ଓଡିଶା

odisha

By

Published : Feb 22, 2022, 3:57 PM IST

Updated : Feb 3, 2023, 8:17 PM IST

ETV Bharat / videos

କିଶୋରନଗର ଏବଂ ତାଳଚେର ବ୍ଲକରେ ମତଦାନ ଜାରି

ଅନୁଗୋଳ: କିଶୋରନଗର ଏବଂ ତାଳଚେର ବ୍ଲକରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ। କିଶୋରନଗର ବ୍ଲକରେ ଆଜି ୩ଟି ଜିଲ୍ଲାପରିଷଦ ଜୋନରେ ୧୧ଜଣ ପ୍ରାର୍ଥୀ, ୨୩ଟି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ୧୦୧ ଜଣ ପ୍ରାର୍ଥୀ, ୨୩ଟି ସମିତିସଭ୍ୟ ପଦବୀ ପାଇଁ ୮୦ଜଣ ପ୍ରାର୍ଥୀ ଏବଂ ୨୮୪ଟି ୱାର୍ଡ ମେମ୍ବର ପଦବୀ ପାଇଁ ୪୩୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆରମ୍ଭ ହୋଇଛି। ମୋଟ ୬୨୬ଜଣ ପ୍ରାର୍ଥୀ ବିଭିନ୍ନ ପଦବୀରେ ପତିଦ୍ବନ୍ଦିତା କରୁଛନ୍ତି। ଏହି ବ୍ଲକର ୮୩୧୫୪ ଜଣ ଭୋଟର ୨୮୪ଟି ବୁଥରେ ସେମାନଙ୍କ ମତଦାନ କରୁଛନ୍ତି। ସେହିପରି ତାଳଚେର ବ୍ଲକରେ ୪ଟି ଜିଲ୍ଲାପରିଷଦ ଜୋନ୍ ପାଇଁ ୧୬ଜଣ ପ୍ରାର୍ଥୀ, ୨୧ଟି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ୯୭ ଜଣ ପ୍ରାର୍ଥୀ , ୨୧ଟି ସମିତି ସଭ୍ୟ ପଦବୀ ପାଇଁ ୬୨ଜଣ ପ୍ରାର୍ଥୀ ଏବଂ ୩୭୦ଟି ୱାର୍ଡ ମେମ୍ବର ପଦବୀ ପାଇଁ ୪୬୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ଏହି ବ୍ଲକରେ ମୋଟ ୬୩୬ଜଣ ପ୍ରାର୍ଥୀ ବିଭିନ୍ନ ପଦବୀରେ ନିର୍ବାଚନ ଲଢ଼ୁଛନ୍ତି। ମୋଟ ୧୧୨୭୩୨ଜଣ ଭୋଟର ୩୦୫ଟି ବୁଥରେ ସେମାନଙ୍କ ମତଦାନ କରୁଛନ୍ତି। ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

...view details