Utkal Divas ୨୦୨୨: ସ୍ୟାଣ୍ଡ ଆନିମେସନରେ ଓଡିଶାର କଳା ଓ ସଂସ୍କୃତି - ଉତ୍କଳ ଦିବସ ୨୦୨୨
ବ୍ରହ୍ମପୁର: ଆଜି ହେଉଛି ୮୬ ତମ ଉତ୍କଳ ଦିବସ । ପବିତ୍ର ଉତ୍କଳ ଦିବସ ପାଳନ ଅବସରରେ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନରେ ଓଡିଶାର କଳା ଓ ସଂସ୍କୃତିକୁ ପ୍ରଦର୍ଶୀତ କରିଛନ୍ତି ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟନାରାୟଣ ମହାରଣା । ଏହି ଅବସରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, କବି ଗଙ୍ଗାଧର ମେହେରଙ୍କ ଠାରୁ ଓଡ଼ିଶୀ ନୃତ୍ୟ, ଆଦିବାସୀ ସଂସ୍କୃତି ସହ ପୁରୀର ଶ୍ରୀମନ୍ଦିର ଓ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରଙ୍କୁ ଏହି ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ନିର୍ମିତ କରିଛନ୍ତି । ଏହି ସ୍ୟାଣ୍ଡ ଆନିମେସନଟି ବେଶ ଆକର୍ଷଣୀୟ ହୋଇଛି। ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST