ଓଡିଶା

odisha

ETV Bharat / videos

ସାହସୀ ଗ୍ରାମବାସୀ, ପ୍ରଖର ସୁଅ ମୁହଁରୁ ବାଳକକୁ କଲେ ଉଦ୍ଧାର - rescue one drowning person from very flow in anugual

By

Published : Aug 20, 2022, 10:31 PM IST

ଅନୁଗୋଳ: ରଖେ ହରି ତ ମାରେ କିଏ ? ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଗଲେ ଜଣେ 14 ବର୍ଷୀୟ ବାଳକ । ସାହସ ଦେଖାଇ ବଢିଲା ନାଳର ପ୍ରଖର ସୁଅ ମୁହଁରୁ ଉଦ୍ଧାର କଲେ ଗ୍ରାମବାସୀ। ଆଜି ଏଭଳି ଏକ ଘଟଣା ନଜର କୁ ଆସିଛି ଅନୁଗୋଳ ଜିଲାରେ। ଅନୁଗୋଳ ସହର ଦେଇ ଯାଇଥିବା ଲିଙ୍ଗରା ନାଳରେ , ଡେରଜାଙ୍ଗ ଡ୍ୟାମ ଛାଡିବା ଫଳରେ ନାଳରେ ବନ୍ୟା ପାଣି ଆସିଥିଲା । ଏହି ସମୟରେ ପରତରା ଗ୍ରାମର ଜଣେ ବାଳକ ଗାଧୋଉଥିବା ବେଳେ ବଢି ପାଣି ରେ ଭାସି ଯାଇଥିଲେ । ପାଣିରେ ପ୍ରାୟ ଦୁଇ କିଲୋମିଟର ଭାସିଯିବା ପରେ , ଜରାସିଂହା ଗାଁ ର କିଛି ଲୋକ ସେ ପାଣିରେ ଭାସି ଆସୁଥିବାର ଦେଖିବାକୁ ପାଇଥିଲେ । ଗ୍ରାମବାସୀ ଏକତ୍ରିତ ହୋଇ ସାହସ କରି ବନ୍ୟା ପାଣିର ପ୍ରଖର ସୁଅରୁ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ଆଉ ସଫଳ ମଧ୍ୟ ହୋଇଥିଲେ । ବର୍ତ୍ତମାନ ତାର ସ୍ବାସ୍ଥ୍ୟ ବ୍ୟବସ୍ଥା ଠିକ ଅଛି । ବାଳକ ଜଣଙ୍କ ପରତରା ଗ୍ରାମର ୧୪ ବର୍ଷୀୟ ଅନିଲ ନାଏକ ବୋଲି ଜଣା ପଡିଛି । ତେବେ ଲୋକ ମାନଙ୍କ ସାହସିକତା ଯୋଗୁଁ ଆଜି ଜୀବନ ଟିଏ ବଞ୍ଚି ଯାଇଛି । ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details