ଖୁଲମଖୁଲା ଲାଞ୍ଚ ନେଉଛନ୍ତି ଛତିଶଗଡ ପୋଲିସର ହେଡ କନଷ୍ଟେବଳ, ଭିଡିଓ ଭାଇରାଲ - ପୋଲିସ ଲାଞ୍ଚ ନେବାର ଭିଡିଓ ହେଲା ଭାଇରାଲ
ରାୟପୁର: ବିଳାସପୁରର ଚକ୍ରବର୍ତ୍ତୀ ପୋଲିସ ଷ୍ଟେସନରେ ହାବିଲଦାର ହରଭେନ୍ଦ୍ର ଖୁଣ୍ଟେ ଲାଞ୍ଚ ନେଉଥିବାବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭାଇରାଲ ଭିଡିଓରେ ହାବିଲଦାର ହରଭେନ୍ଦ୍ର ଏକ ମାମଲାରେ ୩୬ହଜାର ଟଙ୍କା ଲାଞ୍ଚ ମାଗୁଥିବା ଦେଖିବାକୁ ମିଳିଛି । ହାବିଲଦାର କହିଛନ୍ତି ଯେ, ମାତ୍ର ୧୫ ହଜାର ଟଙ୍କାରେ କଣ ହେବ । ଏଥିମଧ୍ୟରୁ ୮ ହଜାର ଟଙ୍କା କେବଳ ଟିଆଇକୁ ଦେବାକୁ ପଡିବ । ହଜାରେ ଟଙ୍କା ଆକାଉଣ୍ଟାଣ୍ଟକୁ ଓ ତାଙ୍କ ପାଖରେ ବସିଥିବା ଲୋକଙ୍କୁ ୪ ହଜାର ଟଙ୍କା ଦେବାକୁ ହେବ । ଏପଟେ ହାବିଲଦାରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏସଏସପି ପାରୁଲ ମାଥୁର ତୁରନ୍ତ ପଦକ୍ଷେପ ନେବା ସହ ହେଡ୍ କନଷ୍ଟେବଳଙ୍କୁ ନିଲମ୍ବନ କରିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ