କାଉଡ଼ିଆଙ୍କ ଉପରେ ହେଲିକପ୍ଟରରୁ ଫୁଲ ବର୍ଷା ! - ଉତ୍ତରାଖଣ୍ଡରେ କାଉଡ଼ିଆଙ୍କ ଉପରେ ହେଲିକପ୍ଟରରୁ ଫୁଲ ବର୍ଷା
ଡେରାଡୁନ୍: ଶ୍ରାବଣ ମାସରେ ପ୍ରତ୍ୟେକ ଶୈବପୀଠରେ ଲାଗିଛି କାଉଡ଼ିଆଙ୍କ ଭିଡ଼ । ମହାଦେବଙ୍କ ନିକଟରେ ଜଳ ଲାଗି କରିବାକୁ ବିଭିନ୍ନ ନଦୀରୁ ଜଳ ଆଣି ଆସୁଛନ୍ତି କାଉଡ଼ିଆ । ହରିଦ୍ବାରରେ ଜଳ ନେଇ କାଉଡ଼ିଆ ପହଞ୍ଚବା ବେଳେ ସେମାନଙ୍କ ଉପରେ ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ଫୁଲ ବର୍ଷା କରିଛନ୍ତି ଉତ୍ତରାଖଣ୍ଡ ସରକାର । ସୋସିଆଲ ମିଡିଆରେ ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।