ଓଡିଶା

odisha

ଜନ୍ମଦିନରେ ତିରୁପତିରେ ଜାହ୍ନବୀ, କଲେ ଆଶିଷ ଭିକ୍ଷା

By

Published : Mar 6, 2022, 5:42 PM IST

Updated : Feb 3, 2023, 8:18 PM IST

ଚେନ୍ନାଇ: ଜନ୍ମଦିନରେ ପ୍ରଭୁ ଭେଙ୍କଟେଶ୍ବରଙ୍କ ଆଶିଷ ଭିକ୍ଷା କରିଛନ୍ତି ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର । ଆଜି(ରବିବାର) ସେ ୨୫ ବର୍ଷ ବୟସରେ ପାଦ ଥାପିଥିବା ବେଳେ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ଧାର୍ମିକ ପୀଠ ତିରୁପତି ମନ୍ଦିର ଯାଇ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ରବିବାର ସକାଳ ସମୟରେ ତାଙ୍କ ଘନିଷ୍ଠ ବନ୍ଧୁ ତନିଶା ସନ୍ତୋଷୀଙ୍କ ସହିତ ଯାଇ ସେ ଦର୍ଶନ କରିଛନ୍ତି । ତନିଶା ହେଉଛନ୍ତି ଫିଲ୍ମମେକର ରାଜକୁମାର ସନ୍ତୋଷୀଙ୍କ ସନ୍ତାନ । ଜାହ୍ନଭୀ ଦର୍ଶନ ସମୟର କିଛି ଫଟୋ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । କ୍ୟାପସନରେ ସେ ପ୍ରଭୁ ଭେଙ୍କଟେଶ୍ବରଙ୍କ ମନ୍ତ୍ର ଲେଖିଛନ୍ତି । ଦର୍ଶନ ସମୟରେ ସେ ସବୁଜ ରଙ୍ଗର ଶାଢୀ ପିନ୍ଧିଥିବା ସାଉଥ ମହିଳାଙ୍କ ଭଳି ପୋଷାକ ପରିଧାନ କରିଥିବା ଦେଖିବାକୁ ମିଳିଛି ।
Last Updated : Feb 3, 2023, 8:18 PM IST

ABOUT THE AUTHOR

...view details