ଭୁବନେଶ୍ବର ୟୁନିଟ୍-୨ ବାଳିକା ମହାବିଦ୍ୟାଳୟରେ ଉତ୍ସବ, ମିଠା ଖୁଆଇଲେ ଶିକ୍ଷୟିତ୍ରୀ - ଦ୍ରୌପଦୀ ମୁର୍ମୁ ଜିତିଲେ ରାଷ୍ଟ୍ରପତି ନିର୍ବାଚନ
🎬 Watch Now: Feature Video
ଭୁବନେଶ୍ବର: ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଏହାକୁ ନେଇ ସେ ପାଠ ପଢ଼ିଥିବା ଭୁବନେଶ୍ବର ୟୁନିଟ୍-୨ ବାଳିକା ମହାବିଦ୍ୟାଳୟରେ ଉତ୍ସବର ମାହୋଲ ରହିଛି । ବାଜାବାଦ୍ୟ ବଜାଇ ନାଚିଛନ୍ତି ଛାତ୍ରୀ । ଦ୍ରୌପଦୀଙ୍କ ପାଇଁ ମହାବିଦ୍ୟାଳୟର ଶିକ୍ଷୟିତ୍ରୀ ମଧ୍ୟ ଖୁସି ଜାହିର କରିଛନ୍ତି । ଏହାସହ ପିଲାଙ୍କୁ ମିଠା ଖୁଆଇ ଖୁସି ବାଣ୍ଟିଛନ୍ତି ।