ଥୁଆମୂଳ ରାମପୁରରେ ଖୋଲିଲା ଜେଏମଏଫସି କୋର୍ଟ - କଳାହାଣ୍ଡିରେ ଖୋଲିଲା ଜେଏମଏଫସି କୋର୍ଟ
ଭବାନୀପାଟଣା: ପୂରଣ ହେଲା ଦୀର୍ଘ ଦିନର ସ୍ବପ୍ନ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆରମ୍ଭ ହେଲା କୋର୍ଟ । ଘର ପାଖରେ ତ୍ବରିତ ନ୍ୟାୟ ପାଇବେ ଥୁଆମୂଳ ରାମପୁରବାସୀ । ନ୍ୟାୟ ପାଇବା ପାଇଁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳବାସୀଙ୍କୁ ୧୦୦ କିଲୋମିଟରୁ ଅଧିକ ଦୂର ଭବାନୀପାଟଣା ସହରକୁ ଯିବାକୁ ପଡୁଥିଲା । ଯାହାଫଳରେ ଲୋକେ ନାନା ହଇରାଣ ହେଉଥିଲେ । ଏନେଇ ଦୀର୍ଘ ଦିନରୁ ଥୁଆମୂଳ ରାମପୁରରେ ଏକ କୋର୍ଟ ପ୍ରତିଷ୍ଠା କରିବା ପାଇଁ ଦାବି କରିଆସୁଥିଲେ । ଶେଷରେ ଆଜି ଜେଏମଏଫସି କୋର୍ଟର ଉଦଘାଟନ କରାଯାଇଛି । ଏନେଇ ଅଞ୍ଚଳବାସୀ ବେଶ୍ ଖୁସି ପ୍ରକାଶ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ମୁଖ୍ୟ ବିଚାରପତି ଦୀପ୍ତି ରଞ୍ଜନ କାନୁନଗୋ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଜିଲ୍ଲା ଓକିଲ ସଙ୍ଘର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ। କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ