WATCH VIDEO: ବାଘ ପାଇଁ ହାଇୱେରେ ଅଟକିଲା ଶହ ଶହ ଯାନ - ବାଘ ପାଇଁ ହାଇୱେରେ ଅଟକିଲା ଶହ ଶହ ଯାନ
ମୁମ୍ବାଇ: ହାଇୱେ ଉପରେ ଚାଲିଲା ମହାବଳ ବାଘ । ରାସ୍ତାରେ ଜଙ୍ଗଲୀ ପଶୁ ଚାଲିବା ପରେ ଅଟକିଲା ଶହ ଶହ ଗାଡ଼ି । ଏହି ଘଟଣା ମହାରାଷ୍ଟ୍ର ନାଗଭିଡ଼-ବ୍ରହ୍ମପୁରୀ ହାଇୱେରେ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ହାଇୱେ ଉପରେ ଟ୍ରାଫିକ ଜାମ ଥିବାରୁ ବାଘଟି ରାସ୍ତାପାର ହୋଇପାରୁନଥିଲା । ଏ ସମ୍ପର୍କରେ କେହି ଜଣେ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ଏହାପରେ ଜଙ୍ଗଲ ବିଭାଗ ଉକ୍ତ ସ୍ଥାନରେ ପହଞ୍ଚି ଟ୍ରାଫିକ ଅଟକାଇଥିଲା । ଏହାପରେ ରାସ୍ତା ଉପରେ ବେଙ୍ଗଲ ଟାଇଗରର ୱାଇଲ୍ଡ ଷ୍ଟାଇଲ ଦେଖିବାକୁ ମିଳିଥିଲା । ସେଠାରେ ଉପସ୍ଥିତ ଥିବା ଲୋକେ ଏହାର ଭିଡ଼ିଓ ଉତ୍ତୋଳନ କରିଥିଲେ ।