ତାଙ୍କ ଇଚ୍ଛା ସମ୍ପର୍କରେ ଦଳ ମୁଖ୍ୟ ଜେ.ପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଅବଗତ କରିସାରିଛନ୍ତି । ଆଜି ସାଂସଦ ସିହ୍ନା ଏହି ସୂଚନା ଟ୍ବିଟ କରି ପ୍ରକାଶ କରିଛନ୍ତି ।

ଆଜି ସାଂସଦ ସିହ୍ନା କରିଥିବା ପୋଷ୍ଟରେ ଲେଖିଛନ୍ତି,‘‘ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ, ମୋତେ ସକ୍ରିୟ ନିର୍ବାଚନୀ ଦାୟିତ୍ବରୁ ମୁକ୍ତ କରିବା ପାଇଁ ଅନୁରୋଧ କରିଛି । ମୁଁ ବିଶ୍ବ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ମୋର ଅବଦାନ ଦେଶ ଓ ଦେଶ ବାହାରେ ପୂର୍ବପରି ଜାରି ରଖିବି । ମୁଁ ଦଳ ସହିତ ରହିଛି, ଅର୍ଥନୈତିକ ଓ ଶାସନ ସମ୍ପର୍କରେ ମୁଁ ଦଳ ସହ କାର୍ଯ୍ୟ ଜାରି ରଖିବି ।’’ ତେବେ ସାଂସଦଙ୍କ ଅନୁରୋଧ ଉପରେ ବିଜେପି କ୍ୟାମ୍ପରୁ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି ।

ଆଜି ପୂର୍ବାହ୍ନରେ ପୂର୍ବ-ଦିଲ୍ଲୀରୁ ସାଂସଦ ଥିବା ଗମ୍ଭୀର ମଧ୍ୟ ସମାନ ଘୋଷଣା କରିଥିଲା । ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଗୌତମ ଗମ୍ଭୀର 2019 ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । 2019 ଲୋକସଭା ନିର୍ବାଚନରେ ବିଜେପି ଟିକେଟରୁ ପୂର୍ବ-ଦିଲ୍ଲୀ ଆସନରୁ ଲଢି ପ୍ରାୟ 6ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ତେବେ ଚଳିତଥର ତାଙ୍କୁ ଟିକେଟ ନମିଳିବା ନେଇ ଚର୍ଚ୍ଚା ହେଉଥିଲା । ଆଜି ଏହାରି ମଧ୍ୟରେ ସେ ନିଜ ଆଡୁ ନିର୍ବାଚନରେ ନଢିବା ପାଇଁ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ରାଜନୀତିରୁ ସନ୍ୟାସ ଘୋଷଣା କଲେ ଗୌତମ ଗମ୍ଭୀର

ତେବେ ଏବେ ଦୁଇ ସାଂସଦଙ୍କ ଏହି ଘୋଷଣାକୁ ଭିନ୍ନ ଅର୍ଥ ସହ ମଧ୍ୟ ଯୋଡି ଦେଖାଯାଉଛି । ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ଚଳିତଥର 4ଶହ ପାର ଲକ୍ଷ୍ୟ ସହ ନିର୍ବାଚନ ଲଢିବାକୁ ଯାଉଛି । ଏହି କ୍ରମରେ କିଛି ସାଂସଦଙ୍କ ଟିକେଟ କାଟି ଦଳ ନୂଆ ଓ ଯୁବ ଚେହେରାଙ୍କୁ ନିର୍ବାଚନକୁ ଆଣିବ । ସେହିକ୍ରମରେ ଟିକେଟ ନମିଳିବା ଆଶଙ୍କାରେ ଏପରି ଘୋଷଣା ସାମ୍ନାକୁ ଆସିଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଗୁରୁବାର ରାତିରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜେପି ନଡ୍ଡା ଓ ଅମିତ ଶାହଙ୍କ ସମେତ ବହୁ କେନ୍ଦ୍ରୀୟ ନେତା ରାତି ତମାମ ମାନସମନ୍ଥନ କରିଥିଲେ । ରାତି ପ୍ରାୟ 11ଟାରେ ପାର୍ଟି ମୁଖ୍ୟାଳୟରେ ଆରମ୍ଭ ହୋଇଥିବା ଏହି ବୈଠକ ଭୋର 4ଟାରେ ଶେଷ ହୋଇଥିବା ସୂଚନା ମିଳିଥିଲା । ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳ ପ୍ରାୟ 100 ଆସନରେ ପ୍ରାର୍ଥୀ ଚୂଡାନ୍ତ କରିସାରିଛି ଓ ଚଳିତ ସପ୍ତାହରେ ଏହା ପ୍ରକାଶ ପାଇବା ଏକପ୍ରକାର ସ୍ପଷ୍ଟ ମଧ୍ୟ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.