ଶୌଚ ହେବାକୁ ମନା କରିବାରୁ ମହିଳାଙ୍କୁ ନିସ୍ତୁକ ମାଡ, ଭିଡିଓ ଭାଇରାଲ
କେନ୍ଦ୍ରାପଡା: ମହିଳାଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କଲେ ବୃଦ୍ଧ (Women Beaten by Old Man in Kendrapar)। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଜଣେ ବୃଦ୍ଧ ଏକ ଠେଙ୍ଗାରେ ଜଣେ ମହିଳାଙ୍କୁ ନିସ୍ତୁକ ଭାବେ ମାଡ ମାରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓଟି କେନ୍ଦ୍ରାପଡା ଆଳି ଥାନା ଅନ୍ତର୍ଗତ କଅଁରପୁର ଗ୍ରାମର । ଗାଁର ଅନୁପମା ପଣ୍ଡାଙ୍କୁ ବୁଢା ବେହୁରା ନାମକ ବୃ୍ଦ୍ଧ ମାଡ ମାରୁଥିବା ଜଣାପଡିଛି । ପ୍ରତ୍ୟେକ ଦିନ ମହିଳାଙ୍କ ଘର ଆଗରେ ବୃଦ୍ଧ ଜଣଙ୍କ ଶୌଚ ହେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବାରୁ ଏହାକୁ ମହିଳା ଜଣଙ୍କ ବାରଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହେଇ ବୃଦ୍ଧ ଜଣଙ୍କ ଆକ୍ରମଣ କରିଥିବା ମହିଳା ଜଣଙ୍କ କହିଛନ୍ତି । ଏହି ଆକ୍ରମଣ ଫଳରେ ଅନୁପମାଙ୍କ ହାତ,ଗୋଡ଼ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଘଟଣା ସମ୍ପର୍କରେ ଆଳି ଥାନାରେ ଅଭିଯୋଗ ହୋଇଥିବା ବେଳେ ଆଳି ପୋଲିସ ତଦନ୍ତ ଜାରି ରଖିଛି ।