ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଝୁମୁଛି ସାରାଦେଶ, ବାଲେଶ୍ବରରେ ବିଜୟ ଉତ୍ସବ - ବାଲେଶ୍ବରରେ ବିଜୟ ଉତ୍ସବ
ବାଲେଶ୍ବର: ପ୍ରଥମ ଆଦିବାସୀ ମହିଳା ଭାବେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ସାରା ଦେଶରେ ଉତ୍ସବର ମାହୋଲ । ବିଶେଷ କରି ମୟୂରଭଞ୍ଜର ପଡୋଶୀ ଜିଲ୍ଲା ବାଲେଶ୍ଵରରେ ନୂଆ ରାଷ୍ଟ୍ରପତିଙ୍କ ପାଇଁ ବିଜୟ ଉତ୍ସବ ପାଳନ କରାଯାଇଛି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ମଧ୍ୟ ବିଜୟ ଉତ୍ସବ ପାଳନ କରାଯାଇଛି । କୁରୁଣ୍ଟା ଆଦିବାସୀ ସାହି ଠାରେ ବିଜେପି ନେତା ରାଜେଶ ମହାକୁଡ଼ଙ୍କ ନେତୃତ୍ବରେ ବିଜୟ ଉତ୍ସବ ପାଳନ କରାଯାଇଛି । ଏଥିରେ ବିଜେପି ନେତା ଓ କର୍ମୀମାନେ ଯୋଗଦେଇ ପରସ୍ପରକୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇବା ସହ ଆଦିବାସୀ ନୃତ୍ୟଗୀତରେ ଝୁମିଥିଲେ ସଭିଏଁ । ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ଗୁରୁତ୍ବ ଦେଇ ଦେଶର ସର୍ବୋଚ୍ଚ ପଦବୀ ପାଇଁ ମନୋନୀତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେପି କର୍ମୀ । ଇଟିଭି ଭାରତ, ବାଲେଶ୍ବର