ଓଡିଶା

odisha

Municipal Polls: ପୁରୀ ଜିଲ୍ଲାର ତିନି NACରେ ମତଦାନ ଜାରି

By

Published : Mar 24, 2022, 12:34 PM IST

Updated : Feb 3, 2023, 8:20 PM IST

ପୁରୀ: ପୌର ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ପୁରୀ ଜିଲ୍ଲାର 3ଟି ଏନଏସିରେ ସକାଳୁ ଭୋଟିଂ ଚାଲିଛି । ନିମାପଡା, ପିପିଲି ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳରେ ନିଜ ପସନ୍ଦର ପ୍ରତିନିଧି ବାଛୁଛନ୍ତି ଅଞ୍ଚଳବାସୀ । ନିମାପଡାର ୧୧ଟି ୱାର୍ଡର ୧୯ଟି ବୁଥ, ପିପିଲିର ୧୬ଟି ୱାର୍ଡର ୨୦ଟି ବୁଥ ଏବଂ କୋଣାର୍କର ୧୩ଟି ୱାର୍ଡର ୧୫ଟି ବୁଥରେ ମତଦାନ ହେଉଛି । ନିମାପଡାରେ ୧୫,୭୮୨ ଭୋଟର ଥିବାବେଳେ ପିପିଲିରେ ୧୫,୫୦୧ ଏବଂ କୋଣାର୍କରେ ୧୨,୧୬୧ ଜଣ ମତଦାତା ମତାଧିକାର ସାବ୍ୟସ୍ତ କରିବେ । ତିନୋଟି ବିଜ୍ଞାପିତ ଅଞ୍ଚଳର ୪୦ଟି ୱାର୍ଡର ୫୪ଟି ବୁଥରେ ମୋଟ ୪୩,୪୪୪ ଜଣ ମତାଧିକାର ସାବ୍ୟସ୍ତ କରିବେ । ପ୍ରତ୍ୟେକ ବିଜ୍ଞାପିତ ଅଞ୍ଚଳରେ ପିଙ୍କ ବୁଥ ଓ ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି । ତେବେ ମତଦାନକୁ ନେଇ ଭୋଟରମାନେ କେତେ ଉତ୍ସାହିତ ଅଛନ୍ତି, ସେନେଇ ସେମାନଙ୍କ ସହ ଆଲୋଚନା କରିଛନ୍ତି ଆମ ପୁରୀ ସମ୍ବାଦଦାତା ଶକ୍ତି ପ୍ରସାଦ ମିଶ୍ର
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details