କୋରୋନା ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ କୁନି ଛାତ୍ରଛାତ୍ରୀ
ରାୟଗଡା:ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ କୁନିକୁନି ଛାତ୍ରଛାତ୍ରୀ । ମହାମାରୀ କୋରୋନାର ଦିନକୁ ଦିନ ବୃଦ୍ଧି ପାଉଥିବା ଭୟାବହତାକୁ ଦେଖି ନିଜ ସଞ୍ଚିତ ଅର୍ଥଦାନ କରିଛନ୍ତି । ରାୟଗଡ଼ା ଜୁପିଟର ସ୍କୁଲର ଛାତ୍ର ଛାତ୍ରୀ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ କାର୍ଯ୍ୟାଳୟକୁ ଯାଇ ନିଜ ସଞ୍ଚୟର ୩୮ ହଜାର ଟଙ୍କା ଦାନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ । ତେବେ ଆସନ୍ତୁ ଶୁଣିବା କୁନିକୁନି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା... ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ