Emotional Video: ଦିଦିଙ୍କୁ ଧରି ଭୋ ଭୋ ହୋଇ କାନ୍ଦିଲେ ଛାତ୍ରଛାତ୍ରୀ - ଗୁରୁ ଶିଷ୍ୟର ସମ୍ପର୍କ
ଚଣ୍ଡିଗଡ: ଗୁରୁ-ଶିଷ୍ୟ ସମ୍ପର୍କ ଭାରି ନିବିଡ । ଅଜଣା ଜଣେ ବ୍ୟକ୍ତି, ଯିଏ ବିନା ସ୍ବାର୍ଥରେ ପିଲାଟିର ସୁନ୍ଦର ଭବିଷ୍ୟତ ପାଇଁ ସଦା ଚେଷ୍ଟିତ ଥାଏ, ସେ ହେଉଛନ୍ତି ଗୁରୁ । ଗୁରୁଙ୍କ ପ୍ରେରଣା ଆଉ ଅନୁଶାସନ ବଳରେ ପିଲାଟିଏ ତା' ଜୀବନର ଶିକ୍ଷାର ପାହାଚ ଚଢେ। ଧିରେ ଧିରେ ଏହି ଗୁରୁଙ୍କ ଆକଟ ଆଉ ଆଦର ଏତେ ନିବିଡ ହୋଇଯାଏ ଯେ, ବିଚ୍ଛେଦ ବା ଦୂରତାକୁ ଗ୍ରହଣ କରିହୁଏନି । ଠିକ୍ ଏପରି କିଛି ଘଟିଛି ଚଣ୍ଡିଗଡ ମନିମରଜା ସହରର ଏକ ସରକାରୀ ବିଦ୍ୟାଳୟରେ । ଏଠାକାର ଜଣେ ଶିକ୍ଷୟିତ୍ରୀ ଅବସର ନେବା ସମୟରେ ଛାତ୍ରଛାତ୍ରୀ ଭୋ ଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି । ଦୁଃଖ, ସୁଖକୁ ଭଲକି ମାପିନଥିବା ଏହି କୋମଳମତି ଶିଶୁମାନଙ୍କୁ ଆତ୍ମହରା କରିଦେଇଛି ଦିଦିଙ୍କ ଅବସର । ସୂଚନା ଅନୁଯାୟୀ, ଇନ୍ଦିରା କଲୋନୀରେ ଥିବା ଏକ ସରକାରୀ ବିଦ୍ୟାଳୟରେ ରାଜ ୱକିଲ ସିଂ ଦୀର୍ଘଦିନ ଧରି ଶିକ୍ଷକତା କରୁଥିଲେ । ସ୍ଥାନୀୟ ଅନ୍ୟ ଏକ ବିଦ୍ୟାଳୟକୁ ତାଙ୍କର ବଦଳି ହୋଇଯାଇଛି । ଶିକ୍ଷୟିତ୍ରୀ ଜଣକ ଅବସର ନେବା ସମୟରେ ପିଲାମାନଙ୍କ କୋହଭରା କ୍ରନ୍ଦନ ଯେ କାହାକୁ ବି ଭାବପ୍ରବଣ କରିଦେବ ।