Ukraine War: ଯୁଦ୍ଧରେ ସାମିଲ ହେଲେ ମହିଳା ଫୋର୍ସ, ଜେଲେନସ୍କି କହିଲେ ମୁଁ କିଭରେ ଅଛି - ୟୁକ୍ରେନ ଋଷ ଯୁଦ୍ଧ
କିଭ: ଆଜି(ମଙ୍ଗଳବାର) ୧୩ ଦିନରେ ପହଞ୍ଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଦେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ଅସ୍ତ୍ର ଧରିବାକୁ ଆହ୍ବାନ କରିଛନ୍ତି । ଏହାରି ମଧ୍ୟରେ ୟୁକ୍ରେନ ସୈନ୍ୟବାହିନୀକୁ ସମର୍ଥନ ଜଣାଇ ଦେଶର ମହିଳା ଫୋର୍ସ ଋଷର ସୈନ୍ୟବାହିନୀ ସହିତ ଲଢିବାକୁ ଶପଥ ନେଇଛନ୍ତି । ଭିଡିଓରେ ଜଣେ ମହିଳା ସେନା ନିଜ ମାତୃଭୂମିର ସୁରକ୍ଷା ପାଇଁ ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି । ଏହି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଦେଶକୁ ନିଜର ଶେଷ ଅଭିଭାଷଣରେ କହିଛନ୍ତି ଯେ ସେ କିଭରେ ଅଛନ୍ତି ଏବଂ ଯୁଦ୍ଧର 13 ତମ ଦିନରେ ତାଙ୍କ ଦେଶ ଉପରେ ଋଷର ଯୁଦ୍ଧ ଜାରି ରହିଛି।
Last Updated : Feb 3, 2023, 8:18 PM IST