ଓଡିଶା

odisha

ETV Bharat / videos

Municipal Polls: ଖୋର୍ଦ୍ଧାରେ ନେତା ବାଛୁଛନ୍ତି ଜନତା - ଖୋର୍ଦ୍ଧା ପୌର ନିର୍ବାଚନ ଖବର

By

Published : Mar 24, 2022, 11:12 AM IST

Updated : Feb 3, 2023, 8:20 PM IST

ଖୋର୍ଦ୍ଧା: ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ଭୋଟିଂ ପ୍ରକ୍ରିୟା । ଖୋର୍ଦ୍ଧାରେ ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି । ଅଧ୍ୟକ୍ଷ ପଦ ଓ କାଉନସିଲର ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି । ଖୋର୍ଦ୍ଧା ଉପଖଣ୍ଡର ଖୋର୍ଦ୍ଧା, ଜଟଣୀ, ବାଲୁଗାଁ ଏବଂ ବାଣପୁରରେ ଜନତା ଜନାର୍ଦ୍ଦନ ସେମାନଙ୍କର ନେତା ବାଛିବା ପାଇଁ ବୁଥରେ ଭିଡ଼ ଜମାଇଛନ୍ତି । ଖୋର୍ଦ୍ଧା ଓ ଜଟଣୀ ପୋୖର ପରିଷଦ ଏବଂ ବାଲୁଗାଁ ଓ ବାଣପୁର ଏନଏସିର ମୋଟ ୧୩୧ଟି ବୁଥରେ ୧ଲକ୍ଷ ୯ହଜାର ୫୬୦ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବେ । ନିର୍ବାଚନକୁ ସ୍ଵଚ୍ଛ ଅବାଧ ଓ ନିରପେକ୍ଷ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details