ଓଡିଶା

odisha

World Enviroment Day : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି କୁନି ଛାତ୍ରଛାତ୍ରୀ

By

Published : Jun 5, 2022, 8:04 PM IST

ଢେଙ୍କାନାଳ : ବିଶ୍ୱ ପରିବେଶ ଦିବସରେ କୁନି କୁନି ଛାତ୍ରଛାତ୍ରୀଙ୍କୁ ସଚେତନତା ବାଣ୍ଟିଛନ୍ତି ଯୁବ ପରିବେଶବିତ୍ । ତେବେ ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା ଓ ଏହାର ସଂରକ୍ଷଣ ନେଇ ସଚେତନତା ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ଏହି ଯୁବ ପରିବେଶବିତ୍ କୁନି କୁନି ପିଲାଙ୍କ ସାହାରା ନେଇଛନ୍ତି । ଏହି ଉପଲକ୍ଷେ ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ ଆଜି ଢେଙ୍କାନାଳ ଜିଲ୍ଲାର ଗଁଦିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ମାନବ ଶୃଙ୍ଖଳର ଆୟୋଜନ କରିଥିଲେ । ହାତକୁ ହାତ ଧରି କୁନି କୁନି ଛାତ୍ରଛାତ୍ରୀ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ । ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details