ଆମ୍ବ ଚୋରି କରିବାରୁ ମାଲିକ ମାଡ ମାରିଲେ, ମହୁମାଛି ଛାଡିଲେ - ଆମ୍ବ ଚୋରୀ କରିବାରୁ ନିର୍ଯ୍ୟାତନା
🎬 Watch Now: Feature Video
ପାଟନା: ସୀମା ଟପିଲା ନିର୍ଯ୍ୟାତନା । ମାତ୍ର ୨ଟି ଆମ୍ବ ଚୋରି କରିବାରୁ ଛାତ୍ରଙ୍କୁ ବାନ୍ଧି ନିର୍ଧୁମ ମାଡ ମାରିବା ସହ ଦେହରେ ମହୁମାଛି ଛାଡିଲେ ଆମ୍ବ ବଗିଚା ମାଲିକ । ଏପରି ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ବିହାରର ଲୌକାହା ଥାନା ଅନ୍ତର୍ଗତ (Madhubani) ମଧୁବନୀ ଅଞ୍ଚଳର ବାସୁଦେବପୁର ଗ୍ରାମରେ (Basudevpur) । ଛାତ୍ରମାନେ ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ମାଲିକ ଦୟା ନକରିନଥିଲେ । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସମ୍ପର୍କରେ ଲୌକାହା ଥାନା ଅଧିକାରୀ କହିଛନ୍ତି ଯେ, ଭିଡିଓ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ