ଓଡିଶା

odisha

ETV Bharat / videos

ପେଟ୍ରୋଲ ପମ୍ପରେ ଧକ୍କା ହେଲା ବସ୍, ଭାଇରାଲ ହେଉଛି ଭିଡିଓ - ଉତ୍ତରପ୍ରଦେଶ ବସ୍‌ ଦୁର୍ଘଟଣା ଭିଡିଓ

By

Published : Jul 22, 2022, 8:35 AM IST

ଲକ୍ଷ୍ନୌ: ପେଟ୍ରୋଲ ପମ୍ପରେ ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ହଠାତ୍ ପେଟ୍ରୋଲ ପମ୍ପ ଭିତରେ ପଶିଲା ଯାତ୍ରୀବାହୀ ବସ୍ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଭିଡିଓଟିରେ ଦେଖାଯାଇଛି, ଗୋଟିଏ ଏକ ପିକଅପ୍ ଗାଡି ଡିଜେଲ ପକାଇବା ପରେ ଏହାର ଡ୍ରାଇଭର ଗାଡିକୁ ପଛକୁ ନେଉଥିଲେ । ହଠାତ୍ ଏହି ସମୟରେ ଯାତ୍ରୀବାହୀ ବସ୍‌ଟି ପମ୍ପରେ ଧସେଇ ପଶିବା ସହ ପିକଅପ୍ ଗାଡିକୁ ଧକ୍କା ଦେଇଥିଲା । ଏହାପରେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇ ବାହାରକୁ ବାହାରି ଆସିଥିଲେ । ତେବେ ଭାଇରାଲ ହେଉଥିବା ସିସିଟିଭି ଫୁଟେଜରୁ ଏହି ଦୁର୍ଘଟଣା ଗତ ୨୦ ତାରିଖରେ ଘଟିଥିବାର ଜଣାପଡିଛି ।

ABOUT THE AUTHOR

...view details