ଓଡିଶା

odisha

By

Published : Aug 20, 2022, 12:26 PM IST

ETV Bharat / videos

ବନ୍ୟା ପରେ ରାହାମା ହାଟରେ ଆକାଶ ଛୁଆଁ ପରିବା ଦର

ଦାଉ ସାଧିଲା ଲଗାଣ ବର୍ଷା । ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ପରେ ବନ୍ୟା ଯୋଗୁଁ ଦଳେଇଘାଇ ନଦୀପଠା ଓ ମହାନଦୀ ପଠାରେ ଚାଷ ହୋଇଥିବା ପନିପରିବା ବନ୍ୟା ପାଣିରେ ବୁଡି ରହିଛି । ଫଳରେ ପରିବା ଦର ଏବେ ଆକାଶ ଛୁଆଁ ହୋଇଛି । ଦର ବଢିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଇଗଣ, ପୋଟଳ, ବିଲାତି କିଲୋ ପ୍ରତି ୭୦ ଟଙ୍କା ଉପରେ ଥିବାବେଳେ ଝୁଡଙ୍ଗ ୮୦, କଖାରୁ ୫୦, ବିନ୍ସ ୧୦୦ ଟଙ୍କାରେ ବିକ୍ରି ହେଉଛି ।

ABOUT THE AUTHOR

...view details