ଓଡିଶା

odisha

ETV Bharat / videos

ଯୁକ୍ତ ତିନି ପରୀକ୍ଷା ଫଳାଫଳ ନେଇ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ - ବ୍ରହ୍ମପୁରରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

By

Published : Apr 19, 2022, 3:55 PM IST

ବ୍ରହ୍ମପୁର: କୋଭିଡ ସମୟରେ ହୋଇପାରିନଥିବା ଯୁକ୍ତ ତିନି ଦ୍ବିତୀୟ ସେମିଷ୍ଟାର ପରୀକ୍ଷାର ଫଳାଫଳକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବ୍ରହ୍ମପୁର ସହରରେ ଥିବା ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ । ଏହାକୁ ନେଇ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କୋଭିଡ ୧୯ ମହାମାରୀ ଯୋଗୁଁ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ହୋଇପାରିନଥିଲା । ପୂର୍ବ ପରୀକ୍ଷାରେ ରହିଥିବା ମାର୍କକୁ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରମୋଶନ ଦିଆଯାଇଥିଲା । ପ୍ରମୋଶନ ପାଇଁ ସରକାରୀ ନିର୍ଦ୍ଦେଶ ପୂର୍ବରୁ ବିଦ୍ୟାର୍ଥୀମାନେ ଦ୍ବିତୀୟ ସେମିଷ୍ଟାର ପରୀକ୍ଷା ପାଇଁ ରହିଥିବା ଧାର୍ଯ୍ୟ ଅର୍ଥ ରାଶି ଜମା କରିଥିଲେ । ପରବର୍ତ୍ତୀ ସମୟରେ ଯେଉଁ ଛାତ୍ରଛାତ୍ରୀଙ୍କ ପ୍ରଥମ ସେମିଷ୍ଟାରରେ ବ୍ୟାକ୍ ପେପର ରହିଥିଲା ତାହାକୁ ସେମାନେ ପୁନଃ ପରୀକ୍ଷା ଦେଇ ପାଶ୍ ହୋଇଥିଲେ । ହେଲେ ବର୍ତ୍ତମାନ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ୬ଷ୍ଠ ସେମିଷ୍ଟାରରେ ଅଧ୍ୟୟନ କରୁଥିବା ଏହି ଛାତ୍ରଛାତ୍ରୀଙ୍କୁ ଦ୍ବିତୀୟ ସେମିଷ୍ଟାରର ବ୍ୟାକ୍ ପେପର ପରୀକ୍ଷା ଦେବା ପାଇଁ ପରୀକ୍ଷା ଫିସ୍‌ ଜମା କରି ପରୀକ୍ଷା ଦେବା ପାଇଁ ନୋଟିସ୍ ବାହର କରିଛନ୍ତି । ଏହାକୁ ବିରୋଧ କରିଛନ୍ତି ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ । ଏହାକୁ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୈଣସି ସୁଫଳ ନମିଳିବାରୁ ଶେଷରେ ବାଧ୍ୟ ହୋଇ ଆଜି ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଏନେଇ ଛାତ୍ରଛାତ୍ରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।

For All Latest Updates

ABOUT THE AUTHOR

...view details