Har Ghar Triranga: ଗ୍ରାହକଙ୍କୁ ତ୍ରିରଙ୍ଗା ଉପହାର ଦେଉଛନ୍ତି ଚା ଦୋକାନୀ
ପୁରୀ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳୁଛି ସାରାଦେଶ । ଏହି ଅବସରରେ ଦେଶବ୍ୟାପୀ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଜାରି ରହିଛି । ସେଥିପାଇଁ ହରଘର ତ୍ରିରଙ୍ଗା ଅଭିଯାନ ହାତକୁ ନେଇଛନ୍ତି କେନ୍ଦ୍ର ସରକାର । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ପୁରୀରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ପୁରୀର ମୁଖ୍ୟ ଡାକ ଘର ସାମ୍ନାରେ ଥିବା ଚା' ଦୋକାନୀ ଅକ୍ଷୟ ଜୟ ସିଂହ ଅଭିଯାନରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି । ନିଜ ଦୋକାନରେ ଜାତୀୟ ପତାକା ଲଗାଇବା ସହ ଗ୍ରାହକଙ୍କୁ ତ୍ରିରଙ୍ଗା ବାଣ୍ଟୁଛନ୍ତି । ମିଶନରେ ସ୍ବାଧୀନତା ଦିବସ ପାଳନର ଦୁଇ ଦିନ ପୂର୍ବରୁ ପ୍ରତ୍ୟେକ ସର୍ବସାଧାରଣ ସ୍ଥାନ ଓ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବା ପାଇଁ କୁହାଯାଇଛି ।