ଓଡିଶା

odisha

ETV Bharat / videos

କନ୍ଧମାଳକୁ ଫେରିଛି ଶୀତ: ପ୍ରାତଃ ଭ୍ରମଣରେ ଜମୁଛି ଭିଡ, ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ

By

Published : Dec 14, 2021, 10:46 AM IST

ଫୁଲବାଣୀ: କନ୍ଧମାଳକୁ ଫେରିଛି ଶୀତ । ବାତ୍ୟାର କିଛି ଦିନ ପରେ କୁହୁଡି ସାଙ୍ଗକୁ ଶୀତ ମଧ୍ୟ ଆରମ୍ଭ ହୋଇଛି । ଘାସ ଉପରେ ପଡ଼ିଥିବା କାକର ସୂର୍ଯ୍ୟର ପହିଲି କିରଣ ପଡ଼ି ଚିକ୍‌ ଚିକ୍‌ କରୁଛି । ତେବେ ଶୀତ ପାଇଁ ଗ୍ରାମାଞ୍ଚଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏହାର ବେଶ ମଜା ନେଉଛନ୍ତି ସହରାଞ୍ଚଳବାସୀ । ସକାଳୁ ଶୀତର ମଜା ନେବାପାଇଁ ବିଭିନ୍ନ ପାର୍କ ଜିମ ସେଣ୍ଟରେ ଲୋକଙ୍କ ଭିଡ ଜମୁଛି । ଏପଟେ ଗତକାଲି(ସୋମବାର) ଦାରିଙ୍ଗବାଡିର ତାପମାତ୍ରା 10 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀର ତାପମାତ୍ରା 10.5 ରେକର୍ଡ କରାଯାଇଛି । ଆଜି ଫୁଲବାଣୀର ତାପମାତ୍ରା 12 ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗବାଡିର ତାପମାତ୍ରା 7.5 ରହିଛି ।

ABOUT THE AUTHOR

...view details