ଓଡିଶା

odisha

ETV Bharat / videos

ଛତା ଧରି ପ୍ରଚାର ମୌଦାନରେ ସ୍ୱାଧୀନ ପ୍ରାର୍ଥିନୀ - ଛତା ଧରି ପ୍ରଚାର କରୁଛନ୍ତି ସ୍ୱାଧୀନ ପ୍ରାର୍ଥିନୀ

By

Published : Mar 18, 2022, 11:02 PM IST

Updated : Feb 3, 2023, 8:20 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପୌର ନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ ହେବାରେ ଲାଗିଛି । ଭବାନୀପାଟଣା ପୌର ଗଡ଼ ଦଖଲ ଲକ୍ଷରେ ଲାଗିପଡିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ହାତରେ ଆଉ କିଛି ଦିନ ବାକି ଥିବାବେଳେ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ମୌଦାନକୁ ଓହ୍ଲାଇଛନ୍ତି ଦଳୀୟ ନେତା ଓ ପ୍ରାର୍ଥୀ । ଷ୍ଟାର କ୍ୟାପନର ପ୍ରାର୍ଥୀଙ୍କୁ ନେଇ କରୁଛନ୍ତି ଡୋର ଟୁ ଡୋର ପ୍ରଚାର । ଆଉ ଏସବୁ ଭିତରେ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରଚାର କିଛି ଭିନ୍ନ ଢଙ୍ଗରେ କରୁଥିବା ଦେଖିବାକୁ ମିଳିଛି । ଭବାନୀପାଟଣା ପୌର ଅଧ୍ୟକ୍ଷା ସ୍ୱାଧୀନ ପ୍ରାର୍ଥିନୀ ପୁନମ ଅଗ୍ରୱାଲ ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ନିର୍ବାଚନ ପ୍ରତିଦ୍ୱନ୍ଦିତା ପାଇଁ ତାଙ୍କ ଖୋଲା ଛତା ଚିହ୍ନ ଥିବାରୁ ସେ ହାତରେ ଛତା ଧରି ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details