ବ୍ରହ୍ମପୁରରେ ପାଳିତ ବିଶ୍ବ ରେଡକ୍ରସ ଦିବସ - ଗଞ୍ଜାମ ବିଶ୍ବ ରେଡକ୍ରସ ଦିବସ ଖବର
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପାଳିତ ହେଲା ଜିଲ୍ଲାସ୍ତରୀୟ ବିଶ୍ବ ରେଡକ୍ରସ ଦିବସ । ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ସେବା ଭାବନା ଉଦ୍ରେକ କରିବା ପାଇଁ ଏଭଳି ଦିବସରେ ଆହ୍ବାନ କରାଯିବା ସହ ଜାତି ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମାନବିକତା ରଖି ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନେକ ଆବଶ୍ୟକ ସମୟରେ ସହଯୋଗ ଭାବନା ମଧ୍ୟରେ କାର୍ଯ୍ୟ କରିବା ନେଇ ଆଲୋକପାତ କରାଯାଇଥିଲା । ସହରର ଆସିକା ରୋଡ ସ୍ଥିତ ମ୍ୟୁନିସପାଲଟି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।